ଚର୍ଚ୍ଚାରେ ବ୍ରହ୍ମପୁର ମେୟର, ବିଜେଡି କର୍ପୋରେଟରଙ୍କ ପୁରୀ ଗସ୍ତ
ବ୍ରହ୍ମପୁର,୨୭ା୧୧(ନରସିଂହ ସାହୁ):ବ୍ରହ୍ମପୁର ମହାନଗର ନିଗମ (ବିିଇଏମ୍ସି) ମେୟର ସଂଘମିତ୍ରା ଦଳେଇଙ୍କ ନେତୃତ୍ୱରେ ଡେପୁଟି ମେୟର ବିବେକ ରେଡ୍ଡୀଙ୍କ ସମେତ ୨୬ ବିଜେଡି କର୍ପୋରେଟର ହଠାତ୍ ପୁରୀ ଯାଇଥିବାରୁ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଅନ୍ୟପକ୍ଷରେ ବିଜେଡିରେ ଅନ୍ତଃକନ୍ଦଳ ପୁଣି ପଦାକୁ ଆସିଛି। ମଙ୍ଗଳବାର ମେୟର ୨୬ ଜଣ ବିଜେଡି କର୍ପୋରେଟରଙ୍କୁ ନେଇ ପୁରୀ ଯାଇଛନ୍ତି। ସେଠାରେ କାର୍ଯ୍ୟକାରୀ ହେଉଥିବା ଘରକୁ ରନ୍ଧନ ଗ୍ୟାସ୍ ପାଇପ୍ଲାଇନ କାର୍ଯ୍ୟକ୍ରମ ଦେଖିବା ଉଦ୍ଦେଶ୍ୟରେ ଏହି ଗସ୍ତ ବୋଲି କୁହାଯାଇଥିଲେ ମଧ୍ୟ ରାଜନୀତି […] The post ଚର୍ଚ୍ଚାରେ ବ୍ରହ୍ମପୁର ମେୟର, ବିଜେଡି କର୍ପୋରେଟରଙ୍କ ପୁରୀ ଗସ୍ତ appeared first on Dharitri Odia News.
ବ୍ରହ୍ମପୁର,୨୭ା୧୧(ନରସିଂହ ସାହୁ):ବ୍ରହ୍ମପୁର ମହାନଗର ନିଗମ (ବିିଇଏମ୍ସି) ମେୟର ସଂଘମିତ୍ରା ଦଳେଇଙ୍କ ନେତୃତ୍ୱରେ ଡେପୁଟି ମେୟର ବିବେକ ରେଡ୍ଡୀଙ୍କ ସମେତ ୨୬ ବିଜେଡି କର୍ପୋରେଟର ହଠାତ୍ ପୁରୀ ଯାଇଥିବାରୁ ରାଜନୈତିକ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଅନ୍ୟପକ୍ଷରେ ବିଜେଡିରେ ଅନ୍ତଃକନ୍ଦଳ ପୁଣି ପଦାକୁ ଆସିଛି। ମଙ୍ଗଳବାର ମେୟର ୨୬ ଜଣ ବିଜେଡି କର୍ପୋରେଟରଙ୍କୁ ନେଇ ପୁରୀ ଯାଇଛନ୍ତି। ସେଠାରେ କାର୍ଯ୍ୟକାରୀ ହେଉଥିବା ଘରକୁ ରନ୍ଧନ ଗ୍ୟାସ୍ ପାଇପ୍ଲାଇନ କାର୍ଯ୍ୟକ୍ରମ ଦେଖିବା ଉଦ୍ଦେଶ୍ୟରେ ଏହି ଗସ୍ତ ବୋଲି କୁହାଯାଇଥିଲେ ମଧ୍ୟ ରାଜନୀତି ଗନ୍ଧ ଥିବା ଚର୍ଚ୍ଚା ହେଉଛି। କର୍ପୋରେଟରମାନେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ସହ ଅନ୍ୟ ଗୋଷ୍ଠୀର ଚକ୍ରାନ୍ତ ପଣ୍ଡ ଲାଗି ସଂକଳ୍ପ ନେବେ ବୋଲି ଅନୁମାନ କରାଯାଉଛି। ତେବେ ଏ ନେଇ ଜିଲା ବିଜେଡି ସଭାପତି ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କୁ ପଚାରିବାରୁ, ଜଗନ୍ନାଥଙ୍କ ଦର୍ଶନ ଓ ରିଲାକ୍ସ ପାଇଁ କର୍ପୋରେଟରମାନେ ଯାଇଥିବା କହିଛନ୍ତି।
କିଛି ମାସ ହେବ ବ୍ରହ୍ମପୁର ବିଜେଡି ରାଜନୀତି ରୋଚକ ହେବାରେ ଲାଗିଛି। ଗୋଟିଏ ଗୋଷ୍ଠୀ ଜିଲା ସଭାପତି ଓ ମେୟରଙ୍କ ଇଙ୍ଗିତରେ ପରିଚାଳିତ ହେଉଥିବା ବେଳେ ଅନ୍ୟ ଗୋଷ୍ଠୀ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ସମର୍ଥକ ବୋଲି କୁହାଯାଉଛି।
ସୂଚନାଯୋଗ୍ୟ, ୨୦୦୩ ଓଡ଼ିଶା ମ୍ୟୁନିସିପାଲ କର୍ପୋରେଶନ ଆକ୍ଟ ଅନୁସାରେ ପୌର ନିର୍ବାଚନରେ ନିର୍ବାଚିତ ମେୟର ଓ ଅନ୍ୟ ଜନ ପ୍ରତିନିଧିଙ୍କ ୨ ବର୍ଷ ପୂରିବା ପରେ ଅନାସ୍ଥା ପ୍ରସ୍ତାବ ଆଗତ ହେବାର ନିୟମ ରହିଛି। ଏବେ ଅଢ଼େଇ ବର୍ଷ ବିତିଯାଇଛି। ପ୍ରଥମେ ଡେପୁଟି ମେୟରଙ୍କୁ ହଟାଇବା ଲାଗି ପ୍ରୟାସ ଆରମ୍ଭ ହୋଇଥିଲା। ଅକ୍ଟୋବର ୨୩ ତାରିଖରେ ଗୋଟିଏ ଗୋଷ୍ଠୀର ୧୧ ଜଣ ବିଜେଡି କର୍ପୋରେଟର ଆସାମ କାମାକ୍ଷା ପୀଠକୁ ଯାଇଥିଲେ। ସେମାନେ ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କ ସମର୍ଥକ ଥିଲେ ବୋଲି କୁହାଯାଉଛି। ତେବେ ଅନାସ୍ଥା ଫଳପ୍ରଦ ହୋଇ ନ ଥିଲା।
The post ଚର୍ଚ୍ଚାରେ ବ୍ରହ୍ମପୁର ମେୟର, ବିଜେଡି କର୍ପୋରେଟରଙ୍କ ପୁରୀ ଗସ୍ତ appeared first on Dharitri Odia News.