ସାଙ୍ଗମାନଙ୍କ ସହ ଗାଧୋଇବାକୁ ଯାଇଥିଲେ, ଶିବଗଙ୍ଗା ପୁଷ୍କରିଣୀରେ ବୁଡ଼ି ଚାଲିଗଲା ଯୁବକଙ୍କ ଜୀବନ
ଧୂଷୁରୀ, ୨୫।୫ (ଦୀପ୍ତି ରଞ୍ଜନ ନାୟକ): ଭଦ୍ରକ ଜିଲା ଆଖଣ୍ଡଳମଣି ପୀଠ ଆରଡିରେ ଥିବା ଶିବଗଙ୍ଗା ପୁଷ୍କରିଣୀରେ ରବିବାର ଏକ ଅଘଟଣ ଘଟିଛି। ପୁଷ୍କରିଣୀରେ ଗାଧୋଉଥିବା ବେଳେ ଗୋଡ଼ ଖସିଯାଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ଧାମନଗର ଥାନା ଅଧୀନ ସୋହଡା ଗ୍ରାମର ଦେବବ୍ରତ ମିଶ୍ର (୨୧)। ସୂଚନାନୁଯାୟୀ, ଦେବବ୍ରତ ତାଙ୍କର ୩ ସାଙ୍ଗଙ୍କ ସହିତ ସକାଳ ୬.୩୦ରେ ପୁଷ୍କରିଣୀକୁ ଗାଧୋଇବାକୁ ଯାଇଥିଲେ। ହେଲେ ଗୋଡ ଖସିଯିବାରୁ ତାଙ୍କର ମୃତ୍ୟୁ ଘଟିଛି । ମୃତକ ଜଣଙ୍କ […] The post ସାଙ୍ଗମାନଙ୍କ ସହ ଗାଧୋଇବାକୁ ଯାଇଥିଲେ, ଶିବଗଙ୍ଗା ପୁଷ୍କରିଣୀରେ ବୁଡ଼ି ଚାଲିଗଲା ଯୁବକଙ୍କ ଜୀବନ appeared first on Dharitri Odia News.
ଧୂଷୁରୀ, ୨୫।୫ (ଦୀପ୍ତି ରଞ୍ଜନ ନାୟକ): ଭଦ୍ରକ ଜିଲା ଆଖଣ୍ଡଳମଣି ପୀଠ ଆରଡିରେ ଥିବା ଶିବଗଙ୍ଗା ପୁଷ୍କରିଣୀରେ ରବିବାର ଏକ ଅଘଟଣ ଘଟିଛି। ପୁଷ୍କରିଣୀରେ ଗାଧୋଉଥିବା ବେଳେ ଗୋଡ଼ ଖସିଯାଇ ଜଣଙ୍କର ମୃତ୍ୟୁ ଘଟିଛି। ମୃତକ ହେଲେ ଧାମନଗର ଥାନା ଅଧୀନ ସୋହଡା ଗ୍ରାମର ଦେବବ୍ରତ ମିଶ୍ର (୨୧)।
ସୂଚନାନୁଯାୟୀ, ଦେବବ୍ରତ ତାଙ୍କର ୩ ସାଙ୍ଗଙ୍କ ସହିତ ସକାଳ ୬.୩୦ରେ ପୁଷ୍କରିଣୀକୁ ଗାଧୋଇବାକୁ ଯାଇଥିଲେ। ହେଲେ ଗୋଡ ଖସିଯିବାରୁ ତାଙ୍କର ମୃତ୍ୟୁ ଘଟିଛି । ମୃତକ ଜଣଙ୍କ ଭଦ୍ରକ ସ୍ବୟଂ ଶାସିତ ମହା ବିଦ୍ୟାଳୟରେ ଯୁକ୍ତ ୩ ଦ୍ବିତୀୟ ବର୍ଷ ବିସିଏର ଛାତ୍ର ଥିଲେ । ଆରଡି ଫାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି । ମୃତ୍ୟୁ ସମ୍ପର୍କରେ ଅଧିକ ତଦନ୍ତ ଚଳାଇଛି ।
The post ସାଙ୍ଗମାନଙ୍କ ସହ ଗାଧୋଇବାକୁ ଯାଇଥିଲେ, ଶିବଗଙ୍ଗା ପୁଷ୍କରିଣୀରେ ବୁଡ଼ି ଚାଲିଗଲା ଯୁବକଙ୍କ ଜୀବନ appeared first on Dharitri Odia News.