କୋଭିଡ୍‌ ଟିକା ନୁହେଁ ତ ହୃଦଘାତ,ଆକସ୍ମିକ ମୃତ୍ୟୁର କାରଣ; ଜାଣନ୍ତୁ କ’ଣ କହିଲା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ : ସାରା ଦେଶରେ ଗତ କିଛି ଦିନରେ କରୋନା ଟିକା ପାଇଁ ହୃଦଘାତର ମାମଲା ଯୁବପୀଢି ନିକଟରେ ବୃଦ୍ଧି ପାଉଛି ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ତେବେ ଏହାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ, ଦେଶରେ ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ଆଇସିଏମଆର) ଓ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏଆଇଆଇଏମଏସ) ପକ୍ଷରୁ କରାଯାଇଥିବା ଅଧ୍ୟୟନ ଅନୁଯାୟୀ, କୋଭିଡ୍‌ ଟିକା ସହ ହୃଦଘାତ ଓ ଆକସ୍ମିକ ମୃତ୍ୟୁର […]

କୋଭିଡ୍‌ ଟିକା ନୁହେଁ ତ ହୃଦଘାତ,ଆକସ୍ମିକ ମୃତ୍ୟୁର କାରଣ; ଜାଣନ୍ତୁ କ’ଣ କହିଲା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ

ନୂଆଦିଲ୍ଲୀ : ସାରା ଦେଶରେ ଗତ କିଛି ଦିନରେ କରୋନା ଟିକା ପାଇଁ ହୃଦଘାତର ମାମଲା ଯୁବପୀଢି ନିକଟରେ ବୃଦ୍ଧି ପାଉଛି ବୋଲି ଚର୍ଚ୍ଚା ଜୋର୍‌ ଧରିଛି। ତେବେ ଏହାକୁ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ, ଦେଶରେ ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ (ଆଇସିଏମଆର) ଓ ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ (ଏଆଇଆଇଏମଏସ) ପକ୍ଷରୁ କରାଯାଇଥିବା ଅଧ୍ୟୟନ ଅନୁଯାୟୀ, କୋଭିଡ୍‌ ଟିକା ସହ ହୃଦଘାତ ଓ ଆକସ୍ମିକ ମୃତ୍ୟୁର କୌଣସି ସମ୍ପର୍କ ନାହିଁ।
କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର କହିବାନୁଯାୟୀ, ହୃଦଘାତ ଓ ଆକସ୍ମିକ ମୃତ୍ୟୁର କାରଣ ଜାଣିବା ପାଇଁ ଆଇସିଏମଆର ଓ ଏନସିଡିସି ଉଭୟ ମିଶି ୨ଟି ଭିନ୍ନ ଭିନ୍ନ ଅଧ୍ୟୟନ କରିଛନ୍ତି । ଆଇସିଏମଆର ଜାତୀୟ ମହାମାରୀ ବିଜ୍ଞାନ ସଂସ୍ଥାନ (ଏନଆଇଇ) ମେ’-ଅଗଷ୍ଟ ୨୦୨୩ ମଧ୍ୟରେ କରିଥିବା ଅଧ୍ୟୟନ ଅନୁଯାୟୀ, ୧୯ ରାଜ୍ୟ ସମେତ କେନ୍ଦ୍ର ଶାସିତ ଅଞ୍ଚଳରେ ଥିବା ପ୍ରାୟ ୪୭ଟି ନାମୀଦାମି ହସ୍ପିଟାଲରୁ ତଥ୍ୟ ନେଇଥିଲେ । ଅଧ୍ୟୟନରେ ୧୮-୪୫ ବର୍ଷ ପର୍ଯ୍ୟନ୍ତ ସେହି ସମସ୍ତ ବ୍ୟକ୍ତି ବିଶେଷଙ୍କୁ ସାମିଲ କରିଥିଲା । ଯେଉଁମାନେ ପୂର୍ବରୁ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ, ମାତ୍ର ଅକ୍ଟୋବର ୨୦୨୧ ମାର୍ଚ୍ଚ ୨୦୨୩ ମଧ୍ୟରେ ହଠାତ୍‌ ସେମାନଙ୍କ ମୃତ୍ୟୁ ଘଟିଛି । ମାତ୍ର ଅଧ୍ୟୟନରୁ ଜଣାପଡିଛି ଯେ କୋଭିଡ୍‌ ୧୯ର ଟିକା ନେବା ଦ୍ୱାରା ହଠାତ୍‌ ମୃତ୍ୟୁ ବୃଦ୍ଧି ପାଇ ନାହିଁ ।

