ଓଡିଶା ଆଉଟସୋରସିଂ ପୌର କର୍ମଚାରୀ ସଙ୍ଘର ଗଞ୍ଜାମ ଜିଲ୍ଲା ସମ୍ମିଳନୀ,ନୂତନ କର୍ମକର୍ତ୍ତା ଚୟନ
ଗୋପାଳପୁର ୧୧/୦୨ ଗୋପାଳପୁର ଠାରେ ଓଡିଶା ଆଉଟସୋରସିଂ ପୌର କର୍ମଚାରୀ ସଙ୍ଘର ଗଞ୍ଜାମ ଜିଲ୍ଲା ସମ୍ମିଳନୀ ସହ ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାରେ ଥିବା ସମସ୍ତ ଏନ ଏ ସି, ମୁନିସିପାଲିଟି ଏବଂ ମହାନଗରର ଶତାଧିକ ଆଉଟସୋରସିଂ କର୍ମଚାରୀ ଯୋଗ ଦେଇଥିଲେ l ପରେ ଗୋପାଳପୁର ସ୍ଥିତ ହରିଜନ ସାହି ହନୁମାନ ଷ୍ଟେଚୁ ନିକଟରୁ ଏକ ବିରାଟ ଶୋଭାଯାତ୍ରାରେ କର୍ମଚାରୀ ମାନେ ବାହାରି ନଗର ପରିକ୍ରମା କରି […] The post ଓଡିଶା ଆଉଟସୋରସିଂ ପୌର କର୍ମଚାରୀ ସଙ୍ଘର ଗଞ୍ଜାମ ଜିଲ୍ଲା ସମ୍ମିଳନୀ,ନୂତନ କର୍ମକର୍ତ୍ତା ଚୟନ appeared first on Odisha.News.

ଗୋପାଳପୁର ୧୧/୦୨
ଗୋପାଳପୁର ଠାରେ ଓଡିଶା ଆଉଟସୋରସିଂ ପୌର କର୍ମଚାରୀ ସଙ୍ଘର ଗଞ୍ଜାମ ଜିଲ୍ଲା ସମ୍ମିଳନୀ ସହ ନୂତନ କର୍ମକର୍ତ୍ତା ଚୟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାରେ ଥିବା ସମସ୍ତ ଏନ ଏ ସି, ମୁନିସିପାଲିଟି ଏବଂ ମହାନଗରର ଶତାଧିକ ଆଉଟସୋରସିଂ କର୍ମଚାରୀ ଯୋଗ ଦେଇଥିଲେ l ପରେ ଗୋପାଳପୁର ସ୍ଥିତ ହରିଜନ ସାହି ହନୁମାନ ଷ୍ଟେଚୁ ନିକଟରୁ ଏକ ବିରାଟ ଶୋଭାଯାତ୍ରାରେ କର୍ମଚାରୀ ମାନେ ବାହାରି ନଗର ପରିକ୍ରମା କରି ସ୍ଥାନୀୟ ମୁତ୍ୟାଲୁ ମା ମନ୍ଦିର ଠାରେ ଏକ ବୈଠକ ଆୟୋଜିତ କରିଥିଲେ l ଏହି ବୈଠକରେ ଦରମା ବୃଦ୍ଧି, ବକେୟା ରହିଥିବା ଦରମା ପ୍ରଦାନ, ଇପିଏଫ ଓ ଇଏସଆଇ ଅର୍ଥ ପ୍ରଦାନ, ମାସିକ ଚାରି ଦିନ ଛୁଟି ପ୍ରଦାନ, ମାତୃତ୍ବ କାଳିନ ଛୁଟି,ବିନା କାରଣରେ ସଫେଇ କର୍ମଚାରୀଙ୍କୁ ଛଟେଇ ବନ୍ଦ କରିବା ଆଦି ଉପରେ ଆଲୋଚନା ହୋଇଥିଲା l ପରେ ନୂତନ କର୍ମକର୍ତ୍ତା ଚୟନ ହୋଇଥିଲା l ନୂତନ ସଭାପତି ଭାବେ ପ୍ରଶାନ୍ତ ପରିଛା, ସମ୍ପାଦକ ଭାବେ ଉତ୍ତମ ନାୟକ ଏବଂ ସଭ୍ୟ ସଭ୍ୟାଙ୍କୁ ମନୋନୀତ ହୋଇଛନ୍ତି l ଅନ୍ୟ ମାନଙ୍କ ମଧ୍ୟରେ ରାଜ୍ୟ ମହାସଂଘର ଆବାହକ ତଥା ଆଇଏଫଟିୟୁର ରାଜ୍ୟ ସଭାପତି ପ୍ରତାପ ପ୍ରଧାନ, ମହାସଂଘର ନେତା ପ୍ରଶାନ୍ତ ମହାରଣା, ପୌର କର୍ମଚାରୀ ନେତା ମୋହନ ନାୟକ, ଗୋପାଳପୁର ସଭାପତି ଟୁନା ରଥ, ସଞ୍ଜୟ ସ୍ୱାଇଁ, ରାହୁଲ ନାୟକ ପ୍ରମୁଖ ଉପସ୍ଥିତ ଥିଲେ I
The post ଓଡିଶା ଆଉଟସୋରସିଂ ପୌର କର୍ମଚାରୀ ସଙ୍ଘର ଗଞ୍ଜାମ ଜିଲ୍ଲା ସମ୍ମିଳନୀ,ନୂତନ କର୍ମକର୍ତ୍ତା ଚୟନ appeared first on Odisha.News.