ଭୂକମ୍ପ ଝଟ୍କାରେ ଥରିଲା ପାକିସ୍ତାନର ସବୁଠାରୁ ବଡ ସହର କରାଚି, ଲୋକେ ଭୟଭୀତ
ଇସଲାମାବାଦ,୨୫।୪: ବୁଧବାର ରାତିରେ ଭୂକମ୍ପ ଯୋଗୁଁ ପାକିସ୍ତାନର ବୃହତ୍ତମ ସହର କରାଚି ଥରି ଉଠିଛି। କରାଚିରେ ୩.୨ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟି ଲୋକଙ୍କୁ ଭୟଭୀତ କରାଇ ଦେଇଛି। ପାକିସ୍ତାନୀ ଅଧିକାରୀଙ୍କ ଅନୁଯାୟୀ ବୁଧବାର ରାତିରେ କରାଚି ଉପକଣ୍ଠରେ ଏକ ଭୂକମ୍ପ ଅନୁଭୂତ ହୋଇଛି। ପାଣିପାଗ ବିଭାଗର ଅଧିକାରୀଙ୍କ ଅନୁଯାୟୀ ଏହି ଭୂକମ୍ପ ଭୂପୃଷ୍ଠରୁ ୧୨ କିଲୋମିଟର ଗଭୀରରୁ ଆସିଛି। କରାଚି ବ୍ୟତୀତ ଏହାର ପ୍ରଭାବ କୁଏଦାବାଦ, ମଲିର, ଗାଡାପ ଏବଂ ସାଦି ସହରର ସମସ୍ତ ବାହାର […] The post ଭୂକମ୍ପ ଝଟ୍କାରେ ଥରିଲା ପାକିସ୍ତାନର ସବୁଠାରୁ ବଡ ସହର କରାଚି, ଲୋକେ ଭୟଭୀତ appeared first on Dharitri Odia News.
ଇସଲାମାବାଦ,୨୫।୪: ବୁଧବାର ରାତିରେ ଭୂକମ୍ପ ଯୋଗୁଁ ପାକିସ୍ତାନର ବୃହତ୍ତମ ସହର କରାଚି ଥରି ଉଠିଛି। କରାଚିରେ ୩.୨ ମ୍ୟାଗ୍ନିଚ୍ୟୁଡର ଏକ ଭୂକମ୍ପ ଘଟି ଲୋକଙ୍କୁ ଭୟଭୀତ କରାଇ ଦେଇଛି।
ପାକିସ୍ତାନୀ ଅଧିକାରୀଙ୍କ ଅନୁଯାୟୀ ବୁଧବାର ରାତିରେ କରାଚି ଉପକଣ୍ଠରେ ଏକ ଭୂକମ୍ପ ଅନୁଭୂତ ହୋଇଛି।
ପାଣିପାଗ ବିଭାଗର ଅଧିକାରୀଙ୍କ ଅନୁଯାୟୀ ଏହି ଭୂକମ୍ପ ଭୂପୃଷ୍ଠରୁ ୧୨ କିଲୋମିଟର ଗଭୀରରୁ ଆସିଛି। କରାଚି ବ୍ୟତୀତ ଏହାର ପ୍ରଭାବ କୁଏଦାବାଦ, ମଲିର, ଗାଡାପ ଏବଂ ସାଦି ସହରର ସମସ୍ତ ବାହାର ଭାଜପରେ ଅନୁଭୂତ ହୋଇଥିଲା। ଭୂକମ୍ପ ପରେ ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ଆସିଥିଲେ। ତେବେ ଏଥିରେ କୌଣସି କ୍ଷୟକ୍ଷତି ହୋଇ ନ ଥିବା ଜଣାପଡିଛି।
The post ଭୂକମ୍ପ ଝଟ୍କାରେ ଥରିଲା ପାକିସ୍ତାନର ସବୁଠାରୁ ବଡ ସହର କରାଚି, ଲୋକେ ଭୟଭୀତ appeared first on Dharitri Odia News.