ଷ୍ଟେଟ ବ୍ୟାଙ୍କ ଶାଖା ପକ୍ଷରୁ ଅଙ୍ଗନୱାଡି କେନ୍ଦ୍ର ରୂପାନ୍ତକରଣ

ଝାରସୁଗୁଡା:ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଭୁବନେଶ୍ବର ଏବଂ ଆଞ୍ଚଳିକ ବ୍ୟବସାୟ କାର୍ଯ୍ୟାଳୟ ଝାରସୁଗୁଡ଼ା ସହଯୋଗରେ ସ୍ଵେଚ୍ଛାସେବୀ ଅନୁଷ୍ଠାନ ସାର୍କ୍ ଦ୍ୱାରା ଝାରସୁଗୁଡ଼ା ଜିଲ୍ଲାର ବିରିଙ୍ଗାଟୋଲି ଗ୍ରାମ ପଞ୍ଚାୟତ ସ୍ଥିତ ବିରିଙ୍ଗାଟୋଲି ଅଙ୍ଗନବାଡି କେନ୍ଦ୍ରକୁ ଏକ ଆଦର୍ଶ କେନ୍ଦ୍ର ଭାବେ ରୂପାନ୍ତକରଣ କରାଯାଇଛି।ଏଥିରେ ଶିଶୁମାନଙ୍କ ସୃଜନଶୀଳତାର ବିକାଶ, ଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା, ଡିଜିଟାଲ ଶିକ୍ଷା, ବିଭିନ୍ନ ପ୍ରକାରର ଖେଳ ଓ ଶିକ୍ଷଣ ସାମଗ୍ରୀ ଦିଆଯିବା ସଙ୍ଗେ ସଙ୍ଗେ ଅଙ୍ଗନବାଡି କେନ୍ଦ୍ରର ସୌନ୍ଦର୍ଯ୍ୟ କରଣ କରାଯାଇଛି । ଉଦଘାଟନୀ […] The post ଷ୍ଟେଟ ବ୍ୟାଙ୍କ ଶାଖା ପକ୍ଷରୁ ଅଙ୍ଗନୱାଡି କେନ୍ଦ୍ର ରୂପାନ୍ତକରଣ appeared first on Odisha.News.

ଷ୍ଟେଟ ବ୍ୟାଙ୍କ ଶାଖା ପକ୍ଷରୁ ଅଙ୍ଗନୱାଡି କେନ୍ଦ୍ର ରୂପାନ୍ତକରଣ

ଝାରସୁଗୁଡା:ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ, ଭୁବନେଶ୍ବର ଏବଂ ଆଞ୍ଚଳିକ ବ୍ୟବସାୟ କାର୍ଯ୍ୟାଳୟ ଝାରସୁଗୁଡ଼ା ସହଯୋଗରେ ସ୍ଵେଚ୍ଛାସେବୀ ଅନୁଷ୍ଠାନ ସାର୍କ୍ ଦ୍ୱାରା ଝାରସୁଗୁଡ଼ା ଜିଲ୍ଲାର ବିରିଙ୍ଗାଟୋଲି ଗ୍ରାମ ପଞ୍ଚାୟତ ସ୍ଥିତ ବିରିଙ୍ଗାଟୋଲି ଅଙ୍ଗନବାଡି କେନ୍ଦ୍ରକୁ ଏକ ଆଦର୍ଶ କେନ୍ଦ୍ର ଭାବେ ରୂପାନ୍ତକରଣ କରାଯାଇଛି।ଏଥିରେ ଶିଶୁମାନଙ୍କ ସୃଜନଶୀଳତାର ବିକାଶ, ଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥା, ଡିଜିଟାଲ ଶିକ୍ଷା, ବିଭିନ୍ନ ପ୍ରକାରର ଖେଳ ଓ ଶିକ୍ଷଣ ସାମଗ୍ରୀ ଦିଆଯିବା ସଙ୍ଗେ ସଙ୍ଗେ ଅଙ୍ଗନବାଡି କେନ୍ଦ୍ରର ସୌନ୍ଦର୍ଯ୍ୟ କରଣ କରାଯାଇଛି । ଉଦଘାଟନୀ ଉତ୍ସବରେ ଝାରସୁଗୁଡ଼ା ଷ୍ଟେଟ ବ୍ୟାଙ୍କ ଆଞ୍ଚଳିକ ପରିଚାଳକ ଚୌଧୁରୀ ଆଶ୍ମିନ୍ ଅନୁପମ ପ୍ରହରାଜ ମୁଖ୍ୟ ଅତିଥି ରୂପେ ଯୋଗଦାନ କରି ଶିଶୁ ଓ ମା ମାନଙ୍କୁ ଆଦର୍ଶ ଶିକ୍ଷା ଓ ଶିଶୁ ବିକାଶରେ ଅଙ୍ଗନୱାଡିର ଭୂମିକା ବିଷୟରେ ଅବଗତ କରାଇଥିଲେ । ଶ୍ରୀମତୀ ଜୟଶ୍ରୀ ପଟ୍ଟନାୟକ, କୁତୁରା ସିଡ଼ିପିଓ ତୁଳସା ଲାକରା, ପର୍ଯ୍ୟବେକ୍ଷକ, ମୁକ୍ତା ନାୟକ, ବିରିଙ୍ଗାଟୋଲି ସରପଞ୍ଚ ଏବଂ ସାର୍କ୍ ସମ୍ବଲପୁର ପ୍ରକଳ୍ପ ଅଧିକାରୀ ଶ୍ରୀ ମଧୁସୂଦନ ଚଇନି, ଓ ସମ୍ପାଦକ ଅଶୋକ ପାଣିଗ୍ରାହୀ ଉଦଘାଟନୀ କାର୍ଯ୍ୟକ୍ରମରେ ଯୋଗଦାନ କରି ଶିଶୁ ଓ ଅଙ୍ଗନୱାଡି କର୍ମୀ ମାନଙ୍କୁ ଏହି ରୂପାନ୍ତରଣ ଓ ଆଧୁନିକୀକରଣର ଗୁରୁତ୍ଵ ଏବଂ ଉପାଦେୟତା ବାବଦରେ ଅବଗତ କରାଇଥିଲେ।ଏହି ଅବସରରେ ଶିଶୁ ମାନଙ୍କୁ ହସ୍ତ ଲିଖନ ଏବଂ ଚିତ୍ରାଙ୍କନ ପାଇଁ ପୁସ୍ତକ ଏବଂ ଖାତା ବିତରଣ କରାଯାଇଥିଲା।

The post ଷ୍ଟେଟ ବ୍ୟାଙ୍କ ଶାଖା ପକ୍ଷରୁ ଅଙ୍ଗନୱାଡି କେନ୍ଦ୍ର ରୂପାନ୍ତକରଣ appeared first on Odisha.News.