ଇଲିନିୟସ ସହରରେ ଯୁବକଙ୍କ ଉନ୍ମତ କାଣ୍ଡ; ଛୁରୀ ଭୁଶି ୪ଜଣଙ୍କୁ ହତ୍ୟା, ୭ ଗୁରୁତର

ନୂଆଦିଲ୍ଲୀ: ଆମେରିକାର ଇଲିନିୟସ ସହରରେ ୨୨ ବର୍ଷିୟ ଯୁବକଙ୍କ ଉନ୍ମତ କାଣ୍ଡ । ଧାରୁଆ ଅସ୍ତ୍ରରେ ଲୋକଙ୍କୁ ଆକ୍ରମଣ । ଭିନ୍ନ ଭିନ୍ନ ସ୍ଥାନରେ ଲୋକଙ୍କୁ ଛୁରୀରେ ଆକ୍ରମଣ କରିଛି ଯୁବକ । ଏଥିରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ପୋଲିସ ଯୁବକଙ୍କୁ ଗିରଫ କରି ହେପାଜତକୁ ନେଇଛି । ତେବେ ଯୁବକ ଜଣଙ୍କ କାହିଁକି ଏଭଳି କାଣ୍ଡ ଭିଆଇଲେ ସେନେଇ ଅଧିକ ପଚରାଉଚରା କରୁଛି ପୋଲିସ୍ । ରକଫର୍ଡ ପୋଲିସ ମୁଖ୍ୟ କର୍ଲା ରେଡଙ୍କ ସୂଚନା ମୁତାବକ, ଆମେରିକାର ଉତ୍ତର ଇଲିନିୟସ ସହରରେ ଏହି ଅଭାବନୀୟ ଘଟଣା ଘଟିଛି । ୨୨ ବର୍ଷିୟ ଯୁବକ ହଠାତ୍ ଲୋକଙ୍କୁ ଆକ୍ରମଣ କରିଥିଲା । ଏକ ଧାରୁଆ ଅସ୍ତ୍ର ଧରି ଲୋକଙ୍କୁ ଆକ୍ରମଣ କରିବାରେ ଲାଗିଥିଲେ । ଉନ୍ମତ ଯୁବକ ଭିନ୍ନ ଭିନ୍ନ ସ୍ଥାନରେ ଏହି କାଣ୍ଡ ଭିଆଇଛି । ଏଥିରେ ୪ଜଣଙ୍କୁ ମୃତ୍ୟୁ ହୋଇଥିଲା ବେଳେ ୭ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତଙ୍କୁ ମେଡିକାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି । କିଛି ଆହତଙ୍କ ଅବସ୍ଥା ସଂକଟାପନ୍ନ ରହିଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି । ଏନେଇ ଖବର ମିଳିବା ପରେ ରକଫର୍ଡ ପୋଲିସ କ୍ରାଇମ୍ ଘଟିଥିବା ସ୍ଥାନରେ ପହଞ୍ଚି ଯୁବକଙ୍କୁ ହେପାଜତକୁ ନେଇଛି । ତେବେ କେଉଁ କାରଣ ଅଭିଯୁକ୍ତ ଏଭଳି ଭିଆଇଛି ତାହା ଏବେ ସୁଦ୍ଧା ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ସତ ଖୋଲିବାକୁ ଅଧିକ ପଚରାଉଚରା କରୁଛି ।  

ଇଲିନିୟସ ସହରରେ ଯୁବକଙ୍କ ଉନ୍ମତ କାଣ୍ଡ; ଛୁରୀ ଭୁଶି ୪ଜଣଙ୍କୁ ହତ୍ୟା, ୭ ଗୁରୁତର

ନୂଆଦିଲ୍ଲୀ: ଆମେରିକାର ଇଲିନିୟସ ସହରରେ ୨୨ ବର୍ଷିୟ ଯୁବକଙ୍କ ଉନ୍ମତ କାଣ୍ଡ । ଧାରୁଆ ଅସ୍ତ୍ରରେ ଲୋକଙ୍କୁ ଆକ୍ରମଣ । ଭିନ୍ନ ଭିନ୍ନ ସ୍ଥାନରେ ଲୋକଙ୍କୁ ଛୁରୀରେ ଆକ୍ରମଣ କରିଛି ଯୁବକ । ଏଥିରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ପୋଲିସ ଯୁବକଙ୍କୁ ଗିରଫ କରି ହେପାଜତକୁ ନେଇଛି । ତେବେ ଯୁବକ ଜଣଙ୍କ କାହିଁକି ଏଭଳି କାଣ୍ଡ ଭିଆଇଲେ ସେନେଇ ଅଧିକ ପଚରାଉଚରା କରୁଛି ପୋଲିସ୍ । 

ରକଫର୍ଡ ପୋଲିସ ମୁଖ୍ୟ କର୍ଲା ରେଡଙ୍କ ସୂଚନା ମୁତାବକ, ଆମେରିକାର ଉତ୍ତର ଇଲିନିୟସ ସହରରେ ଏହି ଅଭାବନୀୟ ଘଟଣା ଘଟିଛି । ୨୨ ବର୍ଷିୟ ଯୁବକ ହଠାତ୍ ଲୋକଙ୍କୁ ଆକ୍ରମଣ କରିଥିଲା । ଏକ ଧାରୁଆ ଅସ୍ତ୍ର ଧରି ଲୋକଙ୍କୁ ଆକ୍ରମଣ କରିବାରେ ଲାଗିଥିଲେ । ଉନ୍ମତ ଯୁବକ ଭିନ୍ନ ଭିନ୍ନ ସ୍ଥାନରେ ଏହି କାଣ୍ଡ ଭିଆଇଛି । ଏଥିରେ ୪ଜଣଙ୍କୁ ମୃତ୍ୟୁ ହୋଇଥିଲା ବେଳେ ୭ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତଙ୍କୁ ମେଡିକାଲରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି । କିଛି ଆହତଙ୍କ ଅବସ୍ଥା ସଂକଟାପନ୍ନ ରହିଥିବାରୁ ମୃତ୍ୟୁ ସଂଖ୍ୟା ବଢ଼ିପାରେ ବୋଲି କୁହାଯାଉଛି । 

ଏନେଇ ଖବର ମିଳିବା ପରେ ରକଫର୍ଡ ପୋଲିସ କ୍ରାଇମ୍ ଘଟିଥିବା ସ୍ଥାନରେ ପହଞ୍ଚି ଯୁବକଙ୍କୁ ହେପାଜତକୁ ନେଇଛି । ତେବେ କେଉଁ କାରଣ ଅଭିଯୁକ୍ତ ଏଭଳି ଭିଆଇଛି ତାହା ଏବେ ସୁଦ୍ଧା ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ସତ ଖୋଲିବାକୁ ଅଧିକ ପଚରାଉଚରା କରୁଛି ।