ସାମ୍ବାଦିକଙ୍କୁ ସୁରକ୍ଷା, ପେନସନ ଦାବି: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଓୟୁଜେର ସ୍ମାରକପତ୍ର
ଛତ୍ରପୁର,୧୫।୨(ସନ୍ତୋଷ ପାଢ଼ୀ): ଓଡ଼ିଶା ସାମ୍ବାଦିକ ୟୁନିଅନ (ଓୟୁଜେ) ଗଞ୍ଜାମ ଜ଼ିଲା କମିଟି ପକ୍ଷରୁ ସାମ୍ବାଦିକମାନଙ୍କ ୩ ଦଫା ଦାଦି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜ଼ିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଦାବିଗୁଡିକ ମଧ୍ୟରେ ଅବସରପ୍ରାପ୍ତ ସାମ୍ବାଦିକମାନଙ୍କୁ ମାସିକ ଅନ୍ୟୁନ ୨୫ ହଜାର ଟଙ୍କା ପେନ୍ସନ୍ ପ୍ରଦାନ କରାଯାଉ। ଦେଶର ୧୮ଟି ରାଜ୍ୟରେ ସାମ୍ବାଦିକମାନେ ପେନସନ ସୁବିଧା ପାଉଛନ୍ତି। ସାମ୍ବାଦିକମାନଙ୍କ ନିରାପତ୍ତା ପାଇଁ ବିଧାନସଭାର ଚଳିତ ଅଧିବେଶନରେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରାଯାଉ। ଇତିମଧ୍ୟରେ ମହାରାଷ୍ଟ୍ର ଓ […] The post ସାମ୍ବାଦିକଙ୍କୁ ସୁରକ୍ଷା, ପେନସନ ଦାବି: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଓୟୁଜେର ସ୍ମାରକପତ୍ର appeared first on Dharitri Odia News.
ଛତ୍ରପୁର,୧୫।୨(ସନ୍ତୋଷ ପାଢ଼ୀ): ଓଡ଼ିଶା ସାମ୍ବାଦିକ ୟୁନିଅନ (ଓୟୁଜେ) ଗଞ୍ଜାମ ଜ଼ିଲା କମିଟି ପକ୍ଷରୁ ସାମ୍ବାଦିକମାନଙ୍କ ୩ ଦଫା ଦାଦି ନେଇ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଅତିରିକ୍ତ ଜ଼ିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ଦାବିଗୁଡିକ ମଧ୍ୟରେ ଅବସରପ୍ରାପ୍ତ ସାମ୍ବାଦିକମାନଙ୍କୁ ମାସିକ ଅନ୍ୟୁନ ୨୫ ହଜାର ଟଙ୍କା ପେନ୍ସନ୍ ପ୍ରଦାନ କରାଯାଉ। ଦେଶର ୧୮ଟି ରାଜ୍ୟରେ ସାମ୍ବାଦିକମାନେ ପେନସନ ସୁବିଧା ପାଉଛନ୍ତି। ସାମ୍ବାଦିକମାନଙ୍କ ନିରାପତ୍ତା ପାଇଁ ବିଧାନସଭାର ଚଳିତ ଅଧିବେଶନରେ ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରାଯାଉ। ଇତିମଧ୍ୟରେ ମହାରାଷ୍ଟ୍ର ଓ ଛତିଶଗଡ଼ ସରକାର ଏଭଳି ଆଇନ ପ୍ରଣୟନ କରିସାରିଛନ୍ତି। ବିଡ଼ମ୍ବନାର ବିଷୟ ହେଲା ରାଜ୍ୟରେ ଦୀର୍ଘ ୧୬ବର୍ଷ ହେଲା ସାମ୍ବାଦିକ ଅଧିସ୍ବୀକୃତି କମିଟି ନାହିଁ। ତୁରନ୍ତ ରାଜ୍ୟରେ ସାମ୍ବାଦିକ ଅଧିସ୍ବୀକୃତି କମିଟି ଗଠନ କରିବାକୁ ଦାବି ହୋଇଛି। ସାମ୍ବାଦିକଙ୍କ ନ୍ୟାୟୋଚିତ ଦାବି ପ୍ରତି ସରକାର ଉଦାସୀନ ରହିଲେ ଓଡ଼ିଶା ସାମ୍ବାଦିକ ୟୁନିଅନ ପୁଣିଥରେ ଆନ୍ଦୋଳନ ରାସ୍ତାକୁ ଓହ୍ଲାଇବାକୁ ବାଧ୍ୟ ହେବ ବୋଲି ଉକ୍ତ ସ୍ମାରକପତ୍ରରେ କୁହାଯାଇଛି। ଏହି ସ୍ମାରକପତ୍ର ପ୍ରଦାନ ବେଳେ ଓୟୁଜେର ପୂର୍ବତନ ସଭାପତି ପ୍ରକାଶ ପାଣିଗ୍ରାହୀ, ଓୟୁଜେର ଗଞ୍ଜାମ ଜିଲା ସାଧାରଣ ସମ୍ପାଦକ ସନ୍ତୋଷ କୁମାର ମିଶ୍ର, ଅଶୋକ କୁମାର ରଥ, କ୍ଷେତ୍ରବାସୀ ସାହୁ, ସୁଧୀର କୁମାର ନାହାକ, ରବୀନ୍ଦ୍ର ନାହାକ, ଅରୁଣ କୁମାର ପଣ୍ଡା, ଜ଼ିଲା ସମ୍ପାଦକ ସନ୍ତୋଷ କୁମାର ପଣ୍ଡା, ଦେବବ୍ରତ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ।
The post ସାମ୍ବାଦିକଙ୍କୁ ସୁରକ୍ଷା, ପେନସନ ଦାବି: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଓୟୁଜେର ସ୍ମାରକପତ୍ର appeared first on Dharitri Odia News.