ଜିଓର ୧.୮୫ଲକ୍ଷ ନୂଆ ମୋବାଇଲ ଗ୍ରାହକ

ଭୁବନେଶ୍ୱର,୨୪।୯: ଦେଶର ପ୍ରମୁଖ ଘରୋଇ ଟେଲିକମ କମ୍ପାନୀ ତଥା ରିଲାଏନ୍ସ ଜିଓ ୨୦୨୪ ଜୁଲାଇରେ ପ୍ରାୟ ୧.୮୫ ଲକ୍ଷ ନୂଆ ମୋବାଇଲ ଗ୍ରାହକ ଏବଂ ୧୧,୦୦୦ ରୁ ଅଧିକ ଜିଓ ଫାଇବର ଓ ଜିଓ ଏୟାରଫାଇବର ଗ୍ରାହକ ଓଡ଼ିଶା ବଜାରରେ ଯୋଡ଼ିଥିବା ଜଣାପଡିଛି। ଉଲ୍ଲେଖଯୋଗ୍ୟ, ଟେଲିକମ ରେଗୁଲେଟୋରି ଟ୍ରାଇ ପକ୍ଷରୁ ନିକଟରେ ପ୍ରକାଶିତ ତଥ୍ୟ ଅନୁଯାୟୀ ୨୦୨୪ ଜୁଲାଇରେ କେବଳ ଜିଓ ଓ ବିଏସ୍‌ଏନ୍‌ଏଲ୍‌ ଓଡ଼ିଶାରେ ନୂତନ ଗ୍ରାହକ ଯୋଡିଥିବା ବେଳେ ଅନ୍ୟ ଦୁଇ ଅପରେଟର ଏୟାରଟେଲ […] The post ଜିଓର ୧.୮୫ଲକ୍ଷ ନୂଆ ମୋବାଇଲ ଗ୍ରାହକ appeared first on Dharitri Odia News.

ଜିଓର ୧.୮୫ଲକ୍ଷ ନୂଆ ମୋବାଇଲ ଗ୍ରାହକ

ଭୁବନେଶ୍ୱର,୨୪।୯: ଦେଶର ପ୍ରମୁଖ ଘରୋଇ ଟେଲିକମ କମ୍ପାନୀ ତଥା ରିଲାଏନ୍ସ ଜିଓ ୨୦୨୪ ଜୁଲାଇରେ ପ୍ରାୟ ୧.୮୫ ଲକ୍ଷ ନୂଆ ମୋବାଇଲ ଗ୍ରାହକ ଏବଂ ୧୧,୦୦୦ ରୁ ଅଧିକ ଜିଓ ଫାଇବର ଓ ଜିଓ ଏୟାରଫାଇବର ଗ୍ରାହକ ଓଡ଼ିଶା ବଜାରରେ ଯୋଡ଼ିଥିବା ଜଣାପଡିଛି। ଉଲ୍ଲେଖଯୋଗ୍ୟ, ଟେଲିକମ ରେଗୁଲେଟୋରି ଟ୍ରାଇ ପକ୍ଷରୁ ନିକଟରେ ପ୍ରକାଶିତ ତଥ୍ୟ ଅନୁଯାୟୀ ୨୦୨୪ ଜୁଲାଇରେ କେବଳ ଜିଓ ଓ ବିଏସ୍‌ଏନ୍‌ଏଲ୍‌ ଓଡ଼ିଶାରେ ନୂତନ ଗ୍ରାହକ ଯୋଡିଥିବା ବେଳେ ଅନ୍ୟ ଦୁଇ ଅପରେଟର ଏୟାରଟେଲ ଓ ଭୋଡାଫୋନ ଆଇଡିଆ ବହୁ ହଜାର ଗ୍ରାହକ ହରାଇଛନ୍ତି। ବିଏସ୍‌ଏନ୍‌ଏଲ୍‌ ଏହି ମାସରେ ପ୍ରାୟ ୬୬,୦୦୦ ନୂଆ ଗ୍ରାହକ ଯୋଡିଥିବାବେଳେ ଏୟାରଟେଲ ୪୩୦୦୦ଗ୍ରାହକ ହରାଇଥିବା ଏହି ତଥ୍ୟରୁ ସୂଚନା ମିଳିଛି। ଜୁଲାଇ ମାସରେ ଓଡିଶାର ମୋଟ ମୋବାଇଲ ଗ୍ରାହକଙ୍କ ସଂଖ୍ୟା ଦୁଇ ଲକ୍ଷ ପାଞ୍ଚ ହଜାର ବୃଦ୍ଧି ପାଇ ୩.୪୩ କୋଟିରେ ପହଞ୍ଚତ୍ଛି। ମୋବାଇଲ ଭଳି ଓୟାରଲାଇନ କ୍ଷେତ୍ରରେ ମଧ୍ୟ ଜିଓ ଜୁଲାଇ ମାସରେ ୧୧୦୦୦ରୁ ଅଧିକ ଜିଓ ଫାଇବର ଓ ଜିଓ ଏୟାରଫାଇବର ଗ୍ରାହକ ଯୋଡି ହେବା ସହିତ ରାଜ୍ୟରେ ମୋଟ ଜିଓ ଫାଇବର ଓ ଜିଓ ଏୟାରଫାଇବର ଗ୍ରାହକଙ୍କ ସଂଖ୍ୟା ୩.୨୧ଲକ୍ଷରେ ପହଞ୍ଚତ୍ଥିବା ଟ୍ରାଇ ତଥ୍ୟରୁ ଜଣାପଡିଛି। ଏଥିସହିତ ଜିଓ ରାଜ୍ୟର ପ୍ରଥମ ଅପରେଟର ଭାବେ ୩ ଲକ୍ଷରୁ ଊଦ୍ଧର୍‌ବ ଓୟାରଲାଇନ ଗ୍ରାହକ ହାସଲ କରିଛି। ଓଡ଼ିଶା ଟେଲିକମ କ୍ଷେତ୍ରରେ ୪୬% ରୁ ଅଧିକ ଗ୍ରାହକ ବଜାର ଅଂଶ ଏବଂ ୫୨% ରାଜସ୍ବ ବଜାର ଅଂଶ ସହିତ ଏକ ନମ୍ବର ସ୍ଥାନରେ ରହିଥିବା ଜିଓର ରାଜ୍ୟରେ ସର୍ବବୃହତ ୪ଜି ଓ ୫ଜି ନେଟୱର୍କ ରହିଛି।

The post ଜିଓର ୧.୮୫ଲକ୍ଷ ନୂଆ ମୋବାଇଲ ଗ୍ରାହକ appeared first on Dharitri Odia News.