ଅନ୍ୟ ଏକ ରିପୋର୍ଟ ଅନୁଯାୟୀ, ଏଆଇଆଇଏମଏସ ଦିଲ୍ଲୀ ପକ୍ଷରୁ ଆଉ ଏକ ଅଧ୍ୟୟନ ମଧ୍ୟ କରାଯାଉଛି, ଯେଉଁଥିରେ ଯୁବପୀଢିଙ୍କ ମଧ୍ୟରେ ବଢୁଥିବା ହୃଦଘାତ ଓ ଆକସ୍ମିକ ମୃତ୍ୟୁର କାରଣ ଖୋଜା ଚାଲିଛି। ପ୍ରାଥମିକ ରିପୋର୍ଟରୁ ଜଣାପଡିଛି ଯେ, ହୃଦଘାତ କାରଣରୁ ମୃତ୍ୟୁ ସାଧାରଣତଃ ହୋଇଥାଏ। ଏହା ବ୍ୟତୀତ ଅନେକ ମାମଲାରେ ପୁରୁଣା ରୋଗ ଓ ବଂଶଗତ ରୋଗ ମଧ୍ୟ ଏହାର କାରଣ ବୋଲି ଜଣାପଡିଛି । ହଠାତ୍‌ ହେଉଥିବା ହୃଦଘାତ ଓ ଆକସ୍ମିକ ମୃତ୍ୟୁର ପାଇଁ କୌଣସି ବଡ କାରଣ ଜଣାପଡି ନାହିଁ।

ସୂଚନାଯୋଗ୍ୟ, ଗତ ଗୋଟିଏ ମାସରେ କର୍ଣ୍ଣାଟକରେ ହୃଦଘାତରେ ୨୦ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି। କର୍ଣ୍ଣାଟକ ସରକାର ଏଥିପାଇଁ କରୋନା ଟୀକାକୁ ଦାୟୀ କରିଥିଲେ, ଯାହା ଯୋଗୁଁ ସୋସିଆଲ ମିଡିଆରେ କରୋନା ଟୀକାକୁ ନେଇ ବିତର୍କ ଆରମ୍ଭ ହୋଇଥିଲା, କିନ୍ତୁ ଆଜି ଦେଶର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ ଆଇସିଏମଆର ଏବଂ ଏଆଇଆଇଏମଏସ ଦ୍ୱାରା କରାଯାଇଥିବା ଗବେଷଣା ସ୍ପଷ୍ଟ କରିଛି ଯେ କରୋନା ଟୀକା ଏବଂ କରୋନା ଟୀକାରେ ହଠାତ୍ ମୃତ୍ୟୁ ମଧ୍ୟରେ କୌଣସି ସମ୍ପର୍କ ନାହିଁ। ଏହି ଗବେଷଣା କରୋନା ସମୟ ପରେ ହଠାତ୍ ମୃତ୍ୟୁ ଉପରେ କରାଯାଇଥିଲା। ଗବେଷଣାରୁ ନିଷ୍କର୍ଷିତ ହୋଇଛି ଯେ ହଠାତ୍ ମୃତ୍ୟୁ କରୋନା ଟୀକାର ପାର୍ଶ୍ୱ ପ୍ରତିକ୍ରିୟା ନୁହେଁ, ବରଂ ଜୀବନଶୈଳୀ ଏବଂ ଦୀର୍ଘକାଳୀନ ରୋଗ ମୃତ୍ୟୁର ମୁଖ୍ୟ କାରଣ।

ବୃହସ୍ପତି ଚଳନ.. ଜୁଲାଇ ୯ପରେ ଧନରେ ଭର୍ତ୍ତି ହେବ ଏହି ରାଶିଙ୍କ ଆଲମିରା, ହେବ ବିବାହ, କିଣିବେ ଜମି, ଦୂର ହେବ ସବୁ ଚିନ୍ତା..