ତେଲଙ୍ଗାନାରେ ବାତ୍ୟା ପ୍ରଭାବ: ବର୍ଷା ବିତ୍ପାତରେ ୧୩ ମୃତ
ହାଇଦ୍ରାବାଦ,୨୮ା୫: ବଙ୍ଗୋପସାଗରରେ ବାତ୍ୟା ରେମାଲ ଅତିକ୍ରମ କଲାବେଳେ ଏହାର ପ୍ରଭାବରେ ରବିବାର ତେଲଙ୍ଗାନାରେ ପ୍ରବଳ ବର୍ଷା ପବନ ହୋଇଥିଲା। ଫଳରେ ବିଭିନ୍ନ ସ୍ଥାନରେ ଗଛ ଓ ବିଦ୍ୟୁତ୍ ଖୁଣ୍ଟ ଉପୁଡି ୧୩ ଜଣଙ୍କ ମୃତ୍ୟୁ ଘଟିଛି। ବାତ୍ୟା ପ୍ରଭାବ ତେଲଙ୍ଗାନାବାସୀଙ୍କୁ ବିପଦରେ ପକାଇଛି। କେବଳ ନଗରକୁର୍ନୁଲରେ ୭ ଜଣଙ୍କ ମୃତ୍ୟୁ ଘଟିଛି। ଘର ଭୁଶୁଡ଼ି ବାପଝିଅଙ୍କ ସମେତ ୪ ଜଣ ପ୍ରାଣ ହରାଇଥିବାବେଳେ ବଜ୍ରପାତରେ ୩ ଜଣଙ୍କ ଜୀବନ ଯାଇଛି। ହାଇଦ୍ରାବାଦରେ ୪ ଜଣ ଓ ମେଡକରେ ୨ […] The post ତେଲଙ୍ଗାନାରେ ବାତ୍ୟା ପ୍ରଭାବ: ବର୍ଷା ବିତ୍ପାତରେ ୧୩ ମୃତ appeared first on Dharitri Odia News.
ହାଇଦ୍ରାବାଦ,୨୮ା୫: ବଙ୍ଗୋପସାଗରରେ ବାତ୍ୟା ରେମାଲ ଅତିକ୍ରମ କଲାବେଳେ ଏହାର ପ୍ରଭାବରେ ରବିବାର ତେଲଙ୍ଗାନାରେ ପ୍ରବଳ ବର୍ଷା ପବନ ହୋଇଥିଲା। ଫଳରେ ବିଭିନ୍ନ ସ୍ଥାନରେ ଗଛ ଓ ବିଦ୍ୟୁତ୍ ଖୁଣ୍ଟ ଉପୁଡି ୧୩ ଜଣଙ୍କ ମୃତ୍ୟୁ ଘଟିଛି। ବାତ୍ୟା ପ୍ରଭାବ ତେଲଙ୍ଗାନାବାସୀଙ୍କୁ ବିପଦରେ ପକାଇଛି। କେବଳ ନଗରକୁର୍ନୁଲରେ ୭ ଜଣଙ୍କ ମୃତ୍ୟୁ ଘଟିଛି। ଘର ଭୁଶୁଡ଼ି ବାପଝିଅଙ୍କ ସମେତ ୪ ଜଣ ପ୍ରାଣ ହରାଇଥିବାବେଳେ ବଜ୍ରପାତରେ ୩ ଜଣଙ୍କ ଜୀବନ ଯାଇଛି। ହାଇଦ୍ରାବାଦରେ ୪ ଜଣ ଓ ମେଡକରେ ୨ ଜଣ ପ୍ରାଣ ହରାଇଛନ୍ତି। ରାସ୍ତାରେ ଗଛ ଓ ବିଦ୍ୟୁତ୍ ଖୁଣ୍ଟ ପଡ଼ି ଗାଡ଼ି ଚଳାଚଳ ବାଧାପ୍ରାପ୍ତ ହୋଇଛି। ଦୀର୍ଘ ସମୟ ପର୍ଯ୍ୟନ୍ତ ବିଦ୍ୟୁତ ଯୋଗାଣ ବାଧାପ୍ରାପ୍ତ ହୋଇଥିଲା। ନଗରକୁର୍ନୁଲ ଏବଂ ନାଲଗୋଣ୍ଡା ଜିଲାରେ ପ୍ରବଳ ବର୍ଷା ହୋଇଥିବାବେଳେ ରଙ୍ଗାରେଡ୍ଡୀ ଏବଂ ମେଡଚଲ ମଲକଜଗିରି ଜିଲାରେ ପ୍ରବଳ ବେଗରେ ପବନ ବହିଥିଲା। ହାଇଦ୍ରାବାଦରେ ପ୍ରବଳ ବର୍ଷା ପବନରେ ବହୁ ରାସ୍ତାଘାଟ, ଘରଦ୍ୱାର ଓ ଗାଡ଼ି କ୍ଷତିଗ୍ରସ୍ତ ହୋଇଛି।
The post ତେଲଙ୍ଗାନାରେ ବାତ୍ୟା ପ୍ରଭାବ: ବର୍ଷା ବିତ୍ପାତରେ ୧୩ ମୃତ appeared first on Dharitri Odia News.