ଇଲେକ୍ଟୋରାଲ ବଣ୍ଡ୍‌ର ଏସ୍‌ଆଇଟି ତଦନ୍ତ ଦାବି

ନୂଆଦିଲ୍ଲୀ,୨୪।୩(ପି.ଟି.): ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ଇଲେକ୍ଟୋରାଲ ବଣ୍ଡ୍‌ ପ୍ରସଙ୍ଗର ତଦନ୍ତ କରୁ ବୋଲି କଂଗ୍ରେସ ଦାବି କରିଛି। ଏହି ତ୍ରୁଟିପୂର୍ଣ୍ଣ ଯୋଜନା ପ୍ରିପେଡ୍‌ ଏବଂ ପୋଷ୍ଟପେଡ୍‌ ଲାଞ୍ଚକୁ ସୁନିଶ୍ଚିତ କରିଥିଲା। ଏପରିକି ଚଢ଼ାଉ ପରେ ବ୍ୟାଙ୍କିଙ୍ଗ ଚ୍ୟାନେଲ ଦେଇ ଶାସକ ଦଳକୁ ଲାଞ୍ଚ ପହଞ୍ଚତ୍ପାରୁଥିଲା ବୋଲି କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ସମାଲୋଚନା କରି ସେ କହିଛନ୍ତି, ଯେଉଁ ଲୋକ […] The post ଇଲେକ୍ଟୋରାଲ ବଣ୍ଡ୍‌ର ଏସ୍‌ଆଇଟି ତଦନ୍ତ ଦାବି appeared first on Dharitri Odia News.

