ଲଗାଣ ବର୍ଷା ରେ ଭାଙ୍ଗିଲା ଘର,ଅଳ୍ପକେ ବର୍ତ୍ତିଲେ ପରିବାର, ସରକାରୀ ସହାୟତା ଦାବି।
କଳାହାଣ୍ଡି:୨୬/୧୨ ରିପୋର୍ଟ—ସନତ ପ୍ରଧାନୀ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଖୁଣ୍ଟିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖୁଣ୍ଟିଆ ଗ୍ରାମରେ ରହୁଥିବା ଧନସାଏ ଧରୁଆ, ପାଞ୍ଚ ପ୍ରାଣୀ କୁଟୁମ୍ବକୁ ନେଇ ପରିବାର। ବୃଦ୍ଧ ପିତା ଇନ୍ଦ୍ର ଧରୁଆ, ସ୍ତ୍ରୀ ସରସ୍ୱତୀ, ଦୁଇ ଝିଅ ବୈଦେହି ଏବଂ ଯମୁନା ଙ୍କୁ ନେଇ ପରିବାର। କୁଲି ମଜୁରୀ କରି ସୁଖ ଦୁଃଖରେ ପରିବାରକୁ ପ୍ରତିପୋଷଣ କରନ୍ତି ଧନସାଏ। ଗତ ଦୁଇ ଦିନ ଧରି ହୋଇଥିବା ଲଗାଣ ଲଘୁଚାପ ବର୍ଷା ତାଙ୍କ ପାଇଁ ଆଣିଦେଲା […] The post ଲଗାଣ ବର୍ଷା ରେ ଭାଙ୍ଗିଲା ଘର,ଅଳ୍ପକେ ବର୍ତ୍ତିଲେ ପରିବାର, ସରକାରୀ ସହାୟତା ଦାବି। appeared first on Odisha.News.

କଳାହାଣ୍ଡି:୨୬/୧୨
ରିପୋର୍ଟ—ସନତ ପ୍ରଧାନୀ
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଖୁଣ୍ଟିଆ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଖୁଣ୍ଟିଆ ଗ୍ରାମରେ ରହୁଥିବା ଧନସାଏ ଧରୁଆ, ପାଞ୍ଚ ପ୍ରାଣୀ କୁଟୁମ୍ବକୁ ନେଇ ପରିବାର। ବୃଦ୍ଧ ପିତା ଇନ୍ଦ୍ର ଧରୁଆ, ସ୍ତ୍ରୀ ସରସ୍ୱତୀ, ଦୁଇ ଝିଅ ବୈଦେହି ଏବଂ ଯମୁନା ଙ୍କୁ ନେଇ ପରିବାର। କୁଲି ମଜୁରୀ କରି ସୁଖ ଦୁଃଖରେ ପରିବାରକୁ ପ୍ରତିପୋଷଣ କରନ୍ତି ଧନସାଏ। ଗତ ଦୁଇ ଦିନ ଧରି ହୋଇଥିବା ଲଗାଣ ଲଘୁଚାପ ବର୍ଷା ତାଙ୍କ ପାଇଁ ଆଣିଦେଲା ଦୁଃଖ। ପ୍ରବଳ ବର୍ଷା ର ମାଡ଼ ସହି ନପାରି ଭାଙ୍ଗିଗଲା ଝାଟି ମାଟି ର ଘର। ଏହି ଅଘଟଣ ରୁ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଗଲେ ପରିବାର। ବର୍ତ୍ତମାନ ପରିବାର ବେସାହାରା ହୋଇ ଚିନ୍ତାରେ ରହିଛନ୍ତି। ରାଜ୍ୟ ସରକାର।ପକ୍ଷରୁ ଆବାସ ଗୃହ ପାଇଁ ଗରିବ ଧନ ସାଏ ପୂର୍ବରୁ ଅନେକ ଥର ଆବେଦନ କରିଛନ୍ତି ହେଲେ ଆଜି ଯାଏ ଧନସାଏ ଙ୍କୁ ଆବାସ ଯୋଜନାରେ ଘର ଖଣ୍ଡିଏ ମିଳିନାହି। ଫଳରେ ସେହି ପୁରୁଣା ଝାଟି, ମାଟି କୁଡିଆ ଘରେ ଜୀବନ କାଟୁଛନ୍ତି ପରିବାର। ଏପରି ଏକ ଦୁଃଖଦ ପରିସ୍ଥିତିରେ ଘର ଭାଙ୍ଗିବାରୁ ବାସହରା ହୋଇ ପଡିଛନ୍ତି ପରିବାର। ବ୍ଲକ ପ୍ରଶାସନ ଏହିଭଳି ଜଣେ ଅସହାୟ ପରିବାର କୁ ଶୀଘ୍ର ସରକାରୀ ସହାୟତା ଓ ଆବାସ ଯୋଜନାରେ ଘର ଖଣ୍ଡିଏ ଯୋଗାଇ ଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି।।ଏନେଇ ଡ଼ ହ ଗାଁ ରାଜସ୍ବ ନିରୀକ୍ଷକ ରାଧା ଗୋବିନ୍ଦ ପଟ୍ଟନାୟକ ଙ୍କ ମତାମତ ନେବାରୁ ଖବର ହସ୍ତଗତ ହୋଇଛି,ଆସନ୍ତା କାଲି ପଲିଥିନ ଦେବାସହ ତାଙ୍କ କ୍ଷୟକ୍ଷତି ରିପୋର୍ଟ ତହସିଲ କାର୍ଯ୍ୟାଳୟ ରେ ଦାଖଲ କରିବା ପରେ ସରକାରୀ ନିୟମ ମୁତାବକ ଯାହା କ୍ଷତିପୂରଣ ରହିଛି ଯୋଗାଇ ଦିଆଯିବ ବୋଲି କହିଛନ୍ତି।
The post ଲଗାଣ ବର୍ଷା ରେ ଭାଙ୍ଗିଲା ଘର,ଅଳ୍ପକେ ବର୍ତ୍ତିଲେ ପରିବାର, ସରକାରୀ ସହାୟତା ଦାବି। appeared first on Odisha.News.