ସନି ଲିଓନଙ୍କ ଭାଇରାଲ ଆଡମିଟ କାର୍ଡ, ସତ ଜାଣିଲେ…
ମୁମ୍ବାଇ: ନିକଟରେ ଉତ୍ତରପ୍ରଦେଶ କନଷ୍ଟେବଳ ନିଯୁକ୍ତି ପରୀକ୍ଷା ସମୟରେ ଆଡମିଟ କାର୍ଡରେ କିଛି ଅନିୟମିତତା ହେତୁ ବଲିଉଡ ଅଭିନେତ୍ରୀ ସନ୍ନି ଲିଓନ ଚର୍ଚ୍ଚାକୁ ଆସିଛନ୍ତି। ଘଟଣା ହେଲା, ୟୁପି ପୋଲିସ ନିଯୁକ୍ତି ପରୀକ୍ଷାର ଏକ ଆଡମିଟ କାର୍ଡରେ ସନ୍ନି ଲିଓନଙ୍କ ନାମ ଏବଂ ଚିତ୍ର ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ, ଯାହା ପରେ ସୋସିଆଲ ମିଡିଆରେ ଆଡମିଟ କାର୍ଡର ଫଟୋ ଭାଇରାଲ ହେବାରେ ଲାଗିଛି। ତେବେ ପଞ୍ଜୀକରଣ ଏବଂ ରୋଲ ନମ୍ବରରେ ପ୍ରାର୍ଥୀଙ୍କ ସଠିକ ନାମ ରହିଛି। […] The post ସନି ଲିଓନଙ୍କ ଭାଇରାଲ ଆଡମିଟ କାର୍ଡ, ସତ ଜାଣିଲେ… appeared first on Dharitri Odia News.
ମୁମ୍ବାଇ: ନିକଟରେ ଉତ୍ତରପ୍ରଦେଶ କନଷ୍ଟେବଳ ନିଯୁକ୍ତି ପରୀକ୍ଷା ସମୟରେ ଆଡମିଟ କାର୍ଡରେ କିଛି ଅନିୟମିତତା ହେତୁ ବଲିଉଡ ଅଭିନେତ୍ରୀ ସନ୍ନି ଲିଓନ ଚର୍ଚ୍ଚାକୁ ଆସିଛନ୍ତି। ଘଟଣା ହେଲା, ୟୁପି ପୋଲିସ ନିଯୁକ୍ତି ପରୀକ୍ଷାର ଏକ ଆଡମିଟ କାର୍ଡରେ ସନ୍ନି ଲିଓନଙ୍କ ନାମ ଏବଂ ଚିତ୍ର ଦେଖି ଲୋକମାନେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ, ଯାହା ପରେ ସୋସିଆଲ ମିଡିଆରେ ଆଡମିଟ କାର୍ଡର ଫଟୋ ଭାଇରାଲ ହେବାରେ ଲାଗିଛି। ତେବେ ପଞ୍ଜୀକରଣ ଏବଂ ରୋଲ ନମ୍ବରରେ ପ୍ରାର୍ଥୀଙ୍କ ସଠିକ ନାମ ରହିଛି। ବର୍ତ୍ତମାନ ଏହି ପ୍ରସଙ୍ଗରେ ପ୍ରାର୍ଥୀଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ପ୍ରାର୍ଥୀ କହିଛନ୍ତି ଯେ ସନ୍ନି ଲିଓନଙ୍କ ଫଟୋ ତାଙ୍କ ଆଡମିଟ କାର୍ଡରେ କିପରି ଦେଖାଗଲା।
ଉତ୍ତର ପ୍ରଦେଶ ପୋଲିସ କନଷ୍ଟେବଳ ନିଯୁକ୍ତି ପରୀକ୍ଷାର ଏକ ଆଡମିଟ କାର୍ଡ ସୋସିଆଲ ମିଡିଆର ବିଭିନ୍ନ ପ୍ଲାଟଫର୍ମରେ ଭାଇରାଲ ହେଉଛି, ଯେଉଁଥିରେ ପ୍ରାର୍ଥୀଙ୍କ ବଦଳରେ ସନ୍ନି ଲିଓନଙ୍କ ଫଟୋଏବଂ ନାମ ଲେଖାଯାଇଛି। ଏହି ଭାଇରାଲ ଆଡମିଟ କାର୍ଡ ମହୋବା ଜିଲାର ରାଗୁଲିଆ ବୁଜୁର୍ଗ ଗାଁର ବାସିନ୍ଦା ଧର୍ମେନ୍ଦ୍ର କୁମାରଙ୍କର। ଏହି ୩୯ ସେକେଣ୍ଡର ଭିଡିଓରେ ପ୍ରାର୍ଥୀ ଜଣଙ୍କ କହୁଛନ୍ତି ସେ କିପରି ସନ୍ନି ଲିଓନ ହୋଇଥିଲେ।
UP next level
Read More