ସ୍ତ୍ରୀଙ୍କୁ ଚିକେନ ତରକାରୀ ମାଗିଲେ ସ୍ବାମୀ; ନ ଦେବାରୁ କାନ ମୂଳକୁ ଦେଲେ ଶକ୍ତ ଚାପୁଡ଼ା…ଆଉ ତା’ପରେ
ଢେଙ୍କାନାଳ,୨୪।୨: ଢେଙ୍କାନାଳ ଜିଲା ଗଁନ୍ଦିଆ ଥାନା ଷଢ଼ଙ୍ଗୀ ଧନିଆନାଳୀ ମୁଣ୍ଡା ସାହିରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ସ୍ତ୍ରୀ ଚିକେନ ତରକାରୀ ନ ଦେବାରୁ ଜଘନ୍ୟ କାଣ୍ଡ ଘଟାଇଛନ୍ତି ସ୍ବାମୀ। ଜେନା ପିଙ୍ଗୁଆ ନାମକ ଜଣେ ବ୍ୟକ୍ତି ଏକ ଶକ୍ତ ଚାପୁଡାରେ ସ୍ତ୍ରୀ କୁନି ପିଙ୍ଗୁଆର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଚିକେନ ତରକାରୀକୁ ନେଇ ବିବାଦ ହେବାରୁ ଜେନା ନିଜ ସ୍ତ୍ରୀଙ୍କ କାନ ମୂଳକୁ ଏକ ଶକ୍ତ ଚାପୁଡ଼ା ମାରିଥିଲେ। […] The post ସ୍ତ୍ରୀଙ୍କୁ ଚିକେନ ତରକାରୀ ମାଗିଲେ ସ୍ବାମୀ; ନ ଦେବାରୁ କାନ ମୂଳକୁ ଦେଲେ ଶକ୍ତ ଚାପୁଡ଼ା…ଆଉ ତା’ପରେ appeared first on Dharitri Odia News.
ଢେଙ୍କାନାଳ,୨୪।୨: ଢେଙ୍କାନାଳ ଜିଲା ଗଁନ୍ଦିଆ ଥାନା ଷଢ଼ଙ୍ଗୀ ଧନିଆନାଳୀ ମୁଣ୍ଡା ସାହିରେ ଏକ ବିଭତ୍ସ ହତ୍ୟାକାଣ୍ଡ ଘଟିଛି। ସ୍ତ୍ରୀ ଚିକେନ ତରକାରୀ ନ ଦେବାରୁ ଜଘନ୍ୟ କାଣ୍ଡ ଘଟାଇଛନ୍ତି ସ୍ବାମୀ। ଜେନା ପିଙ୍ଗୁଆ ନାମକ ଜଣେ ବ୍ୟକ୍ତି ଏକ ଶକ୍ତ ଚାପୁଡାରେ ସ୍ତ୍ରୀ କୁନି ପିଙ୍ଗୁଆର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି ।
ସ୍ବାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଚିକେନ ତରକାରୀକୁ ନେଇ ବିବାଦ ହେବାରୁ ଜେନା ନିଜ ସ୍ତ୍ରୀଙ୍କ କାନ ମୂଳକୁ ଏକ ଶକ୍ତ ଚାପୁଡ଼ା ମାରିଥିଲେ। ଫଳରେ ଘଟଣାସ୍ଥଳରେ କୁନିଙ୍କର ମୃତ୍ୟୁ ହୋଇଯାଇଥିଲା। ଖବର ପାଇ ଗଁନ୍ଦିଆ ଥାନା ପୋଲିସ ସୋମବାର ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛନ୍ତି। ଏଥିସହିତ ତଦନ୍ତ କରି ଅଭିଯୁକ୍ତ ସ୍ବାମୀଙ୍କୁ ଗିରଫ କରିଛନ୍ତି I ଉଭୟଙ୍କର ୨ଟି ପୁଅ ଏବଂ ଗୋଟିଏ କନ୍ୟା ସନ୍ତାନ ଅଛନ୍ତି । ପୋଲିସ ପକ୍ଷରୁ ଘଟଣାର ଅଧିକ ତଦନ୍ତ ଜାରି ରହିଛି।
The post ସ୍ତ୍ରୀଙ୍କୁ ଚିକେନ ତରକାରୀ ମାଗିଲେ ସ୍ବାମୀ; ନ ଦେବାରୁ କାନ ମୂଳକୁ ଦେଲେ ଶକ୍ତ ଚାପୁଡ଼ା…ଆଉ ତା’ପରେ appeared first on Dharitri Odia News.