ପୁରୁଷୋତ୍ତମପୁର ପଞ୍ଚାୟତ ସମିତିର ସ୍ବତନ୍ତ୍ର ବୈଠକ: ଅଭିଯୋଗ ଆଣିଲେ ସମିତିସଭ୍ୟ, ସରପଞ୍ଚ
ପୁରୁଷୋତ୍ତମପୁର,୨୮।୨(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଳକ ସମ୍ମିଳନୀ କକ୍ଷରେ ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମକୁ ନେଇ ସ୍ବତନ୍ତ୍ର ବୈଠକ ବସିଛି। ଏହି ବୈଠକ ବିଡିିଓ ଶରତ କୁମାର ପାତ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥିଭାବେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଓ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ଯୋଗଦେଇଥିବା ବେଳେ ବ୍ଲକ ଅଧ୍ୟକ୍ଷା ପିଙ୍କି ବେହେରା ଏବଂ ୨୬ଟି ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟମାନେ ଉପସ୍ଥିତଥିଲେ । ପଞ୍ଚାୟତ ମାନଙ୍କରେ ଉନ୍ନୟନମୂଳକ […] The post ପୁରୁଷୋତ୍ତମପୁର ପଞ୍ଚାୟତ ସମିତିର ସ୍ବତନ୍ତ୍ର ବୈଠକ: ଅଭିଯୋଗ ଆଣିଲେ ସମିତିସଭ୍ୟ, ସରପଞ୍ଚ appeared first on Dharitri Odia News.
ପୁରୁଷୋତ୍ତମପୁର,୨୮।୨(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଳକ ସମ୍ମିଳନୀ କକ୍ଷରେ ବିକଶିତ ଗାଁ ବିକଶିତ ଓଡ଼ିଶା କାର୍ଯ୍ୟକ୍ରମକୁ ନେଇ ସ୍ବତନ୍ତ୍ର ବୈଠକ ବସିଛି। ଏହି ବୈଠକ ବିଡିିଓ ଶରତ କୁମାର ପାତ୍ରଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥିଭାବେ କବିସୂର୍ଯ୍ୟନଗର ବିଧାୟକ ପ୍ରତାପ ଚନ୍ଦ୍ର ନାୟକ ଓ ଖଲ୍ଲିକୋଟ ବିଧାୟକ ପୂର୍ଣ୍ଣଚନ୍ଦ୍ର ସେଠୀ ଯୋଗଦେଇଥିବା ବେଳେ ବ୍ଲକ ଅଧ୍ୟକ୍ଷା ପିଙ୍କି ବେହେରା ଏବଂ ୨୬ଟି ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟମାନେ ଉପସ୍ଥିତଥିଲେ ।
ପଞ୍ଚାୟତ ମାନଙ୍କରେ ଉନ୍ନୟନମୂଳକ କାର୍ଯ୍ୟ ଲାଗି ଏହି ଯୋଜନାରେ ୨୦୨୪-୨୦୨୫ ଆର୍ଥିକ ବର୍ଷରେ ସର୍ବମୋଟ ୩ କୋଟି ୪୭ ଲକ୍ଷ ୫୫,୯୩୯ ଟଙ୍କା ଆସିଛି। ଏହି ଟଙ୍କାରେ ଗ୍ରାମାଞ୍ଚଳର ବିକାଶ କରାଯିବ। ବିଭିନ୍ନ ପଞ୍ଚାୟତର ସରପଞ୍ଚ ଓ ସମିତି ସଭ୍ୟମାନେ ନିଜ ପଞ୍ଚାୟତରେ ଉନ୍ନତିମୂଳକ କାର୍ଯ୍ୟ ଠିକ ଭାବେ ହେଉ ନ ଥିବା ନେଇ ଅଭିଯୋଗ କରିଥିଲେ । ଆଛୁଲି ପଞ୍ଚାୟତରେ ମଧ୍ୟ ଦୀର୍ଘ ମାସ ଧରି କେଣସି ପ୍ରକାରର ଉନ୍ନୟନମୂଳକ କାର୍ଯ୍ୟ ହେଉ ନ ଥିବା ନେଇ ସମିତିସଭ୍ୟା ଅଭିଯୋଗ କରି ଜନବସତିରେ ସିସିରୋଡ କରିବା ପରିବର୍ତ୍ତେ ଅନାବଶ୍ୟକ ସ୍ଥାନରେ ସିସିରୋଡ କରାଯାଇଛି ବୋଲି ଅଭିଯୋଗ କରିଥିଲେ। ରାଇପୁର ପଞ୍ଚାୟତରେ ଜନପ୍ରତିନିଧିଙ୍କ ଅଜାଣତରେ କାର୍ଯ୍ୟ କରାଯାଉଥିବାନେଇ ଅଭିଯୋଗ ହୋଇଛି।
ତେବେ କେବଳ ଏହି ଦୁଇ ପଞ୍ଚାୟତ ନୁହେଁ ବରଂ ଅନେକ ପଞ୍ଚାୟତର ସରପଞ୍ଚ ଓ ସମିତିସଭ୍ୟମାନେ ନିଜ ଅଞ୍ଚଳରେ ଉନ୍ନୟନମୂଳକ କାମ ଠିକ୍ ସମୟରେ ହେଉ ନ ଥିବା ନେଇ ଅସନ୍ତୋଷ ପ୍ରକାଶ କରିବା ସହ ବିଧାୟକ ଏନେଇ ପଦକ୍ଷେପ ନେବା ନିମନ୍ତେ ଦାବି କରିଥିଲେ । ଆଗାମୀ ଦିନରେ କିଭଳି ସମସ୍ତ ପଞ୍ଚାୟତରେ ଉନ୍ନୟନ ମୂଳକ କାର୍ଯ୍ୟହେବ ସେ ନେଇ ପଦକ୍ଷେପ ନେବା ନିମନ୍ତେ ସରକାରୀ ଅଧିକାରୀମାନଙ୍କୁ ଦୁଇ ବିଧାୟକ ପରାମର୍ଶମାନ ଦେଇଥିଲେ।
The post ପୁରୁଷୋତ୍ତମପୁର ପଞ୍ଚାୟତ ସମିତିର ସ୍ବତନ୍ତ୍ର ବୈଠକ: ଅଭିଯୋଗ ଆଣିଲେ ସମିତିସଭ୍ୟ, ସରପଞ୍ଚ appeared first on Dharitri Odia News.