ମହାନଦୀକୁ ଡେଇଁ ପଡ଼ିଲେ ଯୁବକ ! ଖୋଜାଖାଜି ଜାରି..ମିଳୁନି ପତ୍ତା..
ଅଗ୍ନିଶମ ବାହିନୀ ନିଖୋଜ ପ୍ରଶାନ୍ତଙ୍କୁ ଖୋଜାଖୋଜି ବି କରିଛନ୍ତି। ନଦୀ ନିକଟରୁ ତାଙ୍କ ଚପଲ ଓ କ୍ୟାପ୍ ମିଳିଥିବାରୁ ସେ ମହାନଦୀକୁ ଡେଇଁଥିବା ସନ୍ଦେହ କରାଯାଉଛି।
ରାତି ଗଲା, ଆଉ ଏବେ ସକାଳ ଯାଇ ମଧ୍ୟାହ୍ନ ହେବାକୁ ବସିଲାଣି। ଅଥଚ କଟକ ମହାନଦୀକୁ ଯେଉଁ ଯୁବକ ଜଣକ ଡେଇଁପଡ଼ିଥିବା କୁହାଯାଉଛି, ତାଙ୍କର ଏଯାଏଁ ପତ୍ତା ମିଳୁନି। ଗତ ରାତିରୁ ସଂପୃକ୍ତ ଯୁବକ ନିଖୋଜ ଅଛନ୍ତି। ନିଖୋଜ ଯୁବକଙ୍କ ନାଁ ପ୍ରଶାନ୍ତ ରାଉତ। ଘର କଟକ ଛତ୍ରବଜାର ଅଞ୍ଚଳରେ ବୋଲି କୁହାଯାଉଛି।
ଅଗ୍ନିଶମ ବାହିନୀ ନିଖୋଜ ପ୍ରଶାନ୍ତଙ୍କୁ ଖୋଜାଖୋଜି ବି କରିଛନ୍ତି। ନଦୀ ନିକଟରୁ ତାଙ୍କ ଚପଲ ଓ କ୍ୟାପ୍ ମିଳିଥିବାରୁ ସେ ମହାନଦୀକୁ ଡେଇଁଥିବା ସନ୍ଦେହ କରାଯାଉଛି। ଯଦି ସେ ନଦୀକୁ ଡେଇଁପଡ଼ିଛନ୍ତି, ତେବେ କାହିଁକି, ତାହା ସ୍ପଷ୍ଟ ହୋଇପାରିନାହିଁ।
ଅଧିକ ପଢ଼ନ୍ତୁ: ପ୍ରେମିକର ମୃତ୍ୟୁ ଖବର ଶୁଣି ନଦୀକୁ ଡେଇଁପଡିଲେ ଯୁବତୀ !
ତେବେ ଯୁବକ ଜଣଙ୍କ କାହିଁକି ମହାନଦୀକୁ ଡେଇଁଲେ,ଏହା ପଛରେ କେଉଁ କାରଣ ଅଛି ତାହା ଜଣାପଡ଼ି ନାହିଁ। ଯୋବ୍ରା ବ୍ରିଜ ଉପରେ ଯୁବକଙ୍କ ଟୋପି ଓ ଚପଲ ପଡ଼ିଛି। ଅନ୍ୟପକ୍ଷରେ ଯୁବକଙ୍କ ପରିବାର ଲୋକଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିନାହିଁ।