ମମତା ବନାର୍ଜୀଙ୍କୁ ଦେଖି କିମ୍ ଜୋଙ୍ଗ୍ ବି ଆଶ୍ଚର୍ଯ୍ୟ ହୋଇଯିବେ, ଏମିତି କାହିଁକି କହିଲା ଭାଜପା ?
ନୂଆଦିଲ୍ଲୀ, ୧୭।୦୮: କୋଲକାତାର ଆର୍ଜି ମେଡିକାଲ୍ କଲେଜ୍ରେ ହୋଇଥିବା ଲୋମହର୍ଷଣକାରୀ ଘଟଣା ପରେ ସାରାଦେଶରେ ଡାକ୍ତରମାନେ ଷ୍ଟ୍ରାଇକ୍ କରିଛନ୍ତି। ମହିଳା ଡାକ୍ତରଙ୍କୁ ଅତି ଅମାନୁଷିକ ଭାବେ ବଳାତ୍କାର ଏବଂ ହତ୍ୟାକୁ ନେଇ ଭାରତୀୟ ଜନତା ପାର୍ଟି ସତ୍ତାରୂଢ଼ ତୃଣମୂଳ କଂଗ୍ରେସକୁ ଟାର୍ଗେଟ୍ କରିଛି । ଭାଜପା ମୁଖପାତ୍ର ଶହଜାଦ ପୁନାୱାଲା ଏନେଇ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍ କରି କହିଛନ୍ତି, ଆମେ ଏକ ଭୟାନକ ବଳାତ୍କାର ଓ ହତ୍ୟା ଘଟଣା ଆମେ ଦେଖିଛେ । ଯାହାକୁ ନେଇ ସମସ୍ତେ […] The post ମମତା ବନାର୍ଜୀଙ୍କୁ ଦେଖି କିମ୍ ଜୋଙ୍ଗ୍ ବି ଆଶ୍ଚର୍ଯ୍ୟ ହୋଇଯିବେ, ଏମିତି କାହିଁକି କହିଲା ଭାଜପା ? appeared first on Dharitri Odia News.
ନୂଆଦିଲ୍ଲୀ, ୧୭।୦୮: କୋଲକାତାର ଆର୍ଜି ମେଡିକାଲ୍ କଲେଜ୍ରେ ହୋଇଥିବା ଲୋମହର୍ଷଣକାରୀ ଘଟଣା ପରେ ସାରାଦେଶରେ ଡାକ୍ତରମାନେ ଷ୍ଟ୍ରାଇକ୍ କରିଛନ୍ତି। ମହିଳା ଡାକ୍ତରଙ୍କୁ ଅତି ଅମାନୁଷିକ ଭାବେ ବଳାତ୍କାର ଏବଂ ହତ୍ୟାକୁ ନେଇ ଭାରତୀୟ ଜନତା ପାର୍ଟି ସତ୍ତାରୂଢ଼ ତୃଣମୂଳ କଂଗ୍ରେସକୁ ଟାର୍ଗେଟ୍ କରିଛି । ଭାଜପା ମୁଖପାତ୍ର ଶହଜାଦ ପୁନାୱାଲା ଏନେଇ ମମତା ବାନାର୍ଜୀଙ୍କୁ ଟାର୍ଗେଟ୍ କରି କହିଛନ୍ତି, ଆମେ ଏକ ଭୟାନକ ବଳାତ୍କାର ଓ ହତ୍ୟା ଘଟଣା ଆମେ ଦେଖିଛେ । ଯାହାକୁ ନେଇ ସମସ୍ତେ କ୍ଷୋଭ ପ୍ରକାଶ କରିଛନ୍ତି – ଡାକ୍ତର ହୁଅନ୍ତୁ କିମ୍ବା ମହିଳା ହୁଅନ୍ତୁ । ସମସ୍ତେ ରାସ୍ତାକୁ ଓହ୍ଲାଇ ନ୍ୟାୟ ଦାବି କରୁଛନ୍ତି। ଆର.ଜି କର ମେଡିକାଲରେ ଯାହା ଘଟିଥିଲା ତାହା ଉପରେ ସମସ୍ତେ ଜାଣନ୍ତି। ଏଥି ସହିତ ପଶ୍ଚିମବଙ୍ଗ ସରକାର ଆରଜି କର ହସ୍ପିଟାଲରୁ ୪୨ ଡାକ୍ତରଙ୍କୁ ସ୍ଥାନାନ୍ତର କରିଛନ୍ତି।
ଶାହାଜାଦ ପୁନାୱାଲା କହିଛନ୍ତି ଯେ ଅଭିଯୁକ୍ତଙ୍କୁ ବଞ୍ଚାଇବା ପାଇଁ ନ୍ୟାୟ ଦେବା ଟିଏମସି ସରକାରଙ୍କ ଏଜେଣ୍ଡା ନୁହେଁ। ସେମାନେ ସେହି ସୀମା ଅତିକ୍ରମ କରିଛନ୍ତି । ସେମାନଙ୍କୁ ’ମୁଁ ଏକଛତ୍ରବାଦୀ ଶାସନ’ ସଂସ୍କୃତିର ପ୍ରଚାର କରୁଥିବା ଦଳ ବୋଲି କହିବା ଠିକ ହେବ। କିମ ଜୋଙ୍ଗ ଉଙ୍ଗ ଏବଂ ଷ୍ଟାଲିନଙ୍କ ପରି ସବୁଠାରୁ ବଡ ଏକଛତ୍ରବାଦୀ ଶାସକମାନେ ମଧ୍ୟ ମମତା ବାନାର୍ଜୀଙ୍କୁ ଆଶ୍ଚର୍ଯ୍ୟର ସହ ଦେଖିବେ। ଗତ ଦୁଇ ଦିନ ମଧ୍ୟରେ ଯିଏ ସୋସିଆଲ ମିଡିଆରେ ଏହି ଘଟଣା ନେଇ ଟ଼୍ବିଟ୍ କରୁଛି, କୋଲକାତା ପୋଲିସ ଟ଼୍ବିଟ ହଟାଇବା ପାଇଁ ସେମାନଙ୍କୁ ଚିଠି ପଠାଉଛି। ଏଥିରୁ ଆପଣ କୋଲକାତା ପୋଲିସର ପ୍ରାଥମିକତା ଦେଖିପାରୁଥିବେ ବୋଲି ସେ କହିଛନ୍ତି ।
The post ମମତା ବନାର୍ଜୀଙ୍କୁ ଦେଖି କିମ୍ ଜୋଙ୍ଗ୍ ବି ଆଶ୍ଚର୍ଯ୍ୟ ହୋଇଯିବେ, ଏମିତି କାହିଁକି କହିଲା ଭାଜପା ? appeared first on Dharitri Odia News.