ଟ୍ରେନ୍‌ରେ ବଡ଼ ଧରଣର ଚଢାଉ: ୨୪ଲକ୍ଷ ଟଙ୍କା ଜବତ

ଭୁବନେଶ୍ୱର,୨୩।୬: ଫଲକନୁମା ଏକ୍ସପ୍ରେସ୍‌ ଟ୍ରେନରୁ ରବିବାର ୨୪ ଲକ୍ଷ ଜବତ ହୋଇଛି। ତେଲେଙ୍ଗାନା ପୋଲିସ ଏବଂ କଟକ ଆର୍‌ପିଏଫର ମିଳିତ ଚଢାଉରେ ବିହାରର ଦୁଇ ଯୁବକଙ୍କଠାରୁ ଏହି ଟଙ୍କା ଜବତ କରାଯାଇଛି। ମିଳିଥିବା ସୂଚନା ମୁତାବକ ଟ୍ରେନ୍‌ରେ ଟଙ୍କା ଚାଲାଣ ହେଉଥିବା ଆର୍‌ପିଏଫକୁ ଖବର ମିଳିଥିଲା। ଏନେଇ ତେଲେଙ୍ଗାନା ପୋଲିସ ଏବଂ କଟକ ଆର୍‌ପିଏଫ ପକ୍ଷରୁ ଚଢାଉ କରାଯାଇଥିଲା। ଚଢାଉ ବେଳେ ଅଧିକାରୀମାନେ ଦୁଇ ଯୁବକଙ୍କଠାରୁ ୨୪ ଲକ୍ଷ ଟଙ୍କା ଜବତ କରିଥିଲେ। ଏହି ଟଙ୍କା କାହାର […] The post ଟ୍ରେନ୍‌ରେ ବଡ଼ ଧରଣର ଚଢାଉ: ୨୪ଲକ୍ଷ ଟଙ୍କା ଜବତ appeared first on Dharitri Odia News.

ଟ୍ରେନ୍‌ରେ ବଡ଼ ଧରଣର ଚଢାଉ: ୨୪ଲକ୍ଷ ଟଙ୍କା ଜବତ

ଭୁବନେଶ୍ୱର,୨୩।୬: ଫଲକନୁମା ଏକ୍ସପ୍ରେସ୍‌ ଟ୍ରେନରୁ ରବିବାର ୨୪ ଲକ୍ଷ ଜବତ ହୋଇଛି। ତେଲେଙ୍ଗାନା ପୋଲିସ ଏବଂ କଟକ ଆର୍‌ପିଏଫର ମିଳିତ ଚଢାଉରେ ବିହାରର ଦୁଇ ଯୁବକଙ୍କଠାରୁ ଏହି ଟଙ୍କା ଜବତ କରାଯାଇଛି।

ମିଳିଥିବା ସୂଚନା ମୁତାବକ ଟ୍ରେନ୍‌ରେ ଟଙ୍କା ଚାଲାଣ ହେଉଥିବା ଆର୍‌ପିଏଫକୁ ଖବର ମିଳିଥିଲା। ଏନେଇ ତେଲେଙ୍ଗାନା ପୋଲିସ ଏବଂ କଟକ ଆର୍‌ପିଏଫ ପକ୍ଷରୁ ଚଢାଉ କରାଯାଇଥିଲା। ଚଢାଉ ବେଳେ ଅଧିକାରୀମାନେ ଦୁଇ ଯୁବକଙ୍କଠାରୁ ୨୪ ଲକ୍ଷ ଟଙ୍କା ଜବତ କରିଥିଲେ। ଏହି ଟଙ୍କା କାହାର ଏବଂ କେଉଁ ଉଦ୍ଦେଶ୍ୟରେ ଯାଉଥିଲା ଏହାର ତଦନ୍ତ ଆରମ୍ଭ ହୋଇଛି।

The post ଟ୍ରେନ୍‌ରେ ବଡ଼ ଧରଣର ଚଢାଉ: ୨୪ଲକ୍ଷ ଟଙ୍କା ଜବତ appeared first on Dharitri Odia News.