ଇଣ୍ଟରନ୍ୟାସନାଲ ଅପରେସନ ଆରମ୍ଭ କଲା Akasa Air, ମୁମ୍ୱାଇରୁ ଦୋହା ଉଡିଲା ପ୍ରଥମ ବିମାନ

ନୂଆଦିଲ୍ଲୀ: ଅକାସା ଏୟାର ନିଜର ପ୍ରଥମ ଅନ୍ତର୍ଜାତୀୟ ଉଡାଣ ଭରିଛି । ମୁମ୍ୱାଇରୁ ଦୋହା (କତାର) ପାଇଁ ନିଜର ପ୍ରଥମ ଉଡାଣ ଭରିବା ସହ ନିଜର ସ୍ୱପ୍ନର ଇଣ୍ଟରନ୍ୟାସନାଲ ଯାତ୍ରା ଆରମ୍ଭ କରିଛି । ଏୟାରଲାଇନ୍ ଏକ ବୟାନରେ କହିଛି ଯେ ଅନ୍ୟ ତିନୋଟି ଇଣ୍ଟରନ୍ୟାସନାଲ ଡେଷ୍ଟିନେସନ କୁଏତ, ଜେଦ୍ଦା ଏବଂ ରିୟାଦ ପାଇଁ ଟ୍ରାଫିକ୍ ଅଧିକାର ମିଳିଛି ।ଅକାସା ଆଗାମୀ କିଛି ମାସରେ ନିଜର ବୈଶ୍ୱିକ ପହଞ୍ଚରେ ବିସ୍ତାର କରିବ । ଏୟାରଲାଇନ ଅନୁସାରେ, ଅହମଦାବାଦ, ଗୋଆ, ବାରାଣସୀ, ଲକ୍ଷ୍ନୌ, ବେଙ୍ଗାଲୁରୁ, କୋଚି ଏବଂ ଦିଲ୍ଲୀ ପରି ଅନ୍ୟ ଘରୋଇ ସହରର ଯାତ୍ରୀଙ୍କ ପାଖରେ ମୁମ୍ୱାଇ ରାସ୍ତା ଦେଇ ଦୋହା ଯାତ୍ରା ପାଇଁ ଅନେକ କନେକ୍ଟିଙ୍ଗ ଅପ୍ସନ ରହିଛି । ଅକାସା ଘରୋଇ ସ୍ତରରେ ମୁମ୍ୱାଇ, ଅହମବାବାଦ, ବେଙ୍ଗାଲୁରୁ, ଚେନ୍ନାଇ, କୋଚି ସମେତ ଅନେକ ସହରରେ ବିମାନ ସେବା ପରିଚାଳନା କରୁଛି ।ପଢନ୍ତୁ: ଅର୍ଥନୀତି ପାଇଁ ଭଲ ଖବର; କମିଲା କରେଣ୍ଟ ଆକାଉଣ୍ଟ ଡେଫିସିଟ୍ମନି କଣ୍ଟ୍ରୋଲର ଏକ ରିପୋର୍ଟ ଅନୁସାରେ, ଅକାସା ଏୟାର ନିଜର ପରିଚାଳନା ୨୦୨୨ ଅଗଷ୍ଟ ୭ରେ ଆରମ୍ଭ ହୋଇଥିଲା । ଏୟାରଲାଇନରେ ସବୁଠୁ ବଡ଼ ମାଲିକାନା ରାକେଶ ଝୁନଝୁନୱାଲା ଏବଂ ତାଙ୍କ ପତ୍ନୀ ରେଖା ଝୁନଝନୱାଲଙ୍କ ରହିଛି । ବିଶିଷ୍ଟ ନିବେଶକ ରାକେଶ ଝୁନଝୁନୱାଲା ଏହି ଏୟାରଲାଇନ ଆରମ୍ଭ ହେବାର ଗୋଟିଏ ସପ୍ତାହ ପରେ ୨୦୨୨ ଅଗଷ୍ଟ ୧୪ରେ ଦୁନିଆରୁ ବିଦାୟ ନେଇଥିଲେ ।ରିପୋର୍ଟ ଅନୁସାରେ, ଅକାସା ଏୟାରର

