କଣ୍ଟାବାଞ୍ଜିରେ ଲଢିବା ଚକ୍ରାନ୍ତକୁ ନେଇ ମୁହଁ ଖୋଲିଲେ ନବୀନ, କହିଦେଲେ ଏତେ ବଡ଼ କଥା
ଭୁବନେଶ୍ୱର,୫।୧୧: କିଛିଦିନ ପୂର୍ବରୁ ନବୀନ ପଟ୍ଟନାୟକଙ୍କୁ ନେଇ ସାଂଘାତିକ ବୟାନ ଦେଇଥିଲେ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ। ଏହାପରେ ତାଙ୍କ ସ୍ବାମୀ ଦେବୁଲି ଦାସ ମଧ୍ୟ ମୁହଁ ଖୋଲିଥିଲେ। ସେ କହିଥିଲେ, ନବୀନଙ୍କୁ ହାରିବାକୁ କଣ୍ଟାବାଞ୍ଜି ପଠାଯାଇଥିଲା। ଏସବୁ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ଲାନ ଥିଲା। ଏହି ବୟାନ ପରେ ଓଡ଼ିଶା ରାଜନୀତିରେ ଭୂକମ୍ପ ସୃଷ୍ଟି ହୋଇଥିଲା। ତେବେ ଏହାକୁ ନେଇ ମଙ୍ଗଳବାର ମୁହଁ ଖୋଲିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେ କହିଛନ୍ତି, ମୋର କଣ୍ଟାବାଞ୍ଜି ଓ […] The post କଣ୍ଟାବାଞ୍ଜିରେ ଲଢିବା ଚକ୍ରାନ୍ତକୁ ନେଇ ମୁହଁ ଖୋଲିଲେ ନବୀନ, କହିଦେଲେ ଏତେ ବଡ଼ କଥା appeared first on Dharitri Odia News.
ଭୁବନେଶ୍ୱର,୫।୧୧: କିଛିଦିନ ପୂର୍ବରୁ ନବୀନ ପଟ୍ଟନାୟକଙ୍କୁ ନେଇ ସାଂଘାତିକ ବୟାନ ଦେଇଥିଲେ ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ। ଏହାପରେ ତାଙ୍କ ସ୍ବାମୀ ଦେବୁଲି ଦାସ ମଧ୍ୟ ମୁହଁ ଖୋଲିଥିଲେ। ସେ କହିଥିଲେ, ନବୀନଙ୍କୁ ହାରିବାକୁ କଣ୍ଟାବାଞ୍ଜି ପଠାଯାଇଥିଲା। ଏସବୁ କାର୍ତ୍ତିକ ପାଣ୍ଡିଆନଙ୍କ ପ୍ଲାନ ଥିଲା। ଏହି ବୟାନ ପରେ ଓଡ଼ିଶା ରାଜନୀତିରେ ଭୂକମ୍ପ ସୃଷ୍ଟି ହୋଇଥିଲା।
ତେବେ ଏହାକୁ ନେଇ ମଙ୍ଗଳବାର ମୁହଁ ଖୋଲିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ। ସେ କହିଛନ୍ତି, ମୋର କଣ୍ଟାବାଞ୍ଜି ଓ ହିଞ୍ଜିଳିକାଟୁରୁ ନିର୍ବାଚନ ଲଢ଼ିବା ନେଇ କିଛି ନ୍ୟସ୍ତ ସ୍ବାର୍ଥ ଥିବା ବ୍ୟକ୍ତିଙ୍କ ଦାରା ସାମାଜିକ ଗଣମାଧ୍ୟମରେ କରାଯାଉଥିବା ଗୁଜବ ଓ ମିଥ୍ୟା ପ୍ରଚାରର ଦୃଢ଼ ନିନ୍ଦା କରୁଛି।
