ଲାଞ୍ଜିଗଡ଼ରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ

ଲାଞ୍ଜିଗଡ,୧୧ା୪ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ବେନଗାଁ, ଲାଞ୍ଜିଗଡ ରୋଡ୍‌, ମଧୁପୁର ପିଏଚ୍‌ସିଠାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ ହୋଇଛି। ଲାଞ୍ଜିଗଡ ବ୍ଲକ ମେଡିକାଲ ଅଫିସର ଭବାନୀ ଶଙ୍କର ଲେଙ୍କାଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବେନଗାଁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସର ଡା. ବିବେକ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଲାଞ୍ଜିଗଡ ତହସିଲଦାର ଅଭିଷେକ ବଗର୍ତ୍ତି ମୁଖ୍ୟ ଅତିଥି, ଲାଞ୍ଜିଗଡ […] The post ଲାଞ୍ଜିଗଡ଼ରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ appeared first on Dharitri Odia News.

ଲାଞ୍ଜିଗଡ଼ରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ

ଲାଞ୍ଜିଗଡ,୧୧ା୪ (ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ବେନଗାଁ, ଲାଞ୍ଜିଗଡ ରୋଡ୍‌, ମଧୁପୁର ପିଏଚ୍‌ସିଠାରେ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନାର ଶୁଭାରମ୍ଭ ହୋଇଛି। ଲାଞ୍ଜିଗଡ ବ୍ଲକ ମେଡିକାଲ ଅଫିସର ଭବାନୀ ଶଙ୍କର ଲେଙ୍କାଙ୍କ ନେତୃତ୍ୱରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ବେନଗାଁ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ମେଡିକାଲ ଅଫିସର ଡା. ବିବେକ ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଲାଞ୍ଜିଗଡ ତହସିଲଦାର ଅଭିଷେକ ବଗର୍ତ୍ତି ମୁଖ୍ୟ ଅତିଥି, ଲାଞ୍ଜିଗଡ ଜୋନ ୨ ଜିଲା ପରିଷଦ ସଦସ୍ୟ ପରୀକ୍ଷିତ ନାଏକ ମୁଖ୍ୟ ବକ୍ତା ଓ ବେନଗାଁ ସରପଞ୍ଚ ପୁରଣା ମାଝୀ, ଭାଜପା ଜିଲା ସଭାପତି ତଥା ସାଂସଦ ପ୍ରତିନିଧି ରମେଶ ମାଝୀ, ବେନଗାଁ ସମିତି ସଭ୍ୟା ଯଶୋବନ୍ତି ନାଏକ, ଡାକ୍ତର ସଚିନନ୍ଦନ ସେନାପତି ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ସେହିପରି ଲାଞ୍ଜିଗଡ ରୋଡ ସ୍ବାସ୍ଥ୍ୟକେନ୍ଦ୍ର ଓ ମଧୁପୁର ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

The post ଲାଞ୍ଜିଗଡ଼ରେ ଆୟୁଷ୍ମାନ ଭାରତ ଯୋଜନାର ଶୁଭାରମ୍ଭ appeared first on Dharitri Odia News.