ମୋହନ ସରକାରଙ୍କ ନାଁରେ ଏମିତି ଅଭିଯୋଗ ଆଣି ବର୍ଷିଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର,୨୯।୭: ବିଧାନସଭାରେ ବଜେଟ ଆଲୋଚନାବେଳେ ମୋହନ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି, ଏଥର ବଜେଟ ଗେମ ଚେଞ୍ଜର ନୁହେଁ, ନେମ ଚେଞ୍ଜର। ବିଜେଡି ସରକାରର ୮୦%ରୁ ଅଧିକ ଯୋଜନା ଆପଣେଇଛନ୍ତି ନୂଆ ସରକାର। ବାକି ୨୦ ପ୍ରତିଶତ ସରକାର ପ୍ରତିଶ୍ରୁତି ଉପରେ କହୁଛନ୍ତି। ସୁଭଦ୍ରା ପାଇଁ ୧ ଲକ୍ଷ କୋଟି ଦରକାର, କିନ୍ତୁ ବଜେଟରେ ୧୦ ହଜାର କୋଟି ଆଗତ କରାଯାଇଛି। ଜୁଲାଇରୁ ଲୋକେ ମାଗଣା ବିଜୁଳି ବିଲ […] The post ମୋହନ ସରକାରଙ୍କ ନାଁରେ ଏମିତି ଅଭିଯୋଗ ଆଣି ବର୍ଷିଲେ ନବୀନ ପଟ୍ଟନାୟକ appeared first on Dharitri Odia News.

ମୋହନ ସରକାରଙ୍କ ନାଁରେ ଏମିତି ଅଭିଯୋଗ ଆଣି ବର୍ଷିଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର,୨୯।୭: ବିଧାନସଭାରେ ବଜେଟ ଆଲୋଚନାବେଳେ ମୋହନ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ କହିଛନ୍ତି, ଏଥର ବଜେଟ ଗେମ ଚେଞ୍ଜର ନୁହେଁ, ନେମ ଚେଞ୍ଜର। ବିଜେଡି ସରକାରର ୮୦%ରୁ ଅଧିକ ଯୋଜନା ଆପଣେଇଛନ୍ତି ନୂଆ ସରକାର। ବାକି ୨୦ ପ୍ରତିଶତ ସରକାର ପ୍ରତିଶ୍ରୁତି ଉପରେ କହୁଛନ୍ତି। ସୁଭଦ୍ରା ପାଇଁ ୧ ଲକ୍ଷ କୋଟି ଦରକାର, କିନ୍ତୁ ବଜେଟରେ ୧୦ ହଜାର କୋଟି ଆଗତ କରାଯାଇଛି। ଜୁଲାଇରୁ ଲୋକେ ମାଗଣା ବିଜୁଳି ବିଲ ଅପେକ୍ଷାରେ ଅଛନ୍ତି ବୋଲି ନବୀନ କହିଛନ୍ତି।
ଏହାପୂର୍ବରୁ ଆଜି ବିଧାନସଭାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ ଆଣିଥିଲା କଂଗ୍ରେସ। ଶୂନ୍ୟକାଳରେ ବାଚସ୍ପତି ବାଚସ୍ପତି ସୁରମା ପାଢ଼ୀ ନୋଟିସକୁ ଗ୍ରହଣ ମଧ୍ୟ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଘୋଷଣାକୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ପଢ଼ିବା ବେଳେ ଗୃହରେ ହଟ୍ଟଗୋଳ ହୋଇଥିଲା। ଅଗ୍ନିବୀର ସଂରକ୍ଷଣ ଓ ୫ ବର୍ଷ ବୟସ ସୀମା କୋହଳ ଘୋଷଣାରେ ଉଭୟ ବିରୋଧୀ ଏବଂ କଂଗ୍ରେସ ହୋ-ହଲ୍ଲା କରିଥିଲେ। ଗୃହ ଚାଲିଥିବା ବେଳେ କାହିଁକି ବାହାରେ ଘୋଷଣା କଲେ ବୋଲି ପ୍ରଶ୍ନ କରି ଉଭୟ ବିରୋଧୀ ଏବଂ କଂଗ୍ରେସ ହୋ-ହଲ୍ଲା କରିଥିଲେ।

The post ମୋହନ ସରକାରଙ୍କ ନାଁରେ ଏମିତି ଅଭିଯୋଗ ଆଣି ବର୍ଷିଲେ ନବୀନ ପଟ୍ଟନାୟକ appeared first on Dharitri Odia News.