ଆସନ୍ତା ସପ୍ତାହରେ ୧୦୦ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିବ ଭାଜପା! ରହିପାରେ ପ୍ରଧାନମନ୍ତ୍ରୀଙ୍କ ନାଁ: ରିପୋର୍ଟ

ନୂଆଦିଲ୍ଲୀ,୨୪।୨: ଆସନ୍ତା ମାସରେ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଲୋକସଭା ନିର୍ବାଚନର ତାରିଖ ଘୋଷଣା ପୂର୍ବରୁ ଭାଜପା ଗୁରୁବାର ୧୦୦ ଜଣ ପ୍ରାର୍ଥୀଙ୍କ ନାମ ପ୍ରକାଶ କରିବାର ସମ୍ଭାବନା ରହିଛି। ଏହି ତାଲିକାରେ ଦଳର ହେଭିୱେଟ୍ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହା ରହିବେ ବୋଲି ସୂତ୍ରରୁ ଖବର ପ୍ରକାଶ ପାଇଛି। ଫେବୃଆରୀ ୨୯ ରେ ଭାଜପାର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ହେବାର ସମ୍ଭାବନା ରହିଛି। ଏହା ପରେ ପ୍ରଥମ ପ୍ରାର୍ଥୀ ତାଲିକା […] The post ଆସନ୍ତା ସପ୍ତାହରେ ୧୦୦ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିବ ଭାଜପା! ରହିପାରେ ପ୍ରଧାନମନ୍ତ୍ରୀଙ୍କ ନାଁ: ରିପୋର୍ଟ appeared first on Dharitri Odia News.

ଆସନ୍ତା ସପ୍ତାହରେ ୧୦୦ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିବ ଭାଜପା! ରହିପାରେ ପ୍ରଧାନମନ୍ତ୍ରୀଙ୍କ ନାଁ: ରିପୋର୍ଟ

ନୂଆଦିଲ୍ଲୀ,୨୪।୨: ଆସନ୍ତା ମାସରେ ନିର୍ବାଚନ ଆୟୋଗଙ୍କ ଦ୍ୱାରା ଲୋକସଭା ନିର୍ବାଚନର ତାରିଖ ଘୋଷଣା ପୂର୍ବରୁ ଭାଜପା ଗୁରୁବାର ୧୦୦ ଜଣ ପ୍ରାର୍ଥୀଙ୍କ ନାମ ପ୍ରକାଶ କରିବାର ସମ୍ଭାବନା ରହିଛି। ଏହି ତାଲିକାରେ ଦଳର ହେଭିୱେଟ୍ ନେତା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଗୃହମନ୍ତ୍ରୀ ଅମିତ ଶାହା ରହିବେ ବୋଲି ସୂତ୍ରରୁ ଖବର ପ୍ରକାଶ ପାଇଛି।

ଫେବୃଆରୀ ୨୯ ରେ ଭାଜପାର କେନ୍ଦ୍ରୀୟ ନିର୍ବାଚନ କମିଟି ବୈଠକ ହେବାର ସମ୍ଭାବନା ରହିଛି। ଏହା ପରେ ପ୍ରଥମ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇପାରେ। ପ୍ରଥମ ତାଲିକା ଗୁରୁତ୍ୱପୂର୍ଣ୍ଣ ହେବ କାରଣ ଶାସକ ଦଳ ଆଗାମୀ ନିର୍ବାଚନରେ ୫୪୩ ଲୋକସଭା ଆସନ ମଧ୍ୟରୁ ୩୭୦ ଜିତିବାର ଲକ୍ଷ୍ୟ ରଖିଛି ଏବଂ ଏନଡିଏ ପାଇଁ ୪୦୦ ଟି ଆସନ ପାଇବା ଦିଗରେ କାର୍ଯ୍ୟ କରୁଛି।

ପ୍ରଧାନମନ୍ତ୍ରୀ ମୋଦି ବର୍ତମାନ ଉତ୍ତରପ୍ରଦେଶ ବାରାଣସୀରୁ ଏମପି ଅଛନ୍ତି। ୨୦୧୪ ନିର୍ବାଚନରେ ସେ ୩.୩୭ ଲକ୍ଷ ଭୋଟ ଏବଂ ୨୦୧୯ରେ ୪.୮ ଲକ୍ଷ ବ୍ୟବଧାନରେ ବିଜୟୀ ହୋଇଥିଲେ। ଅମିତ ଶାହା ୨୦୧୯ରେ ଗୁଜରାଟ ଗାନ୍ଧିନଗରରୁ ନିର୍ବାଚନ ଲଢ଼ି ବିଜୟୀ ହୋଇଥିଲେ, ଯେଉଁଠି ପୂର୍ବରୁ ଲାଲକୃଷ୍ଣ ଆଡ଼ଭାନୀ ନିଵେଚନା ଲଢୁଥିଲେ।

The post ଆସନ୍ତା ସପ୍ତାହରେ ୧୦୦ ପ୍ରାର୍ଥୀଙ୍କ ତାଲିକା ଘୋଷଣା କରିବ ଭାଜପା! ରହିପାରେ ପ୍ରଧାନମନ୍ତ୍ରୀଙ୍କ ନାଁ: ରିପୋର୍ଟ appeared first on Dharitri Odia News.