ଗାଲାକ୍ସି ଏଆଇ ସହ ସାମ୍ସଙ୍ଗ୍ ଏସ୍୨୪ ସିରିଜ ଉନ୍ମୋଚିତ
ଭୁବନେଶ୍ୱର,୨୩।୧: ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ‘ସାମ୍ସଙ୍ଗ୍’ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ୍-ନ୍ୟୁ ଗାଲାକ୍ସି ଏସ୍୨୪ ସିରିଜର ଉନ୍ମୋଚନ ସହ ବଜାର ପ୍ରବେଶ ସୋମବାର ଆନୁଷ୍ଠାନିକ ଭାବେ ହୋଇଯାଇଛି। ଏପରିକି ପ୍ରତି ଥର ଭଳି ଏଥର ମଧ୍ୟ ୩ଟି ସ୍ମାର୍ଟଫୋନ୍ ଗାଲାକ୍ସି ଏସ୍୨୪, ଗାଲାକ୍ସି ଏସ୍୨୪+ ଏବଂ ଗାଲାକ୍ସି ଏସ୍୨୪ ଅଲ୍ଟ୍ରା ମଡେଲ ଉକ୍ତ ସରିଜରେ ଉନ୍ମୋଚିତ ହୋଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ଓଡ଼ିଶା ବଜାର ପକ୍ଷରୁ ଏକ ସ୍ବତନ୍ତ୍ର ଅନାବରଣ ଉତ୍ସବର ଆୟୋଜନ କରାଯାଇଥିଲା। ଏହି […] The post ଗାଲାକ୍ସି ଏଆଇ ସହ ସାମ୍ସଙ୍ଗ୍ ଏସ୍୨୪ ସିରିଜ ଉନ୍ମୋଚିତ appeared first on Dharitri Odia News.
ଭୁବନେଶ୍ୱର,୨୩।୧: ସ୍ମାର୍ଟଫୋନ୍ ବ୍ରାଣ୍ଡ୍ ‘ସାମ୍ସଙ୍ଗ୍’ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ଅଲ୍-ନ୍ୟୁ ଗାଲାକ୍ସି ଏସ୍୨୪ ସିରିଜର ଉନ୍ମୋଚନ ସହ ବଜାର ପ୍ରବେଶ ସୋମବାର ଆନୁଷ୍ଠାନିକ ଭାବେ ହୋଇଯାଇଛି। ଏପରିକି ପ୍ରତି ଥର ଭଳି ଏଥର ମଧ୍ୟ ୩ଟି ସ୍ମାର୍ଟଫୋନ୍ ଗାଲାକ୍ସି ଏସ୍୨୪, ଗାଲାକ୍ସି ଏସ୍୨୪+ ଏବଂ ଗାଲାକ୍ସି ଏସ୍୨୪ ଅଲ୍ଟ୍ରା ମଡେଲ ଉକ୍ତ ସରିଜରେ ଉନ୍ମୋଚିତ ହୋଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ଓଡ଼ିଶା ବଜାର ପକ୍ଷରୁ ଏକ ସ୍ବତନ୍ତ୍ର ଅନାବରଣ ଉତ୍ସବର ଆୟୋଜନ କରାଯାଇଥିଲା। ଏହି ଅବସରରେ ସାମ୍ସଙ୍ଗର ଜେଡ୍ଏସ୍ଏମ୍ ଅଭିନେଶ ସିହ୍ନା, ଜେଡ୍ଏସ୍ଏମ୍ ଅରିନ୍ଦମ ପାତ୍ରଙ୍କ ସମେତ ଏସ୍ପିଡିର ନିର୍ଦ୍ଦେଶକ ଯୋଗେନ୍ଦ୍ର ହଂସ ପ୍ରମୁଖ ଉପସ୍ଥିତ ରହି ଉକ୍ତ ସରିଜକୁ ବଜାର ପ୍ରବେଶ କରାଇବା ସହିତ ଗାଲାକ୍ସି ଏସ୍୨୪ ସିରିଜ ପ୍ରଥମ ଧରଣର ଏଆଇ ମଡେଲ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରିଥିଲେ। ସେହିପରି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ପ୍ରଯୁକ୍ତିସମ୍ପନ୍ନ ଗାଲାକ୍ସି ଏଆଇରେ ଅନେକ ଅଭିନବ ବୈଶିଷ୍ଟ୍ୟ ଯଥା ଲାଇଭ୍ ଟ୍ରାନ୍ସଲେଶନ୍, ଚାଟ୍ ଆସିଷ୍ଟ, ଆଣ୍ଡ୍ରଏଡ୍ ଅଟୋ, ନୋଟ୍ ଆସିଷ୍ଟ, ଟ୍ରାନ୍ସକ୍ରିପ୍ଟ ଆସିଷ୍ଟ, ସର୍କଲ ଟୁ ସର୍ଚ୍ଚ, ପ୍ରୋଭିଜୁଆଲ ଇଞ୍ଜିନ, ନାଇଟୋଗ୍ରାଫି ଏବଂ ପରିବର୍ଦ୍ଧିତ ଡିଜିଟାଲ ଜୁମ୍ ଇତ୍ୟାଦି ସାମିଲ ରହିଛି। ଅପରପକ୍ଷରେ ଗାଲାକ୍ସି ଏସ୍୨୪ ଅଲ୍ଟ୍ରା, ଗାଲାକ୍ସି ଏସ୍୨୪+ ଏବଂ ଗାଲାକ୍ସି ଏସ୍୨୪ର ଉନ୍ମୋଚନ ସହିତ ସାମ୍ସଙ୍ଗ ଇଲେକ୍ଟ୍ରୋନିକ୍ସ ଏଆଇ ମାଧ୍ୟମରେ ମୋବାଇଲ ବ୍ୟବହାରର ନୂତନ ଅଭିଜ୍ଞତା ପ୍ରଦାନ କରୁଛି।
ଏ ସମ୍ପର୍କରେ ସାମ୍ସଙ୍ଗ୍ ମୋବାଇଲ ଡିଭିଜନ୍ର ସଭାପତି ଟି.ଏମ୍. ରୋହ କହିଛନ୍ତି, ସାମ୍ସଙ୍ଗ ଏକ ନୂଆ ଯୁଗ ଏବଂ ପରିବର୍ତ୍ତନଶୀଳ ଶକ୍ତିକୁ ଉନ୍ମୁକ୍ତ କରିବାକୁ ଯାଉଛି। ଉଲ୍ଲେଖଯୋଗ୍ୟ, ଗାଲାକ୍ସି ଏସ୍୨୪ ଅଲ୍ଟ୍ରା, ଗାଲାକ୍ସି ଏସ୍୨୪+ ଏବଂ ଗାଲାକ୍ସି ଏସ୍୨୪ ମଡେଲ ଆକର୍ଷଣୀୟ କଲର ସହିତ ଉପଲବ୍ଧ। ଏପରିକି ଉକ୍ତ ମଡେଲଗୁଡିକ ଉପରେ ସ୍ବତନ୍ତ୍ର ରିହାତି ଓ ସୁବିଧା ଗ୍ରାହକଙ୍କୁ ସୀମିତ ସମୟ ପାଇଁ ପ୍ରଦାନ କରାଯାଉଛି।
The post ଗାଲାକ୍ସି ଏଆଇ ସହ ସାମ୍ସଙ୍ଗ୍ ଏସ୍୨୪ ସିରିଜ ଉନ୍ମୋଚିତ appeared first on Dharitri Odia News.