ସଂଧ୍ୟାରୁ ବାରିପଦାରୁ ଗଡିବ ବସ୍‌

ବାରିପଦା,୨୨ା୬: ସଂଧ୍ୟାରୁ ବାରିପଦାରୁ ଗଡିବ ବସ୍‌। ବସ୍‌ ନ ଗହିବା ବିବାଦ ତୁଟିବା ପରେ ଏନେଇ ନିଷ୍ପତ୍ତି ହୋଇଛି ମୟୂରଭଞ୍ଜ ଏସପି କହିଛନ୍ତି। ଏସପିଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏନେଇ ସମାଧାନ ହୋଇଛି। ସଂଧ୍ୟା ୭ଟାରୁ ସ୍ବାଭାବିକ ହେବ ବସ ଚଳାଚଳ। ୍‌ ସୂଚନାଥାଉ କି, ଘରୋଇ ବସ ଚଳାଚଳକୁ ନେଇ ଶୁକ୍ରବାର ରାତିରେ ବାରିପଦା ବସଷ୍ଟାଣ୍ଡରେ ବୁଲିଛି ଖଣ୍ଡା-ଭୁଜାଲି। ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିବା ପରେ ମାରଣାସ୍ତ୍ରରେ ଗୋଟିଏ ଗୋଷ୍ଠୀର ଅତର୍କିତ ଆକ୍ରମଣ ଯୋଗୁ […] The post ସଂଧ୍ୟାରୁ ବାରିପଦାରୁ ଗଡିବ ବସ୍‌ appeared first on Dharitri Odia News.

ସଂଧ୍ୟାରୁ ବାରିପଦାରୁ ଗଡିବ ବସ୍‌

ବାରିପଦା,୨୨ା୬: ସଂଧ୍ୟାରୁ ବାରିପଦାରୁ ଗଡିବ ବସ୍‌। ବସ୍‌ ନ ଗହିବା ବିବାଦ ତୁଟିବା ପରେ ଏନେଇ ନିଷ୍ପତ୍ତି ହୋଇଛି ମୟୂରଭଞ୍ଜ ଏସପି କହିଛନ୍ତି। ଏସପିଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ଏନେଇ ସମାଧାନ ହୋଇଛି। ସଂଧ୍ୟା ୭ଟାରୁ ସ୍ବାଭାବିକ ହେବ ବସ ଚଳାଚଳ। ୍‌

ସୂଚନାଥାଉ କି, ଘରୋଇ ବସ ଚଳାଚଳକୁ ନେଇ ଶୁକ୍ରବାର ରାତିରେ ବାରିପଦା ବସଷ୍ଟାଣ୍ଡରେ ବୁଲିଛି ଖଣ୍ଡା-ଭୁଜାଲି। ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ଘଟିବା ପରେ ମାରଣାସ୍ତ୍ରରେ ଗୋଟିଏ ଗୋଷ୍ଠୀର ଅତର୍କିତ ଆକ୍ରମଣ ଯୋଗୁ ୫ ଗୁରୁତର ହୋଇଛନ୍ତି । ସେମାନଙ୍କୁ ବାରିପଦା ପିଆରଏମ ମେଡିକାଲରେ ଭର୍ତ୍ତି କରାଯାଇଛି। ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚିଥିଲେ ହେଁ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଛି । ଘଟଣାକୁ ନେଇ ବସ ଚଳାଚଳ ସମ୍ପୂର୍ଣ୍ଣ ଠପ ହୋଇଯାଇଛି। ତେବେ ଶନିବାର ସକାଳୁ ବାରିପଦାରୁ ବସ ନ ଯିବାରୁ ଯାତ୍ରୀ ଅସୁବିଧା ଭୋଗିଥିଲେ। ଗର୍ଡଗୋଳ ପାଇଁ ଉଭୟ ପକ୍ଷରୁ ୧୦ଜଣଙ୍କୁ ଗିରଫ କରିଛି ପୋଲିସ।

ଅପରପକ୍ଷେ ବାରିପଦା ଭଳି ଶାନ୍ତିପ୍ରିୟ ସ୍ଥାନରେ ଏଭଳି ହଣାକଟା ଘଟଣା ପରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଷୁଡି ପଡିବା ନେଇ ସାଧାରଣରେ ଆଲୋଚନା ହେଉଛି ।

The post ସଂଧ୍ୟାରୁ ବାରିପଦାରୁ ଗଡିବ ବସ୍‌ appeared first on Dharitri Odia News.