ବାଘଛାଲ ବିକ୍ରି ପାଇଁ ଚାଲିଥିଲା ଡିଲ୍‌: ଗ୍ରାହକ ସାଜି ମାଡ଼ି ବସିଲା ବନବିଭାଗ

ଖଡ଼ିଆଳ,୨୬।୫(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ବନାଞ୍ଚଳ ପକ୍ଷରୁ ଚଢ଼ାଉ କରାଯାଇ ଏକ କଲରାପତରିଆ ବାଘଛାଲ ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଖଡ଼ିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାନ୍‌ ରବିବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେ କହିଥିଲେ, ୨୨ ତାରିଖରେ ଉଦନ୍ତୀ ସୀତାନଦୀ ଟାଇଗର ପ୍ରୋଜେକ୍ଟର କର୍ମଚାରୀମାନେ ଖଡ଼ିଆଳ ବନାଞ୍ଚଳର କୋମନା ବ୍ଲକ ଅନ୍ତର୍ଗତ ସାନମହେଶ୍ୱର ସେକ୍‌ଶନ ହରିପୁର ଗ୍ରାମଠାରେ ଏକ […] The post ବାଘଛାଲ ବିକ୍ରି ପାଇଁ ଚାଲିଥିଲା ଡିଲ୍‌: ଗ୍ରାହକ ସାଜି ମାଡ଼ି ବସିଲା ବନବିଭାଗ appeared first on Dharitri Odia News.

ବାଘଛାଲ ବିକ୍ରି ପାଇଁ ଚାଲିଥିଲା ଡିଲ୍‌: ଗ୍ରାହକ ସାଜି ମାଡ଼ି ବସିଲା ବନବିଭାଗ

ଖଡ଼ିଆଳ,୨୬।୫(ସୁଜିତ କୁମାର ପ୍ରଧାନ): ନୂଆପଡ଼ା ଜିଲା ଖଡ଼ିଆଳ ବନାଞ୍ଚଳ ପକ୍ଷରୁ ଚଢ଼ାଉ କରାଯାଇ ଏକ କଲରାପତରିଆ ବାଘଛାଲ ଜବତ କରାଯାଇଛି। ଏଥିରେ ସମ୍ପୃକ୍ତ ୫ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି ବୋଲି ଖଡ଼ିଆଳ ବନଖଣ୍ଡ ଅଧିକାରୀ ଅଜିଜ ଖାନ୍‌ ରବିବାର ଆୟୋଜିତ ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି।

ସେ କହିଥିଲେ, ୨୨ ତାରିଖରେ ଉଦନ୍ତୀ ସୀତାନଦୀ ଟାଇଗର ପ୍ରୋଜେକ୍ଟର କର୍ମଚାରୀମାନେ ଖଡ଼ିଆଳ ବନାଞ୍ଚଳର କୋମନା ବ୍ଲକ ଅନ୍ତର୍ଗତ ସାନମହେଶ୍ୱର ସେକ୍‌ଶନ ହରିପୁର ଗ୍ରାମଠାରେ ଏକ ବାଘଛାଲ ବିକ୍ରି ପାଇଁ ଡିଲ୍‌ ଚାଲିଥିବା ଖବର ପାଇଥିଲେ।

ସୂଚନାପାଇ ଖଡ଼ିଆଳ ବନାଞ୍ଚଳର କର୍ମଚାରୀମାନେ ସଦଳବଳ ହରିପୁରଗ୍ରାମଠାରେ ଗ୍ରାହକ ସାଜି ପହଞ୍ଚି ଚଢ଼ାଉ କରିଥିଲେ। ସେମାନେ ବାଘଛାଲକୁ ଜବତ କରିବା ସହ ଗ୍ରାମର ଚିନୁ ପରାଭୋଇ, ଚାନ୍ଦୋପଳା ଗ୍ରାମର ଜଦୁ ପହରିଆଙ୍କୁ ଗିରଫ କରିଥିଲେ। ପରେ ଘଟଣାର ତଦନ୍ତ କରି ସମ୍ପୃକ୍ତ ଥିବା ଖଡିଆଳ ବ୍ଲକ ଜୁନାନୀ ଗ୍ରାମର ରମେଶ ମାଝି, ଭୋଜପୁର ଗ୍ରାମର ତୁଳସୀରାମ ପରାଭୋଇ, ବଲାଙ୍ଗୀର ଜିଲା ଯାମଖୁଟା ପଞ୍ଚାୟତର ମାଲପଡ଼ାର ପବିତ୍ର ମାଝିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ।

ଅଭିଯୁକ୍ତମାନେ ବ୍ୟବହାର କରିଥିବା ଦୁଇଟି ନମ୍ବରବିହୀନ ବାଇକ୍‌, ୫ଟି ମୋବାଇଲ ଫୋନ ଜବତ କରାଯାଇଛି। ଏହି ଚଢ଼ାଉରେ ନେତୃତ୍ୱ ନେଇଥିଲେ ଖଡ଼ିଆଳ ବନାଞ୍ଚଳ ଅଧିକାରୀ ସଂସ୍କୃତା ଗଡନାୟକ। ଅନ୍ୟମାନଙ୍କ ମଧ୍ୟରେ ଫରେଷ୍ଟର ଧର୍ମେନ୍ଦ୍ର ନାଏକ, କନ୍ଦର୍ପ ସୁନାନୀ, ଫରେଷ୍ଟ ଗାର୍ଡ ନରେଶ ଦଣ୍ଡସେନା, ପ୍ରସନ୍ନ ହଂସ, ଲିଙ୍ଗରାଜ ଗହୀର, ସରୋଜ ମାଝି ପ୍ରମୁଖ ସାମିଲ ଥିଲେ।

The post ବାଘଛାଲ ବିକ୍ରି ପାଇଁ ଚାଲିଥିଲା ଡିଲ୍‌: ଗ୍ରାହକ ସାଜି ମାଡ଼ି ବସିଲା ବନବିଭାଗ appeared first on Dharitri Odia News.