ଇଲେକ୍ଟୋରାଲ ବଣ୍ଡ୍‌ର ଏସ୍‌ଆଇଟି ତଦନ୍ତ ଦାବି

ନୂଆଦିଲ୍ଲୀ,୨୪।୩(ପି.ଟି.): ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍‌ (ଏସ୍‌ଆଇଟି) ଇଲେକ୍ଟୋରାଲ ବଣ୍ଡ୍‌ ପ୍ରସଙ୍ଗର ତଦନ୍ତ କରୁ ବୋଲି କଂଗ୍ରେସ ଦାବି କରିଛି। ଏହି ତ୍ରୁଟିପୂର୍ଣ୍ଣ ଯୋଜନା ପ୍ରିପେଡ୍‌ ଏବଂ ପୋଷ୍ଟପେଡ୍‌ ଲାଞ୍ଚକୁ ସୁନିଶ୍ଚିତ କରିଥିଲା। ଏପରିକି ଚଢ଼ାଉ ପରେ ବ୍ୟାଙ୍କିଙ୍ଗ ଚ୍ୟାନେଲ ଦେଇ ଶାସକ ଦଳକୁ ଲାଞ୍ଚ ପହଞ୍ଚତ୍ପାରୁଥିଲା ବୋଲି କଂଗ୍ରେସ ସାଧାରଣ ସମ୍ପାଦକ ଜୟରାମ ରମେଶ ଏକ ଖବରଦାତା ସମ୍ମିଳନୀରେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଡ଼ା ସମାଲୋଚନା କରି ସେ କହିଛନ୍ତି, ଯେଉଁ ଲୋକ ବିଦେଶରୁ କଳାଧନ ଫେରାଇ ଆଣିବାର ଗ୍ୟାରେଣ୍ଟି ଦେଇଥିଲେ, ଏହା ବଦଳରେ ସେ ଦୁର୍ନୀତିକୁ ଆଇନସମ୍ମତ କରିବା ସହ ଏହାକୁ ଲୁଚାଇବା ପାଇଁ ଜୋର୍‌ଦାର ଉଦ୍ୟମ ଚଳାଇଥିଲେ। ମାତ୍ର ୧୫ ସେକେଣ୍ଡରୁ କମ୍‌ ସମୟ ମଧ୍ୟରେ ଦାତାମାନଙ୍କୁ ରାଜନୈତିକ ଦଳଗୁଡ଼ିକ ସହ ମେଳ କରାଯାଇପାରୁଥିବାବେଳେ ଏସ୍‌ବିଆଇ ଏଥିପାଇଁ ୩ ମାସ ସମୟ ନେବା ନିମନ୍ତେ ସୁପ୍ରିମକୋର୍ଟରେ ଆବେଦନ କରିବା ହାସ୍ୟାସ୍ପଦ ବୋଲି ଜୟରାମ କହିଛନ୍ତି। କଂଗ୍ରେସ ଇଲେକ୍ଟୋରାଲ ବଣ୍ଡ୍‌ରେ ଜବରଦସ୍ତ ଦୁର୍ନୀତିର ୪ଟି ଢାଞ୍ଚା ସମ୍ପର୍କରେ କହିଛି। ତାହା ହେଲା- ଚାନ୍ଦା ଦିଅ, ଧନ୍ଦା ନିଅ (ପ୍ରିପେଡ୍‌ ଲାଞ୍ଚ) ଏବଂ ଠିକା ନିଅ, ଲାଞ୍ଚ ଦିଅ (ପୋଷ୍ଟପେଡ୍‌ ଲାଞ୍ଚ, ବଟି ଅସୁଲି ଏବଂ ଜାଲ୍‌ ବା ଶେଲ୍‌ କମ୍ପାନୀ)। କେନ୍ଦ୍ର ସରକାର ଏବଂ ଭାଜପାଶାସିତ ରାଜ୍ୟ ସରକାରଙ୍କଠାରୁ ୧୭୯ଟି ବୃହତ୍‌ ଠିକା କାମ ଏବଂ ପ୍ରୋଜେକ୍ଟର ଅନୁମୋଦନ ହାସଲ କରିଥିବା ୩୮ କର୍ପୋରେଟ୍‌ ଗ୍ରୁପ୍‌ ଇଲେକ୍ଟୋରାଲ ବଣ୍ଡ୍‌ରେ ଚାନ୍ଦା ଦେଇଥିବା କୋଡ୍‌ ଅନୁଧ୍ୟାନ ପରେ ଜଣାପଡ଼ିଛି। ସେମାନେ ବଣ୍ଡ୍‌ ଜରିଆରେ ଭାଜପାକୁ ୨,୦୦୪ କୋଟି ଟଙ୍କା ଚାନ୍ଦା ଦେଇ ମୋଟ ୩.୮ ଲକ୍ଷ କୋଟି ଟଙ୍କାର ପ୍ରକଳ୍ପ କାର୍ଯ୍ୟ ପାଇଥିବା ଜୟରାମ ଅଭିଯୋଗ କରିଛନ୍ତି। ଭାଜପା ୫୫୧ କୋଟି ଟଙ୍କା ଚାନ୍ଦା ପାଇବାର ୩ ମାସ ମଧ୍ୟରେ କେନ୍ଦ୍ର ଏବଂ ଭାଜପା ଶାସିତ ରାଜ୍ୟ ସରକାର ୧.୩୨ ଲକ୍ଷ କୋଟି ଟଙ୍କାର ଠିକା/ପ୍ରକଳ୍ପକୁ ଅନୁମୋଦନ କରିଥିଲେ। ସେହିପରି କେନ୍ଦ୍ର ଏବଂ ଭାଜପା ଶାସିତ ରାଜ୍ୟ ସରକାର ୬୨,୦୦୦ କୋଟି ଟଙ୍କାର ଠିକା/ପ୍ରକଳ୍ପକୁ ଅନୁମୋଦନ କରିବା ପରେ ଇଲେକ୍ଟୋରାଲ ବଣ୍ଡ୍‌ ଜରିଆରେ ୫୮୦ କୋଟି ଟଙ୍କାର ପୋଷ୍ଟପେଡ୍‌ ଲାଞ୍ଚ ପାଇଥିଲା ବୋଲି ଜୟରାମ କହିଛନ୍ତି। ସେ ଆହୁରି କହିଛନ୍ତି, ୪୧ଟି କର୍ପୋରେଟ୍‌ ଗ୍ରୁପ୍‌ ୫୬ ଥର ଇଡି, ସିବିଆଇ କିମ୍ବା ଆୟକର ବିଭାଗ ଚଢ଼ାଉର ସମ୍ମୁଖୀନ ହୋଇଥିଲେ। ସେମାନେ ଭାଜପାକୁ ୨,୫୯୨ କୋଟି ଟଙ୍କା ଚାନ୍ଦା ଦେଇଛନ୍ତି। ସେଥିରୁ ୧,୮୫୩ କୋଟି ଟଙ୍କା ଚଢ଼ାଉ ପରେ ମିଳିଛି। ସେଲ୍‌ କମ୍ପାନୀଗୁଡ଼ିକ ମୋଟ ୫୪୩ କୋଟି ଟଙ୍କା ଚାନ୍ଦା ଦେଇଥିବାବେଳେ ସେଥିରୁ ୧୬ଟି କମ୍ପାନୀ ଭାଜପାକୁ ୪୧୯ କୋଟି ଟଙ୍କା ଦେଇଛନ୍ତି। ଇଣ୍ଡିଆ ବ୍ଲକ୍‌ କ୍ଷମତାକୁ ଆସିଲେ ଇଲେକ୍ଟୋରାଲ ବଣ୍ଡ୍‌ ଦୁର୍ନୀତିର ଏସ୍‌ଆଇଟି ତଦନ୍ତ ହେବ। ସେହିପରି ଆଦାନି ପ୍ରସଙ୍ଗର ତଦନ୍ତ ପାଇଁ ଯୁଗ୍ମ ସଂସଦୀୟ କମିଟି (ଜେପିସି) ଗଠନ ହେବା ସହ ପିଏମ୍‌-କେୟାର ପାଣ୍ଠିର ତଦନ୍ତ ନିମନ୍ତେ ଏସ୍‌ଆଇଟି ଗଠନ ହେବ ବୋଲି କଂଗ୍ରେସ ନେତା କହିଛନ୍ତି।

The post ଇଲେକ୍ଟୋରାଲ ବଣ୍ଡ୍‌ର ଏସ୍‌ଆଇଟି ତଦନ୍ତ ଦାବି appeared first on Dharitri Odia News.