୧୫୦ ବର୍ଷର ଭବିଷ୍ୟବାଣୀ ହେଲା ସତ
ରାୟପୁର,୨୩।୧: ଛତିଶଗଡର ରାମନାମୀ ଏକ ଏମିତି ସମ୍ପ୍ରଦାୟ, ଯେଉଁମାନେ ରାମନାମ ଶରୀରରେ ଟାଟୁ କରନ୍ତି। ଏହି ଶ୍ରେଣୀର ପୂର୍ବପୁରୁଷମାନେ ପୂର୍ବରୁ କହିଥିଲେ ଯେ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଶୁକ୍ଲପକ୍ଷ ଏକାଦାଶୀ ଏବଂ ତ୍ରୟୋଦଶୀ ମଧ୍ୟରେ ହେବ। ଆଜିକାଲି ଶକ୍ତି ଜିଲାର ଜୈଜପୁରରେ ରାମନାମୀ ମେଳା ଚାଲିଛି। ଏହି ମେଳାରେ ଆସିଥିବା ଗୁଲାରାମ ରାମନାମୀ କହିଛନ୍ତି, ପ୍ରାୟ ୧୫୦ ବର୍ଷ ପୂର୍ବେ ଆମ ପିତୃପୁରୁଷମାନେ କହିଥିଲେ ଯେ ଅଯୋଧ୍ୟାରେ ଶ୍ରୀ ରାମ ମନ୍ଦିରରେ ଶୁକ୍ଲପକ୍ଷ ଏକାଦାଶୀ […] The post ୧୫୦ ବର୍ଷର ଭବିଷ୍ୟବାଣୀ ହେଲା ସତ appeared first on Dharitri Odia News.
ରାୟପୁର,୨୩।୧: ଛତିଶଗଡର ରାମନାମୀ ଏକ ଏମିତି ସମ୍ପ୍ରଦାୟ, ଯେଉଁମାନେ ରାମନାମ ଶରୀରରେ ଟାଟୁ କରନ୍ତି। ଏହି ଶ୍ରେଣୀର ପୂର୍ବପୁରୁଷମାନେ ପୂର୍ବରୁ କହିଥିଲେ ଯେ ଅଯୋଧ୍ୟାରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଶୁକ୍ଲପକ୍ଷ ଏକାଦାଶୀ ଏବଂ ତ୍ରୟୋଦଶୀ ମଧ୍ୟରେ ହେବ। ଆଜିକାଲି ଶକ୍ତି ଜିଲାର ଜୈଜପୁରରେ ରାମନାମୀ ମେଳା ଚାଲିଛି। ଏହି ମେଳାରେ ଆସିଥିବା ଗୁଲାରାମ ରାମନାମୀ କହିଛନ୍ତି, ପ୍ରାୟ ୧୫୦ ବର୍ଷ ପୂର୍ବେ ଆମ ପିତୃପୁରୁଷମାନେ କହିଥିଲେ ଯେ ଅଯୋଧ୍ୟାରେ ଶ୍ରୀ ରାମ ମନ୍ଦିରରେ ଶୁକ୍ଲପକ୍ଷ ଏକାଦାଶୀ ଏବଂ ତ୍ରୟୋଦଶୀ ମଧ୍ୟରେ ଅନୁଷ୍ଠିତ ହେବ। ଏହା ଏବେ ସତ ହୋଇଛି।
୨୨ ଜାନୁଆରୀରେ ଅଯୋଧ୍ୟାରେ ଶ୍ରୀ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଛି। ଗୁଲାରାମ କହିଛନ୍ତି, ଏହାର ତାରିଖ ଆମ ପୂର୍ବପୁରୁଷମାନେ କହି ସାରିଛନ୍ତି। ଏହି ତାରିଖରେ ଆମର ମେଳା ମଧ୍ୟ ଅନୁଷ୍ଠିତ ହୋଇଥାଏ ଏବଂ ଏହା ଏକ ଆଶ୍ଚର୍ଯ୍ୟଜନକ ଘଟଣା ଯେ ଏହି ସମୟରେ ଶ୍ରୀ ରାମଙ୍କ ମହାନ ମନ୍ଦିରରେ ରାମ ଲାଲାଙ୍କ ପ୍ରାଣ ପ୍ରତିଷ୍ଠା ହୋଇଛି। ରାମନାମୀ ହେଉଛନ୍ତି ରାମ ନାମର ଉପାସକ।
The post ୧୫୦ ବର୍ଷର ଭବିଷ୍ୟବାଣୀ ହେଲା ସତ appeared first on Dharitri Odia News.