ପୋଖରୀକୁ ଗାଧୋଇବାକୁ ଯାଇଥିଲେ ଭଉଣୀ-ଭାଇ: ଚାଲିଗଲା ଜୀବନ
ବାଲିଅନ୍ତା,୧୫।୧୦: ବାଲିଅନ୍ତା ଥାନା ସୁବାଳ ଗାଁରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ପୋଖରୀରେ ବୁଡ଼ି ଭଉଣୀ, ଭାଇଙ୍କ ମୃତ୍ୟୁ ଘଟିଛି। ମୃତ ଭଉଣୀ, ଭାଇଙ୍କ ବୟସ ୮ ଓ ୧୨ ବର୍ଷ ମଧ୍ୟରେ ହୋଇଥିବା ସୂଚନା ମିଳିଛି। ମିଳିଥିବା ସୂଚନା ମୁତାବକ ଭଉଣୀ, ଭାଇ ସାଙ୍ଗ ହୋଇ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ସେତିକିବେଳେ ଦୁହେଁ ପାଣିରେ ବୁଡି ଯାଇଥିଲେ। ସ୍ଥାନୀୟ ଲୋକେ ଭଉଣୀ, ଭାଇଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ନେଇଥିଲେ। ସେଠାରେ ଡାକ୍ତର ସେମାନଙ୍କୁ ମୃତ […] The post ପୋଖରୀକୁ ଗାଧୋଇବାକୁ ଯାଇଥିଲେ ଭଉଣୀ-ଭାଇ: ଚାଲିଗଲା ଜୀବନ appeared first on Dharitri Odia News.
ବାଲିଅନ୍ତା,୧୫।୧୦: ବାଲିଅନ୍ତା ଥାନା ସୁବାଳ ଗାଁରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ପୋଖରୀରେ ବୁଡ଼ି ଭଉଣୀ, ଭାଇଙ୍କ ମୃତ୍ୟୁ ଘଟିଛି। ମୃତ ଭଉଣୀ, ଭାଇଙ୍କ ବୟସ ୮ ଓ ୧୨ ବର୍ଷ ମଧ୍ୟରେ ହୋଇଥିବା ସୂଚନା ମିଳିଛି।
ମିଳିଥିବା ସୂଚନା ମୁତାବକ ଭଉଣୀ, ଭାଇ ସାଙ୍ଗ ହୋଇ ପୋଖରୀକୁ ଗାଧୋଇବାକୁ ଯାଇଥିଲେ। ସେତିକିବେଳେ ଦୁହେଁ ପାଣିରେ ବୁଡି ଯାଇଥିଲେ। ସ୍ଥାନୀୟ ଲୋକେ ଭଉଣୀ, ଭାଇଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ନେଇଥିଲେ। ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ। ଝିଅ, ପୁଅ ଙ୍କୁ ହରାଇ ପରିବାର ଲୋକେ ଭାଙ୍ଗି ପଡିଛନ୍ତି। ଏନେଇ ଗାଁରେ ଶୋକର ଛାୟା ଖେଳିଯାଇଛି।
The post ପୋଖରୀକୁ ଗାଧୋଇବାକୁ ଯାଇଥିଲେ ଭଉଣୀ-ଭାଇ: ଚାଲିଗଲା ଜୀବନ appeared first on Dharitri Odia News.