ଜାଣନ୍ତୁ ୩ ବର୍ଷରେ ଜଗାକୁ ଶ୍ରଦ୍ଧାାଳୁ ଦେଇଛନ୍ତି କେତେ କୋଟି, ହୁଣ୍ଡିରେ…
ପୁରୀ,୭।୧୨: ଦାନ ସୂତ୍ରରେ ମହାପ୍ରଭୁ ଜଗନ୍ନାଥଙ୍କୁ ୩ ବର୍ଷରେ ମିଳିଛି ୧୧୩ କୋଟି। ମହାପ୍ରଭୁ ଜଗନ୍ନାଥଙ୍କ ହୁଣ୍ଡିରୁ କେତେ ଟଙ୍କା ଆଦାୟ ହେଉଛି ଏ ନେଇ ବିଧାନସଭାରେ ବିସ୍ତୁତ ତଥ୍ୟ ସାମ୍ନାକୁ ଆସିଛି। ଗତ ତିନି ବର୍ଷରେ ଶହେ କୋଟିରୁ ଅଧିକ ଟଙ୍କା ହୁଣ୍ଡି ସମେତ ବିଭିନ୍ନ ସୂତ୍ରରୁ ଜଗନ୍ନାଥଙ୍କ ପାଖକୁ ଆସିଛି । ଏ ନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ବିଧାୟକ ସନାତନ ମହାକୁଡ଼ଙ୍କ ପ୍ରଶ୍ନରେ ଆଇନ ମନ୍ତ୍ରୀ […] The post ଜାଣନ୍ତୁ ୩ ବର୍ଷରେ ଜଗାକୁ ଶ୍ରଦ୍ଧାାଳୁ ଦେଇଛନ୍ତି କେତେ କୋଟି, ହୁଣ୍ଡିରେ… appeared first on Dharitri Odia News.
ପୁରୀ,୭।୧୨: ଦାନ ସୂତ୍ରରେ ମହାପ୍ରଭୁ ଜଗନ୍ନାଥଙ୍କୁ ୩ ବର୍ଷରେ ମିଳିଛି ୧୧୩ କୋଟି। ମହାପ୍ରଭୁ ଜଗନ୍ନାଥଙ୍କ ହୁଣ୍ଡିରୁ କେତେ ଟଙ୍କା ଆଦାୟ ହେଉଛି ଏ ନେଇ ବିଧାନସଭାରେ ବିସ୍ତୁତ ତଥ୍ୟ ସାମ୍ନାକୁ ଆସିଛି। ଗତ ତିନି ବର୍ଷରେ ଶହେ କୋଟିରୁ ଅଧିକ ଟଙ୍କା ହୁଣ୍ଡି ସମେତ ବିଭିନ୍ନ ସୂତ୍ରରୁ ଜଗନ୍ନାଥଙ୍କ ପାଖକୁ ଆସିଛି । ଏ ନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ। ବିଧାୟକ ସନାତନ ମହାକୁଡ଼ଙ୍କ ପ୍ରଶ୍ନରେ ଆଇନ ମନ୍ତ୍ରୀ ଉତ୍ତର ରଖିଛନ୍ତି। ହୁଣ୍ଡି, ବ୍ୟାଙ୍କ ଆକାଉଣ୍ଟ, ଅନ୍ୟାନ୍ୟ ସୂତ୍ରରୁ ଦାନ ଆକାରରେ ମିଳିଛି।
୨୦୨୧ ରୁ ୨୦୨୪ ମଧ୍ୟରେ ହୁଣ୍ଡି ସମେତ ବିଭିନ୍ନ ସୂତ୍ରରୁ ଜଗନ୍ନାଥ ମନ୍ଦିରକୁ ଆସିଛି ୧ ଶହ ୧୩ କୋଟି ୨ ଲକ୍ଷ ୫୫ ହଜାର ୮୮୯ ଟଙ୍କା ।
୨୦୨୧-୨୨ ରେ ଜଗନ୍ନାଥଙ୍କ ହୁଣ୍ଡିରୁ ୮ କୋଟି ୨୩ ଲକ୍ଷ ୧୩ ହଜାର ୧୨୭ ଟଙ୍କା ମିଳିଥିବା ବେଳେ ୨୦୨୨-୨୩ ରେ ୧୫ କୋଟି ୪୬ ଲକ୍ଷ ୧୭ ହଜାର ୧୫୨ ଓ ୨୦୨୩-୨୪ ରେ ୧୬ କୋଟି ୯୨ ଲକ୍ଷ ୩୬ ହଜାର ୯୭୪ ଟଙ୍କା ମିଳିଛି ।
ସେହିପରି ବ୍ୟାଙ୍କ ଆକାଉଣ୍ଟ ଜରିଆରେ ଜଗନ୍ନାଥ ମନ୍ଦିରକୁ ୨୦୨୧-୨୨ ରେ ୬ କୋଟି ୮୩ ଲକ୍ଷ ୩୧ ହଜାର ୯୬୧ ଟଙ୍କା ମିଳିଥିବା ବେଳେ ୨୦୨୨-୨୩ ରେ ୩୦ କୋଟି ୭୨ ଲକ୍ଷ ୨୭ ହଜାର ୨୧୬ ଟଙ୍କା ଓ ୨୦୨୩-୨୪ ରେ ୨୨ କୋଟି ୨୪ ଲକ୍ଷ ୩୯ ହଜାର ୯୧୮ ଟଙ୍କା ମିଳିଛି ।
ସେହିପରି ଅନ୍ୟାନ୍ୟ ସୂତ୍ରରୁ ଜଗନ୍ନାଥ ମନ୍ଦିର କୁ ୨୦୨୧-୨୨ ରେ ୨ କୋଟି ୨୫ ଲକ୍ଷ ୩୧ ହଜାର ୪୯୭ ଟଙ୍କା ମିଳିଥିବା ବେଳେ ୨୦୨୨-୨୩ ରେ ୪ କୋଟି ୬୨ ଲକ୍ଷ ୩୪୩ ଟଙ୍କା ଓ ୨୦୨୩-୨୪ ରେ ୫ କୋଟି ୭୩ ଲକ୍ଷ ୫୭ ହଜାର ୭୦୧ ଟଙ୍କା ମିଳିଛି ।
The post ଜାଣନ୍ତୁ ୩ ବର୍ଷରେ ଜଗାକୁ ଶ୍ରଦ୍ଧାାଳୁ ଦେଇଛନ୍ତି କେତେ କୋଟି, ହୁଣ୍ଡିରେ… appeared first on Dharitri Odia News.