ଇଣ୍ଟରନ୍ୟାସନାଲ ଅପରେସନ ଆରମ୍ଭ କଲା Akasa Air, ମୁମ୍ୱାଇରୁ ଦୋହା ଉଡିଲା ପ୍ରଥମ ବିମାନ

ନୂଆଦିଲ୍ଲୀ: ଅକାସା ଏୟାର ନିଜର ପ୍ରଥମ ଅନ୍ତର୍ଜାତୀୟ ଉଡାଣ ଭରିଛି । ମୁମ୍ୱାଇରୁ ଦୋହା (କତାର) ପାଇଁ ନିଜର ପ୍ରଥମ ଉଡାଣ ଭରିବା ସହ ନିଜର ସ୍ୱପ୍ନର ଇଣ୍ଟରନ୍ୟାସନାଲ ଯାତ୍ରା ଆରମ୍ଭ କରିଛି । ଏୟାରଲାଇନ୍ ଏକ ବୟାନରେ କହିଛି ଯେ ଅନ୍ୟ ତିନୋଟି ଇଣ୍ଟରନ୍ୟାସନାଲ ଡେଷ୍ଟିନେସନ କୁଏତ, ଜେଦ୍ଦା ଏବଂ ରିୟାଦ ପାଇଁ ଟ୍ରାଫିକ୍ ଅଧିକାର ମିଳିଛି ।

ଅକାସା ଆଗାମୀ କିଛି ମାସରେ ନିଜର ବୈଶ୍ୱିକ ପହଞ୍ଚରେ ବିସ୍ତାର କରିବ । ଏୟାରଲାଇନ ଅନୁସାରେ, ଅହମଦାବାଦ, ଗୋଆ, ବାରାଣସୀ, ଲକ୍ଷ୍ନୌ, ବେଙ୍ଗାଲୁରୁ, କୋଚି ଏବଂ ଦିଲ୍ଲୀ ପରି ଅନ୍ୟ ଘରୋଇ ସହରର ଯାତ୍ରୀଙ୍କ ପାଖରେ ମୁମ୍ୱାଇ ରାସ୍ତା ଦେଇ ଦୋହା ଯାତ୍ରା ପାଇଁ ଅନେକ କନେକ୍ଟିଙ୍ଗ ଅପ୍ସନ ରହିଛି । ଅକାସା ଘରୋଇ ସ୍ତରରେ ମୁମ୍ୱାଇ, ଅହମବାବାଦ, ବେଙ୍ଗାଲୁରୁ, ଚେନ୍ନାଇ, କୋଚି ସମେତ ଅନେକ ସହରରେ ବିମାନ ସେବା ପରିଚାଳନା କରୁଛି ।

ପଢନ୍ତୁ: ଅର୍ଥନୀତି ପାଇଁ ଭଲ ଖବର; କମିଲା କରେଣ୍ଟ ଆକାଉଣ୍ଟ ଡେଫିସିଟ୍

ମନି କଣ୍ଟ୍ରୋଲର ଏକ ରିପୋର୍ଟ ଅନୁସାରେ, ଅକାସା ଏୟାର ନିଜର ପରିଚାଳନା ୨୦୨୨ ଅଗଷ୍ଟ ୭ରେ ଆରମ୍ଭ ହୋଇଥିଲା । ଏୟାରଲାଇନରେ ସବୁଠୁ ବଡ଼ ମାଲିକାନା ରାକେଶ ଝୁନଝୁନୱାଲା ଏବଂ ତାଙ୍କ ପତ୍ନୀ ରେଖା ଝୁନଝନୱାଲଙ୍କ ରହିଛି । ବିଶିଷ୍ଟ ନିବେଶକ ରାକେଶ ଝୁନଝୁନୱାଲା ଏହି ଏୟାରଲାଇନ ଆରମ୍ଭ ହେବାର ଗୋଟିଏ ସପ୍ତାହ ପରେ ୨୦୨୨ ଅଗଷ୍ଟ ୧୪ରେ ଦୁନିଆରୁ ବିଦାୟ ନେଇଥିଲେ ।

ରିପୋର୍ଟ ଅନୁସାରେ, ଅକାସା ଏୟାରର ଫ୍ଲିଟରେ ବର୍ତ୍ତମାନ ୨୨ଟି ବିମାନ ଅଛି । ଏୟାରଲାଇନ ନିଜର ପରିଚାଳନାର ପ୍ରଥମ ବର୍ଷ ଆର୍ଥିକ ବର୍ଷ ୨୦୨୨-୨୩ରେ ୬୦୨.୮୪ କୋଟି ଟଙ୍କାର ଅପରେଟିଂ କ୍ଷତି ହୋଇଥିଲା । ଅପରେଟିଂ ରେଭେନ୍ୟୁ ୭୭୭.୮୫ କୋଟି ଟଙ୍କା ଏବଂ ଅପରେଟିଂ ଖର୍ଚ୍ଚ ପ୍ରାୟ ୧୪୦୦ କୋଟି ଟଙ୍କା ଥିଲା ।