ଏମାନେ ହେଉଛନ୍ତି ସେହି ନ୍ୟସ୍ତ ସ୍ବାର୍ଥ ବ୍ୟକ୍ତି ଯେଉଁମାନେ ଗତ ନିର୍ବାଚନ ସମୟରେ ବିଭିନ୍ନ ବିଷୟରେ ମିଛ କାହାଣୀ ଶୁଣାଇ ଥିଲେ। ଏପରି କି ରାଜନୈତିକ ଫାଇଦା ପାଇଁ ବିଭିନ୍ନ ବିଷୟକୁ ନେଇ ଗୁଜବ କରିବାକୁ ପଛାଇ ନଥିଲେ। ଏପରି ବିଭ୍ରାନ୍ତି ସୃଷ୍ଟି କରୁଥିବା ବ୍ୟକ୍ତିମାନେ ସମସ୍ତେ କିଏ ଓଡ଼ିଶାବାସୀ ଏବେ ଠିକ ବୁଝିଲେଣି। ପ୍ରଭୁ ଜଗନ୍ନାଥ ଏପରି ଗୁଜବ ତଥା ଅପପ୍ରଚାରରୁ ଦୂରେଇ ରହିବା ପାଇଁ ସେମାନଙ୍କୁ ସଦବୁଦ୍ଧି ଦିଅନ୍ତୁ।
ମୋର କଣ୍ଟାବାଞ୍ଜି ଓ ହିଞ୍ଜିଳିକାଟୁରୁ ନିର୍ବାଚନ ଲଢ଼ିବା ନେଇ କିଛି ନ୍ୟସ୍ତ ସ୍ୱାର୍ଥ ଥିବା ବ୍ୟକ୍ତିଙ୍କ ଦ୍ଵାରା ସାମାଜିକ ଗଣମାଧ୍ୟମରେ କରାଯାଉଥିବା ଗୁଜବ ଓ ମିଥ୍ୟା ପ୍ରଚାରର ଦୃଢ଼ ନିନ୍ଦା କରୁଛି।
ଏମାନେ ହେଉଛନ୍ତି ସେହି ନ୍ୟସ୍ତ ସ୍ୱାର୍ଥ ବ୍ୟକ୍ତି ଯେଉଁମାନେ ଗତ ନିର୍ବାଚନ ସମୟରେ ବିଭିନ୍ନ ବିଷୟରେ ମିଛ କାହାଣୀ ଶୁଣାଇ ଥିଲେ। ଏପରି…
— Naveen Patnaik (@Naveen_Odisha) November 5, 2024
ସୂଚନାଥାଉ କି, କିଛିଦିନ ପୂର୍ବରୁ ବିଜେଡି ଛାଡିଥିବା ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସ ଭାଜପାରେ ଯୋଗ ଦେବାକୁ ଯାଉଛନ୍ତି। ଏନେଇ ତାଙ୍କ ସ୍ବାମୀ ଦେବୁଲି ଦାସ ସୂଚନା ଦେଇଥିଲେ। କିନ୍ତୁ ଏସବୁ ଭିତରେ ସେ ଏପରି ଏକ ବୟାନ ଦେଇଥିଲେ ଯାହା ଓଡ଼ିଶା ରାଜନୀତିରେ ହଇଚଇ ସୃଷ୍ଟି କରିଥିଲା।
ସେ କହିଥିଲେ, ନବୀନଙ୍କୁ ହାରିବାକୁ କଣ୍ଟାବାଞ୍ଜି ପଠାଯାଇଥିଲା। ୨୦୧୯ରେ କଣ୍ଟାବାଂଜିରେ ଲକ୍ଷ୍ମଣ ବାଗ ମାତ୍ର ୧୨୬ ଭୋଟରେ ହାରିଥିଲେ। କଣ୍ଟାବାଂଜିରେ ଯାଦବ ଭୋଟ ସଂଖ୍ୟା ପ୍ରାୟ ୯୩ ହଜାର। ଏଭଳି ଅବସ୍ଥାରେ ନବୀନଙ୍କୁ ସେଠାରୁ ପ୍ରାର୍ଥୀ କରିବାର ନ ଥିଲା। କିନ୍ତୁ ଚକ୍ରାନ୍ତ କରି ନବୀନଙ୍କୁ କଣ୍ଟାବାଂଜିରୁ ପ୍ରାର୍ଥୀ କରାଯାଇଥିଲା। ଏହାର କାରଣ ନବୀନ ହାରନ୍ତୁ ବୋଲି ସେମାନେ ଚାହୁଁଥିଲେ। ନବୀନ ହାରିଲେ କାର୍ତ୍ତିକ ପାଣ୍ଡିଆନ ମୁଖ୍ୟମନ୍ତ୍ରୀ ହୋଇଥାନ୍ତେ। ଏହା ତାଙ୍କର ଚକ୍ରାନ୍ତ ବୋଲି ସୁନନ୍ଦାଙ୍କ ସ୍ବାମୀ କହିଥିଲେ।
The post କଣ୍ଟାବାଞ୍ଜିରେ ଲଢିବା ଚକ୍ରାନ୍ତକୁ ନେଇ ମୁହଁ ଖୋଲିଲେ ନବୀନ, କହିଦେଲେ ଏତେ ବଡ଼ କଥା appeared first on Dharitri Odia News.