ଇଣ୍ଡିଆ ବୁକ୍ସ ଅଫ୍ ରେକର୍ଡସରେ ସ୍ଥାନ ପାଇଲେ ‘ଶ୍ରେୟାଶିଂ’, ୨୦ ମାସ ବୟସରେ…
ସାକ୍ଷୀଗୋପାଳ,୨୫।୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ନିଜର ବିଚକ୍ଷଣ ବୁଦ୍ଧି ଏବଂ ତତ୍କାଳ ସଠିକ ଉତ୍ତର ଦେଇ ଭଲଭାବେ କଥା କହି ପାରି ନ ଥିବା ୨୦ ମାସ ବୟସର ଶିଶୁ କନ୍ୟା ଶ୍ରେୟାଶିଂ ପଣ୍ଡା ଇଣ୍ଡିଆ ବୁକ୍ସ ଅଫ ରେକର୍ଡସରେ ସ୍ଥାନ ପାଇବାକୁ ସକ୍ଷମ ହୋଇଛନ୍ତି। ବିଭିନ୍ନ ପ୍ରଜାତିର ୧୯ ଟି ବନ୍ୟଜନ୍ତୁ, ୧୭ ଗୃହପାଳିତ ପଶୁ, ୧୩ ପକ୍ଷୀ, ୧୮ ପ୍ରକାର ପନିପରିବା, ୨୦ ଟି ଯାନବାହାନ, ୨୬ ଟି ଇଂରାଜୀ ଅକ୍ଷର ଓ ବ୍ୟବହୃତ […] The post ଇଣ୍ଡିଆ ବୁକ୍ସ ଅଫ୍ ରେକର୍ଡସରେ ସ୍ଥାନ ପାଇଲେ ‘ଶ୍ରେୟାଶିଂ’, ୨୦ ମାସ ବୟସରେ… appeared first on Dharitri Odia News.
ସାକ୍ଷୀଗୋପାଳ,୨୫।୭(କିଶୋର ମହାପାତ୍ର/ପ୍ରଶାନ୍ତ କୁମାର ବାରିକ): ନିଜର ବିଚକ୍ଷଣ ବୁଦ୍ଧି ଏବଂ ତତ୍କାଳ ସଠିକ ଉତ୍ତର ଦେଇ ଭଲଭାବେ କଥା କହି ପାରି ନ ଥିବା ୨୦ ମାସ ବୟସର ଶିଶୁ କନ୍ୟା ଶ୍ରେୟାଶିଂ ପଣ୍ଡା ଇଣ୍ଡିଆ ବୁକ୍ସ ଅଫ ରେକର୍ଡସରେ ସ୍ଥାନ ପାଇବାକୁ ସକ୍ଷମ ହୋଇଛନ୍ତି। ବିଭିନ୍ନ ପ୍ରଜାତିର ୧୯ ଟି ବନ୍ୟଜନ୍ତୁ, ୧୭ ଗୃହପାଳିତ ପଶୁ, ୧୩ ପକ୍ଷୀ, ୧୮ ପ୍ରକାର ପନିପରିବା, ୨୦ ଟି ଯାନବାହାନ, ୨୬ ଟି ଇଂରାଜୀ ଅକ୍ଷର ଓ ବ୍ୟବହୃତ ଶଦ୍ଦବଳି, ଭିନ୍ନ ଭିନ୍ନ ପ୍ରକାରର ୨୦ ଟି ଫଳ, ମଣିଷ ଶରୀରର ୧୪ ଟି ଅଙ୍ଗ ପ୍ରତ୍ୟଙ୍ଗ ଚିହ୍ନିତ କରିବା ସଙ୍ଗେ ସଙ୍ଗେ ୫ ଟି ସାଧାରଣ ଜ୍ଞାନର ତତକ୍ଷଣାତ ସଠିକ ଉତ୍ତର ଦେବାରେ ସଫଳ ହୋଇଛନ୍ତି। ଏହି କୃତିତ୍ବ ପାଇଁ ଇଣ୍ଡିଆ ବୁକ୍ସ ଅଫ ରେକର୍ଡସ ର ମୁଖ୍ୟ ସମ୍ପାଦକ ଡଃ ବିଶ୍ବରୁପ ରାୟ ଚ୍ୟୈଧୁରୀ ଶିଶୁ ଟିକୁ ଚଳିତ ମାସ ୧୪ ତାରିଖ ରେ ପ୍ରମାଣପତ୍ର ଓ ପଦକ ପ୍ରଦାନ କରି ଉତ୍ସାହିତ କରିଛନ୍ତି। ସତ୍ୟବାଦୀ ଥାନା ଅନ୍ତର୍ଗତ ଇନ୍ଦିପୁର ଗ୍ରାମର କୁନିଝିଅ ଶ୍ରେୟାଶଂର ମାତା ତପସ୍ବୀନି ପଣ୍ଡା ଓ ପିତା ଶିବଶଙ୍କର ପଣ୍ଡାଙ୍କ ପରିବାରରେ ଏଥିପାଇଁ ଖୁସିର ଲହରୀ ଖେଳିଯାଇଛି। ପୁରୀ ସହରରେ ରହୁଥିବା ଏହି ପରିବାରକୁ ବିଭିନ୍ନ ମହଲରୁ ଶିଶୁଟିର ଉଜ୍ଜ୍ୱଳ ଭବିଷ୍ୟତ କାମନା କରି ଶୁଭେଚ୍ଛା ପହଞ୍ଚିବାରେ ଲାଗିଛି।
The post ଇଣ୍ଡିଆ ବୁକ୍ସ ଅଫ୍ ରେକର୍ଡସରେ ସ୍ଥାନ ପାଇଲେ ‘ଶ୍ରେୟାଶିଂ’, ୨୦ ମାସ ବୟସରେ… appeared first on Dharitri Odia News.