ସ୍ଲୋଭାକିଆର ପ୍ରଧାନମନ୍ତ୍ରୀଙ୍କ ଉପରକୁ ଗୁଳି ଚଳାଇବାର ପ୍ରଥମ ଭିଡିଓ ଆସିଲା ସାମ୍ନାକୁ

ବ୍ରେଟିସ୍ଲାଭା,୧୬ା୫:  ସ୍ଲୋଭାକିଆର ପ୍ରଧାନମନ୍ତ୍ରୀ ରବର୍ଟ ଫିକୋ  ଗୁଳି ବିନିମୟରେ ଗୁରୁତର ହୋଇଛନ୍ତି। ଫିକୋଙ୍କ ଉପରେ ହୋଇଥିବା ଗୁଳି ବିନିମୟକୁ ବିଶ୍ୱର ନେତାମାନେ ନିନ୍ଦା କରିଛନ୍ତି ଏବଂ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ଏହି ସମୟରେ ଫିକୋଙ୍କ ଉପରେ ଗୁଳି ବିନିମୟର ଭିଡିଓ ସାମ୍ନାକୁ ଆସିଛି। ଭିଡିଓରେ ଦେଖାଯାଉଛି, ରବର୍ଟ ଫିକୋ ଉପରେ ଆକ୍ରମଣ ପରେ ତାଙ୍କ ସୁରକ୍ଷା କର୍ମୀମାନେ ତାଙ୍କୁ ଏକ କାରରେ ରଖି କନଭେନ ସହିତ ନେଇଥିବାବେଳେ ପ୍ରତ୍ୟକ୍ଷଦର୍ଶୀମାନେ ଆକ୍ରମଣକାରୀଙ୍କୁ ଧରିଥିଲେ। ସ୍ଲୋଭାକିଆ ଗଣମାଧ୍ୟମରୁ […] The post ସ୍ଲୋଭାକିଆର ପ୍ରଧାନମନ୍ତ୍ରୀଙ୍କ ଉପରକୁ ଗୁଳି ଚଳାଇବାର ପ୍ରଥମ ଭିଡିଓ ଆସିଲା ସାମ୍ନାକୁ appeared first on Dharitri Odia News.

ସ୍ଲୋଭାକିଆର ପ୍ରଧାନମନ୍ତ୍ରୀଙ୍କ ଉପରକୁ ଗୁଳି ଚଳାଇବାର ପ୍ରଥମ ଭିଡିଓ ଆସିଲା ସାମ୍ନାକୁ

ବ୍ରେଟିସ୍ଲାଭା,୧୬ା୫:  ସ୍ଲୋଭାକିଆର ପ୍ରଧାନମନ୍ତ୍ରୀ ରବର୍ଟ ଫିକୋ  ଗୁଳି ବିନିମୟରେ ଗୁରୁତର ହୋଇଛନ୍ତି। ଫିକୋଙ୍କ ଉପରେ ହୋଇଥିବା ଗୁଳି ବିନିମୟକୁ ବିଶ୍ୱର ନେତାମାନେ ନିନ୍ଦା କରିଛନ୍ତି ଏବଂ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିଛନ୍ତି। ଏହି ସମୟରେ ଫିକୋଙ୍କ ଉପରେ ଗୁଳି ବିନିମୟର ଭିଡିଓ ସାମ୍ନାକୁ ଆସିଛି।

ଭିଡିଓରେ ଦେଖାଯାଉଛି, ରବର୍ଟ ଫିକୋ ଉପରେ ଆକ୍ରମଣ ପରେ ତାଙ୍କ ସୁରକ୍ଷା କର୍ମୀମାନେ ତାଙ୍କୁ ଏକ କାରରେ ରଖି କନଭେନ ସହିତ ନେଇଥିବାବେଳେ ପ୍ରତ୍ୟକ୍ଷଦର୍ଶୀମାନେ ଆକ୍ରମଣକାରୀଙ୍କୁ ଧରିଥିଲେ। ସ୍ଲୋଭାକିଆ ଗଣମାଧ୍ୟମରୁ ମିଳିଥିବା ପ୍ରାଥମିକ ସୂଚନା ଅନୁଯାୟୀ, ଫିକୋକୁ ଅନେକ ଥର ଗୁଳି କରାଯାଇଥିଲା। ଗୋଟିଏ ପେଟରେ, ଗୋଟିଏ ମୁଣ୍ଡରେ, ଯେଉଁ କାରଣରୁ ତାଙ୍କ ଅବସ୍ଥା ଗୁରୁତର ରହିଛି।

ପିଏମ୍‌ ରବର୍ଟ ଫିକୋଙ୍କ ଉପରେ ଆକ୍ରମଣ ପରେ ପ୍ରତ୍ୟକ୍ଷଦର୍ଶୀମାନେ ଆକ୍ରମଣକାରୀଙ୍କୁ ଧରିଥିଲେ ଏବଂ ପରେ ପୋଲିସ ତାଙ୍କୁ ଗିରଫ କରିଥିଲା। ଆକ୍ରମଣକାରୀ ସ୍ଲୋଭାକିଆର ପ୍ରଧାନମନ୍ତ୍ରୀଙ୍କ ଉପରକୁ ଅନେକ ରାଉଣ୍ଡ ଗୁଳି ଚଳାଇଥିଲେ।

The post ସ୍ଲୋଭାକିଆର ପ୍ରଧାନମନ୍ତ୍ରୀଙ୍କ ଉପରକୁ ଗୁଳି ଚଳାଇବାର ପ୍ରଥମ ଭିଡିଓ ଆସିଲା ସାମ୍ନାକୁ appeared first on Dharitri Odia News.