ସମ୍ବଲପୁର ଜିଲ୍ଲାରେ ପ୍ରଥମ :ଅଂଶୁଘାତରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ

ସମ୍ବଲପୁର:ସମ୍ବଲପୁର ଜିଲ୍ଲାରେ ପ୍ରଥମ ଅଂଶୁଘାତ ଜନିତ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ମିଳିଛି।ରେଙ୍ଗାଲି ମାଉଲି ନଗରରେ ରହୁଥ‌ିବା ରାଜୁ ଖଣ୍ଡେକରଙ୍କ ପୁଅ ଅନିଲ ଖଣ୍ଡେକର( ୨୯ ) ଅଶଂଘାତରେ ମୃତ୍ୟୁବରଣ କରିଥିବା ତାଙ୍କ ପରିବାର ପକ୍ଷରୁ ଅଭିଯୋଗ ଅଣାଯାଇଛି। ଅନିଲ ୨୦ ତାରିଖ ରବିବାର ଦିନ ୧୧ଟା ସମୟରେ ଘରୁ ରେଙ୍ଗାଲି ବଜାରକୁ କିଛି ଜିନିଷ କିଣିବାକୁ ଯାଇ ଅପରାହ୍ନ ୨ଟା ବେଲେ ଘରକୁ ଫେରିଲାପରେ ଅସୁସ୍ଥ ଅନୁଭବ କରିଥିଲେ। ଘର ଲୋକେ ଖରାରେ ଆସିଛୁ ପାଣି […] The post ସମ୍ବଲପୁର ଜିଲ୍ଲାରେ ପ୍ରଥମ :ଅଂଶୁଘାତରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ appeared first on Odisha.News.

ସମ୍ବଲପୁର ଜିଲ୍ଲାରେ ପ୍ରଥମ :ଅଂଶୁଘାତରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ

ସମ୍ବଲପୁର:ସମ୍ବଲପୁର ଜିଲ୍ଲାରେ ପ୍ରଥମ ଅଂଶୁଘାତ ଜନିତ ମୃତ୍ୟୁ ହୋଇଥିବା ନେଇ ଅଭିଯୋଗ ମିଳିଛି।ରେଙ୍ଗାଲି ମାଉଲି ନଗରରେ ରହୁଥ‌ିବା ରାଜୁ ଖଣ୍ଡେକରଙ୍କ ପୁଅ ଅନିଲ ଖଣ୍ଡେକର( ୨୯ ) ଅଶଂଘାତରେ ମୃତ୍ୟୁବରଣ କରିଥିବା ତାଙ୍କ ପରିବାର ପକ୍ଷରୁ ଅଭିଯୋଗ ଅଣାଯାଇଛି। ଅନିଲ ୨୦ ତାରିଖ ରବିବାର ଦିନ ୧୧ଟା ସମୟରେ ଘରୁ ରେଙ୍ଗାଲି ବଜାରକୁ କିଛି ଜିନିଷ କିଣିବାକୁ ଯାଇ ଅପରାହ୍ନ ୨ଟା ବେଲେ ଘରକୁ ଫେରିଲାପରେ ଅସୁସ୍ଥ ଅନୁଭବ କରିଥିଲେ। ଘର ଲୋକେ ଖରାରେ ଆସିଛୁ ପାଣି ପିଇ ଆରାମ କର ଭଲ ଲାଗିବ ବୋଲି କହିଥିଲେ। ପରେ ତାଙ୍କ ଦେହରେ ଉଷ୍ମତା ବଢିଥିଲା ଏବଂ ପ୍ରାୟ ୫ଟା ସମୟରେ ନିଜ ଘରେ ତାଙ୍କର ମୃତ୍ୟୁ ହୋଇଥିଲା। ରବିବାର ପ୍ରଚଣ୍ଡ ଗ୍ରୀଷ୍ମ ପ୍ରଭାହ ଯୋଗୁଁ ଅଂଶୁଘାତରେ ଅନିଲଙ୍କ ମୃତ୍ୟୁ ହୋଇଥିବା ତାଙ୍କ ପରିବାର ପକ୍ଷରୁ ଅଭିଯୋଗ କରାଯାଇଛି। ତେବେ ଜିଲ୍ଲା ପ୍ରଶାସନ ନିକଟରେ ଏନେଇ କୌଣସି ଖବର ନାହିଁ। ଘରର ରୋଜଗାରିଆ ପୁଅର ଅକାଳ ବିୟୋଗରେ ପରିବାର ଲୋକେ ଭାଙ୍ଗି ପଡିଛନ୍ତି।ଅନିଲ ପରିବାର ଗରିବ ଶ୍ରେଣୀର ହୋଇଥିବାରୁ ତାଙ୍କୁ ସରକାରୀ ସାହାଯ୍ୟ ଯୋଗାଇ ଦେବାକୁ ବିଭିନ୍ନ ମହଲରେ ଦାବି ହେଉଛି।

The post ସମ୍ବଲପୁର ଜିଲ୍ଲାରେ ପ୍ରଥମ :ଅଂଶୁଘାତରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ appeared first on Odisha.News.