ମାତ୍ର ୨୩ ବର୍ଷରେ ହଠାତ୍‌ କ୍ରିକେଟ୍‌କୁ ଅଲବିଦା କହିଲେ ଏହି କ୍ରିକେଟର୍‌: ଏହା ପଛର କାରଣ କରିବ ଭାବପ୍ରବଣ

ମାତ୍ର ୨୩ ବର୍ଷରେ ହଠାତ୍‌ କ୍ରିକେଟ୍‌କୁ ଅଲବିଦା କହିଲେ ଏହି କ୍ରିକେଟର୍‌: ଏହା ପଛର କାରଣ କରିବ ଭାବପ୍ରବଣ ନୂଆଦିଲ୍ଲୀ,୨।୫: ଖେଳାଳିମାନେ ପ୍ରାୟ ୩୫ ବର୍ଷ ପରେ କ୍ରିକେଟ ଖେଳରୁ ଅବସର ନେଇଥାନ୍ତି। କିନ୍ତୁ ଜଣେ ଇଂଲଣ୍ଡ ଖେଳାଳି ମାତ୍ର ୨୩ ବର୍ଷ ବୟସରେ ବୃତ୍ତିଗତ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଗ୍ଲୁକେଷ୍ଟେଶେୟାର୍‌ ପାଇଁ ଖେଳିଥିବା ଇଂଲଣ୍ଡର ବେନ ୱେଲ୍ସ ୨୩ ବର୍ଷ ବୟସରେ କ୍ରିକେଟ ପାଇଁ ବିଦାୟ ଦେବାକୁ ବାଧ୍ୟ ହୋଇଛନ୍ତି। ଗୁରୁତର ହୃଦ ରୋଗରେ […] The post ମାତ୍ର ୨୩ ବର୍ଷରେ ହଠାତ୍‌ କ୍ରିକେଟ୍‌କୁ ଅଲବିଦା କହିଲେ ଏହି କ୍ରିକେଟର୍‌: ଏହା ପଛର କାରଣ କରିବ ଭାବପ୍ରବଣ appeared first on Dharitri Odia News.

ମାତ୍ର ୨୩ ବର୍ଷରେ ହଠାତ୍‌ କ୍ରିକେଟ୍‌କୁ ଅଲବିଦା କହିଲେ ଏହି କ୍ରିକେଟର୍‌: ଏହା ପଛର କାରଣ କରିବ ଭାବପ୍ରବଣ

ମାତ୍ର ୨୩ ବର୍ଷରେ ହଠାତ୍‌ କ୍ରିକେଟ୍‌କୁ ଅଲବିଦା କହିଲେ ଏହି କ୍ରିକେଟର୍‌: ଏହା ପଛର କାରଣ କରିବ ଭାବପ୍ରବଣ
ନୂଆଦିଲ୍ଲୀ,୨।୫: ଖେଳାଳିମାନେ ପ୍ରାୟ ୩୫ ବର୍ଷ ପରେ କ୍ରିକେଟ ଖେଳରୁ ଅବସର ନେଇଥାନ୍ତି। କିନ୍ତୁ ଜଣେ ଇଂଲଣ୍ଡ ଖେଳାଳି ମାତ୍ର ୨୩ ବର୍ଷ ବୟସରେ ବୃତ୍ତିଗତ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଗ୍ଲୁକେଷ୍ଟେଶେୟାର୍‌ ପାଇଁ ଖେଳିଥିବା ଇଂଲଣ୍ଡର ବେନ ୱେଲ୍ସ ୨୩ ବର୍ଷ ବୟସରେ କ୍ରିକେଟ ପାଇଁ ବିଦାୟ ଦେବାକୁ ବାଧ୍ୟ ହୋଇଛନ୍ତି। ଗୁରୁତର ହୃଦ ରୋଗରେ ଆକ୍ରାନ୍ତ ହେବା ପରେ ୱେଲ୍ସଙ୍କୁ ଏହି କଷ୍ଟଦାୟକ ନିଷ୍ପତ୍ତି ନେବାକୁ ପଡିଛି।
ୱେଲ୍ସଙ୍କୁ ଆରିଥମୋଜେନିକ ରାଇଟ ଭେଣ୍ଟ୍ରିକୁଲାର କାର୍ଡିଓମୋପାଥି (ଏଆର୍‌ଭିସି) ରୋଗରେ ଚିହ୍ନଟ କରାଯାଇଥିଲା। ଏଥିପାଇଁ ସେ ଭାରୀ ବ୍ୟାୟାମ କରିବାରେ ଅସମର୍ଥ ହୋଇଥିଲେ। ସେ ଏହି ରୋଗ ବିଷୟରେ ଜାଣିବା ମାତ୍ରେ ୱେଲ୍ସ କ୍ରିକେଟ ଛାଡିବାକୁ ନିଷ୍ପତ୍ତି ନେଇଥିଲେ।
ୱେଲ୍ସଙ୍କ ନିଷ୍ପତ୍ତି ସମ୍ପର୍କରେ ଗ୍ଲୁକେଷ୍ଟେଶୟାର୍‌ କାଉଣ୍ଟି କ୍ଲବ ସୋସିଆଲ ମିଡିଆରେ ତାଙ୍କ ପାଇଁ ଏକ ପୋଷ୍ଟ କରି ଲେଖିଛି ଯେ, ପେସାଦାର କ୍ରିକେଟରୁ ବେନ ୱେଲ୍ସଙ୍କ ଅବସର ଘୋଷଣା ହେତୁ ଗ୍ଲୁକେଷ୍ଟେଶୟାର୍‌ ଅତ୍ୟନ୍ତ ଦୁଃଖିତ।

The post ମାତ୍ର ୨୩ ବର୍ଷରେ ହଠାତ୍‌ କ୍ରିକେଟ୍‌କୁ ଅଲବିଦା କହିଲେ ଏହି କ୍ରିକେଟର୍‌: ଏହା ପଛର କାରଣ କରିବ ଭାବପ୍ରବଣ appeared first on Dharitri Odia News.