ଲାଞ୍ଜିଗଡ଼ ପଞ୍ଚାୟତ ଗ୍ରାମୀଣ ହାଟର ଶୁଭ ଉଦ୍ଘାଟନ: ଚାଷୀ ହେବେ ଉପକୃତ
ଲାଞ୍ଜିଗଡ଼,୩ା୪(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ପଞ୍ଚାୟତ ଗ୍ରାମୀଣ ସାପ୍ତାହିକ ହାଟ ଉଦ୍ଘାଟିତ ହୋଇଛି। କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲାପାଳ ସଚିନ ପାୱାର ପ୍ରକାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ନାବାର୍ଡ ଡିଜିଏମ୍ ମହେଶ୍ବର ଦାସ, ଲାଞ୍ଜିଗଡ଼ ବେଦାନ୍ତ ସିଇଓ ପ୍ରଣବ ଭଟ୍ଟାଚାର୍ଯ୍ୟ, ଲାଞ୍ଜିଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷା କମଳା ପାତ୍ର, ଲାଞ୍ଜିଗଡ଼ ସରପଞ୍ଚ ସରସ୍ବତୀ ମୁଣ୍ଡା, ମହାଶକ୍ତି ଫାଉଣ୍ଡେଶନ ଏମ୍ଡି ଯୁଗଳ କିଶୋର ପଟ୍ଟନାୟକ, ଆଞ୍ଚଳିକ […] The post ଲାଞ୍ଜିଗଡ଼ ପଞ୍ଚାୟତ ଗ୍ରାମୀଣ ହାଟର ଶୁଭ ଉଦ୍ଘାଟନ: ଚାଷୀ ହେବେ ଉପକୃତ appeared first on Dharitri Odia News.
ଲାଞ୍ଜିଗଡ଼,୩ା୪(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ପଞ୍ଚାୟତ ଗ୍ରାମୀଣ ସାପ୍ତାହିକ ହାଟ ଉଦ୍ଘାଟିତ ହୋଇଛି। କାର୍ଯ୍ୟକ୍ରମରେ କଳାହାଣ୍ଡି ଜିଲାପାଳ ସଚିନ ପାୱାର ପ୍ରକାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାର ଶୁଭ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ନାବାର୍ଡ ଡିଜିଏମ୍ ମହେଶ୍ବର ଦାସ, ଲାଞ୍ଜିଗଡ଼ ବେଦାନ୍ତ ସିଇଓ ପ୍ରଣବ ଭଟ୍ଟାଚାର୍ଯ୍ୟ, ଲାଞ୍ଜିଗଡ଼ ପଞ୍ଚାୟତ ସମିତି ଅଧ୍ୟକ୍ଷା କମଳା ପାତ୍ର, ଲାଞ୍ଜିଗଡ଼ ସରପଞ୍ଚ ସରସ୍ବତୀ ମୁଣ୍ଡା, ମହାଶକ୍ତି ଫାଉଣ୍ଡେଶନ ଏମ୍ଡି ଯୁଗଳ କିଶୋର ପଟ୍ଟନାୟକ, ଆଞ୍ଚଳିକ ବିକାଶ ପରିଷଦ ସଭାପତି ଶ୍ରୀଧର ପେସନିଆ, ସିଏସ୍ଆର୍ ମୁଖ୍ୟ ଶିଶିର ତରଫଦାର ପ୍ରମୁଖ ଯୋଗଦେଇଥିଲେ। ଲାଞ୍ଜିଗଡ଼ ପଞ୍ଚାୟତର ନିଜସ୍ବ ୨.୫ ଏକର ପରିମିତ ଅଞ୍ଚଳରେ ଏହି ପ୍ରକଳ୍ପ କାର୍ଯ୍ୟକାରୀ ହୋଇଥିବା ବେଳେ ଦୈନିକ ବଜାର ପାଇଁ ଆଲୋକ ବ୍ୟବସ୍ଥା ସୁବିଧା ସହ ୩୬ଟି ଦୋକାନ ଘର କରାଯାଇ ଲାଞ୍ଜିଗଡ଼ ପଞ୍ଚାୟତକୁ ହସ୍ତାନ୍ତର କରାଯାଇଛି। ଏଠାରେ ଚାଷୀମାନେ ନିଜର ଉତ୍ପାଦିତ କୃଷିଜାତ ସାମଗ୍ରୀକୁ ଗ୍ରାହକଙ୍କୁ ବିକ୍ରି କରିପାରିବେ। ମହିଳା ସ୍ବୟଂ ସହାୟକ ଗୋଷ୍ଠୀଗୁଡିକ ମଧ୍ୟ ସେମାନଙ୍କ ସାମଗ୍ରୀ ବିକ୍ରିର ସୁଯୋଗ ରହିଛି । କାର୍ଯ୍ୟକ୍ରମକୁ ଶ୍ରୀମୁଖ ଅଗସ୍ତି ପରିଚାଳନା କରିଥିବାବେଳେ ଲାଞ୍ଜିଗଡ଼ ଯୁବକ ସଂଘ, ବିଭିନ୍ନ ଅନୁଷ୍ଠାନ, ସ୍ବୟଂ ସହାୟକ ଗୋଷ୍ଠୀ, ଆଇନଜୀବୀ, ବ୍ୟବସାୟୀ, ବୁଦ୍ଧିଜୀବୀ ଓ ଅଞ୍ଚଳର ଜନସାଧାରଣ ଉପସ୍ଥିତ ଥିଲେ।
The post ଲାଞ୍ଜିଗଡ଼ ପଞ୍ଚାୟତ ଗ୍ରାମୀଣ ହାଟର ଶୁଭ ଉଦ୍ଘାଟନ: ଚାଷୀ ହେବେ ଉପକୃତ appeared first on Dharitri Odia News.