BEOଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ହ୍ୟାକ୍, ଅନଲାଇନ୍‌ରେ ଟଙ୍କା ନେଇଗଲେ ହ୍ୟାକର

ପାଟଣା ୧।୪: କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଶିକ୍ଷାଧିକାରୀ ଉତ୍ତମ କୁମାର ନାୟକଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ  ହ୍ୟାକ୍ । କେହି ଜଣେ ଅଜଣା ଠକ ତାଙ୍କ ନାମରେ ବିଭିନ୍ନ ଲୋକଙ୍କୁ ଟଙ୍କା ମାଗୁଥିବା ଜଣାପଡିଛି । ଉତ୍ତମ କୁମାର ନାୟକଙ୍କ ସୋସିଆଲ ମିଡିଆରେ ଥିବା ଫ୍ରେଣ୍ଡମାନଙ୍କୁ ଠକ ଜଣଙ୍କ ମେସେଞ୍ଜରରେ ଟଙ୍କା ମାଗିଥିଲା । ଏପରିକି ଠକର ଅନୁରୋଧକୁ ବ୍ଲକ ଶିକ୍ଷାଧିକାରୀଙ୍କ ଅନୁରୋଧ ଭାବି ଘସିପୁରା ଅଞ୍ଚଳର ଜଣେ ଶିକ୍ଷକ ପ୍ରଥମେ ୧୫ ହଜାର ଟଙ୍କା ଓ ପରେ ୩ ହଜାର ଟଙ୍କା ମଧ୍ୟ ତାକୁ ଅନଲାଇନରେ ଦେଇଥିଲେ । ଟଙ୍କା ପଠାଇଛନ୍ତି ବୋଲି ବ୍ଲକ ଶିକ୍ଷାଧିକାରୀଙ୍କୁ ଫୋନ୍ ଯୋଗେ ଜଣାଇବାରୁ ତାଙ୍କ ଆକାଉଣ୍ଟ ହ୍ୟାକ୍ ହୋଇଥିବା ଜାଣିବାକୁ ପାଇଛନ୍ତି। ଏହାପରେ ସେ ନିଜ ଫେସବୁକ ଏକାଉଣ୍ଟ ଜରିଆରେ  ତାଙ୍କ ଫେସବୁକ ହ୍ୟାକ ହୋଇଥିବା ସୂଚନା ଦେବା ସହ କେହି ଠକାମୀର ଶିକାର ନହେବାକୁ ସୂଚନା ଦେଇଛନ୍ତି । ତେବେ ଠକ ଜଣଙ୍କ ଶ୍ରୀ ନାୟକ ଙ୍କ ର ଫେସବୁକ ଫ୍ରେଣ୍ଡ ଥିବା ଶିକ୍ଷକ ସମ୍ପର୍କୀୟ ସହ ,ବନ୍ଧୁ ବାନ୍ଧବ  ଏବଂ  ଗଣ ମାଧ୍ୟମ ପ୍ରତିନିଧି ଙ୍କୁ ମଧ୍ୟ ଟଙ୍କା ସାହାଯ୍ୟ ମାଗିଥିଲା ତେବେ ଘଷିପୁରା ଅଞ୍ଚଳର  ଜଣେ ଶିକ୍ଷକ ସାହାଯ୍ୟ କରିବା କୁ ଯାଇ ୧୮ ହଜାର ଟଙ୍କା ଠକେଇ ର ଶିକାର ହୋଇଛନ୍ତି।You Can Read :କମେଣ୍ଟ ମରାକୁ ବିରୋଧରୁ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ : ଅଭିଯୁକ୍ତକୁ ଗିରଫ   

BEOଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ହ୍ୟାକ୍, ଅନଲାଇନ୍‌ରେ ଟଙ୍କା ନେଇଗଲେ ହ୍ୟାକର

ପାଟଣା ୧।୪: କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଶିକ୍ଷାଧିକାରୀ ଉତ୍ତମ କୁମାର ନାୟକଙ୍କ ସୋସିଆଲ ମିଡିଆ ଆକାଉଣ୍ଟକୁ  ହ୍ୟାକ୍ । କେହି ଜଣେ ଅଜଣା ଠକ ତାଙ୍କ ନାମରେ ବିଭିନ୍ନ ଲୋକଙ୍କୁ ଟଙ୍କା ମାଗୁଥିବା ଜଣାପଡିଛି । ଉତ୍ତମ କୁମାର ନାୟକଙ୍କ ସୋସିଆଲ ମିଡିଆରେ ଥିବା ଫ୍ରେଣ୍ଡମାନଙ୍କୁ ଠକ ଜଣଙ୍କ ମେସେଞ୍ଜରରେ ଟଙ୍କା ମାଗିଥିଲା । ଏପରିକି ଠକର ଅନୁରୋଧକୁ ବ୍ଲକ ଶିକ୍ଷାଧିକାରୀଙ୍କ ଅନୁରୋଧ ଭାବି ଘସିପୁରା ଅଞ୍ଚଳର ଜଣେ ଶିକ୍ଷକ ପ୍ରଥମେ ୧୫ ହଜାର ଟଙ୍କା ଓ ପରେ ୩ ହଜାର ଟଙ୍କା ମଧ୍ୟ ତାକୁ ଅନଲାଇନରେ ଦେଇଥିଲେ । ଟଙ୍କା ପଠାଇଛନ୍ତି ବୋଲି ବ୍ଲକ ଶିକ୍ଷାଧିକାରୀଙ୍କୁ ଫୋନ୍ ଯୋଗେ ଜଣାଇବାରୁ ତାଙ୍କ ଆକାଉଣ୍ଟ ହ୍ୟାକ୍ ହୋଇଥିବା ଜାଣିବାକୁ ପାଇଛନ୍ତି। ଏହାପରେ ସେ ନିଜ ଫେସବୁକ ଏକାଉଣ୍ଟ ଜରିଆରେ  ତାଙ୍କ ଫେସବୁକ ହ୍ୟାକ ହୋଇଥିବା ସୂଚନା ଦେବା ସହ କେହି ଠକାମୀର ଶିକାର ନହେବାକୁ ସୂଚନା ଦେଇଛନ୍ତି । ତେବେ ଠକ ଜଣଙ୍କ ଶ୍ରୀ ନାୟକ ଙ୍କ ର ଫେସବୁକ ଫ୍ରେଣ୍ଡ ଥିବା ଶିକ୍ଷକ ସମ୍ପର୍କୀୟ ସହ ,ବନ୍ଧୁ ବାନ୍ଧବ  ଏବଂ  ଗଣ ମାଧ୍ୟମ ପ୍ରତିନିଧି ଙ୍କୁ ମଧ୍ୟ ଟଙ୍କା ସାହାଯ୍ୟ ମାଗିଥିଲା ତେବେ ଘଷିପୁରା ଅଞ୍ଚଳର  ଜଣେ ଶିକ୍ଷକ ସାହାଯ୍ୟ କରିବା କୁ ଯାଇ ୧୮ ହଜାର ଟଙ୍କା ଠକେଇ ର ଶିକାର ହୋଇଛନ୍ତି।

You Can Read :

କମେଣ୍ଟ ମରାକୁ ବିରୋଧରୁ ମହିଳାଙ୍କୁ ମରଣାନ୍ତକ ଆକ୍ରମଣ : ଅଭିଯୁକ୍ତକୁ ଗିରଫ