ଜୁନ୍ ୨୫ ତାରିଖ ବିଜେପି ପାଇଁ କଳା ଦିବସ; କଂଗ୍ରେସକୁ ଟାର୍ଗେଟ୍ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଜୁନ୍ ୨୫ ତାରିଖକୁ କଳା ଦିବସ ମନାଉଛି ବିଜେପି । ୧୯୭୫ ଜରୁରୀକାଳକୁ ବିରୋଧ କରି ବ୍ଲାକ୍ ଡେ’ ପାଳୁଛି ଭାରତୀୟ ଜନତା ପାର୍ଟି । ଆଜିର ଦିନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ । ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିକ୍ରିୟା ରଖି କହିଛନ୍ତି, ଶାସନ କ୍ଷମତାକୁ ହାତମୁଠାରେ ରଖିବାକୁ ତତ୍କାଳୀନ କଂଗ୍ରେସ ସରକାର ଲୋକତନ୍ତ୍ର ସିଦ୍ଧାନ୍ତଙ୍କୁ ଅବହେଳା କରିଥିଲା । ଦେଶକୁ ଜେଲ୍‌ଖାନା କରି ଦେଇଖିଲେ । କଂଗ୍ରେସ ଉପରେ ବିଶ୍ବାସ ରଖୁନଥିବା ସମସ୍ତ ବ୍ୟକ୍ତିଙ୍କୁ ଦଳରୁ ବିତାଡିତ କରାଯାଇଥିଲା । ସଂଖ୍ୟା ଲଘୁ ବର୍ଗକୁ ଟାର୍ଗେଟ୍ କରାଯାଇଥିଲା ବୋଲି ପିଏମ୍ ମୋଦି କହିଛନ୍ତି ।   ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଦେଶରେ ଜରୁରୀକାଳୀନ ସ୍ଥିତି ଲାଗୁ କରିଥିବା ଲୋକଙ୍କ ମୁହଁରେ ଦେଶଭକ୍ତି ଶୋଭା ପାଉନାହିଁ । ସମ୍ବିଧାନ ଭକ୍ତିଭାବ ଦେଖେଇ ହେବାର ସେମାନଙ୍କର କୌଣସି ଅଧିକାର ନାହିଁ । ଅନୁଚ୍ଛେଦ-୩୫୬ର ଥୋପ ଦେଇ, ପ୍ରେସ୍‌ର ସ୍ବତନ୍ତ୍ରତାକୁ ଶେଷ କରିବାକୁ ବିଧେୟକ ପାରିତ କରିଥିଲେ । ସଂଘବାଦକୁ ନଷ୍ଟ କରିଦେଇଥିଲେ । ସମ୍ବିଧାନର ତଣ୍ଟି ଚିପି ଦେଇଥିଲେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ସେତେବେଳେ ଯେଉଁ ମାନସିକତାରେ ଦେଶରେ ଜରୁରୀକାଳ ଲାଗୁ କରାଯାଇଥିଲା, ସେହି ମାନସିକତା ଏବେ ବି କଂଗ୍ରେସ ନିକଟରେ ରହିଛି । ଦେଶବାସୀ

ଜୁନ୍ ୨୫ ତାରିଖ ବିଜେପି ପାଇଁ କଳା ଦିବସ; କଂଗ୍ରେସକୁ ଟାର୍ଗେଟ୍ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଜୁନ୍ ୨୫ ତାରିଖକୁ କଳା ଦିବସ ମନାଉଛି ବିଜେପି । ୧୯୭୫ ଜରୁରୀକାଳକୁ ବିରୋଧ କରି ବ୍ଲାକ୍ ଡେ’ ପାଳୁଛି ଭାରତୀୟ ଜନତା ପାର୍ଟି । ଆଜିର ଦିନରେ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧି ଦେଶରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରିଥିଲେ । ଏହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରତିକ୍ରିୟା ରଖି କହିଛନ୍ତି, ଶାସନ କ୍ଷମତାକୁ ହାତମୁଠାରେ ରଖିବାକୁ ତତ୍କାଳୀନ କଂଗ୍ରେସ ସରକାର ଲୋକତନ୍ତ୍ର ସିଦ୍ଧାନ୍ତଙ୍କୁ ଅବହେଳା କରିଥିଲା । ଦେଶକୁ ଜେଲ୍‌ଖାନା କରି ଦେଇଖିଲେ । କଂଗ୍ରେସ ଉପରେ ବିଶ୍ବାସ ରଖୁନଥିବା ସମସ୍ତ ବ୍ୟକ୍ତିଙ୍କୁ ଦଳରୁ ବିତାଡିତ କରାଯାଇଥିଲା । ସଂଖ୍ୟା ଲଘୁ ବର୍ଗକୁ ଟାର୍ଗେଟ୍ କରାଯାଇଥିଲା ବୋଲି ପିଏମ୍ ମୋଦି କହିଛନ୍ତି ।   

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି, ଦେଶରେ ଜରୁରୀକାଳୀନ ସ୍ଥିତି ଲାଗୁ କରିଥିବା ଲୋକଙ୍କ ମୁହଁରେ ଦେଶଭକ୍ତି ଶୋଭା ପାଉନାହିଁ । ସମ୍ବିଧାନ ଭକ୍ତିଭାବ ଦେଖେଇ ହେବାର ସେମାନଙ୍କର କୌଣସି ଅଧିକାର ନାହିଁ । ଅନୁଚ୍ଛେଦ-୩୫୬ର ଥୋପ ଦେଇ, ପ୍ରେସ୍‌ର ସ୍ବତନ୍ତ୍ରତାକୁ ଶେଷ କରିବାକୁ ବିଧେୟକ ପାରିତ କରିଥିଲେ । ସଂଘବାଦକୁ ନଷ୍ଟ କରିଦେଇଥିଲେ । ସମ୍ବିଧାନର ତଣ୍ଟି ଚିପି ଦେଇଥିଲେ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି । ସେତେବେଳେ ଯେଉଁ ମାନସିକତାରେ ଦେଶରେ ଜରୁରୀକାଳ ଲାଗୁ କରାଯାଇଥିଲା, ସେହି ମାନସିକତା ଏବେ ବି କଂଗ୍ରେସ ନିକଟରେ ରହିଛି । ଦେଶବାସୀ ବୁଝି ସାରିଛନ୍ତି, ତେଣୁ କଂଗ୍ରେସକୁ ବାରମ୍ବାର ବିତାଡ଼ିତ କରୁଛନ୍ତି ବୋଲି ପିଏମ୍ କହିଛନ୍ତି ।