ଆଇପିଏଲ୍ ରଙ୍ଗାରଙ୍ଗ ଉତ୍ସବରେ ମନ ମୋହିଲେ ଅକ୍ଷୟ, ଟାଇଗର ଓ ରହମନ
ଚେନ୍ନାଇ, ୨୨ା୩: ସ୍ଥାନୀୟ ଏମ୍.ଏ. ଚିଦାମ୍ବରମ୍ ଷ୍ଟାଡିୟମରେ ବ୍ୟୟବହୁଳ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୭ଶ ସଂସ୍କରଣ ଆରମ୍ଭ ହୋଇଛି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ଓ ରୟାଲ ଚ୍ୟାଲେଞ୍ଜର୍ସ ବଙ୍ଗାଲୋର (ଆର୍ସିବି) ମଧ୍ୟରେ ଏହି ଟି୨୦ ଲିଗ୍ର ପ୍ରଥମ ମ୍ୟାଚ୍ ଖେଳାଯିବା ପୂର୍ବରୁ ଆୟୋଜିତ ହୋଇଥିଲା ରଙ୍ଗାରଙ୍ଗ ଉଦ୍ଘାଟନୀ ଉତ୍ସବ। ଉପସ୍ଥିତ ଦର୍ଶକମଣ୍ଡଳୀ ଏହାର ଖୁବ୍ ମଜା ନେଇଥିଲେ। ପ୍ରଥମେ ଅଭିନେତା ବୋମନ ଇରାନୀ ତାଙ୍କର ପରିଚୟ ପ୍ରଦାନ କରି ସମାରୋହର ଶୁଭାରମ୍ଭ ଘୋଷଣା କରିଥିଲେ। […] The post ଆଇପିଏଲ୍ ରଙ୍ଗାରଙ୍ଗ ଉତ୍ସବରେ ମନ ମୋହିଲେ ଅକ୍ଷୟ, ଟାଇଗର ଓ ରହମନ appeared first on Dharitri Odia News.
ଚେନ୍ନାଇ, ୨୨ା୩: ସ୍ଥାନୀୟ ଏମ୍.ଏ. ଚିଦାମ୍ବରମ୍ ଷ୍ଟାଡିୟମରେ ବ୍ୟୟବହୁଳ ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍)ର ୧୭ଶ ସଂସ୍କରଣ ଆରମ୍ଭ ହୋଇଛି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ଓ ରୟାଲ ଚ୍ୟାଲେଞ୍ଜର୍ସ ବଙ୍ଗାଲୋର (ଆର୍ସିବି) ମଧ୍ୟରେ ଏହି ଟି୨୦ ଲିଗ୍ର ପ୍ରଥମ ମ୍ୟାଚ୍ ଖେଳାଯିବା ପୂର୍ବରୁ ଆୟୋଜିତ ହୋଇଥିଲା ରଙ୍ଗାରଙ୍ଗ ଉଦ୍ଘାଟନୀ ଉତ୍ସବ। ଉପସ୍ଥିତ ଦର୍ଶକମଣ୍ଡଳୀ ଏହାର ଖୁବ୍ ମଜା ନେଇଥିଲେ। ପ୍ରଥମେ ଅଭିନେତା ବୋମନ ଇରାନୀ ତାଙ୍କର ପରିଚୟ ପ୍ରଦାନ କରି ସମାରୋହର ଶୁଭାରମ୍ଭ ଘୋଷଣା କରିଥିଲେ।
ବଲିଉଡ ଅଭିନେତା ଅକ୍ଷୟ କୁମାର ଓ ଟାଇଗର ଶ୍ରଫ୍ ଦଉଡ଼ିରେ ଷ୍ଟଣ୍ଟ ସହ ଷ୍ଟେଜ୍ରେ ଅବତରଣ କରି ସମସ୍ତଙ୍କୁ ଚମତ୍କୃତ କରି ଦେଇଥିଲେ। ଦୁହିଁଙ୍କ ହାତରେ ଜାତୀୟ ପତାକା ଶୋଭା ପାଉଥିଲା। ସେମାନଙ୍କ କାର୍ଯ୍ୟକ୍ରମ ଶେଷରେ ଅକ୍ଷୟ କୁମାର ଓ ଟାଇଗର ଶ୍ରଫ ଷ୍ଟାଡିୟମରେ ଏକ ଚକ୍କର ଲଗାଇଥିଲେ।
ପରବର୍ତ୍ତୀ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ବିଶିଷ୍ଟ ସଙ୍ଗୀତକାର ଏ.ଆର. ରହମନ ଓ ସୋନୁ ନିଗମ। ‘ବନ୍ଦେ ମାତରମ୍’ ସେମାନଙ୍କ ପ୍ରଥମ ସଙ୍ଗୀତ ଥିଲା। ଏ.ଆର. ରହମନଙ୍କ ସହିତ ଯୋଗ ଦେଇଥିଲେ ମୋହିତ ଚୌହାନ। ଅମରଜିତ ସିଂ ଚମ୍କିଲାଙ୍କ ଉପରେ ପ୍ରସ୍ତୁତ ବାୟୋପିକ୍ରେ ସେ ନିଜେ ଗାଇଥିବା ଏକ ଗୀତ ଗାଇଥିଲେ। ପରେ ଷ୍ଟେଜ୍ରେ ଯୋଗ ଦେଇଥିଲେ ବଲିଉଡ୍ କଣ୍ଠଶିଳ୍ପୀ ନୀତି ମୋହନ। ଶୁକ୍ରବାର ମ୍ୟାଚର ଦୁଇ ଅଧିନାୟକ ଫାଫ୍ ଡୁ’ପ୍ଲେସି ଓ ଋତୁରାଜ ଗାଏକ୍ୱାଡ ଆଇପିଏଲ୍ ଟ୍ରଫି ସହ ମଧ୍ୟ ସ୍ଥଳକୁ ଆସିଥିଲେ।
ମଞ୍ଚ ଉପରୁ ଆସିବା ଲାଗି ବିସିସିଆଇ ସଭାପତି ରୋଜର ବିନ୍ନିି ଓ ସମ୍ପାଦକ ଜୟ ଶାହାଙ୍କ ସମେତ ଅନ୍ୟ କର୍ମକର୍ତ୍ତାଙ୍କୁ ମଧ୍ୟ ଅନୁରୋଧ କରାଯାଇଥିଲା। ଶେଷରେ ସମସ୍ତ ଷ୍ଟାର ଷ୍ଟେଜ୍ରେ ଧାଡ଼ି କରି ଛିଡ଼ା ହୋଇ ଲୋକପ୍ରିୟ ଫିଲ୍ମ ‘ସ୍ଲମ୍ଡଗ୍ ମିଲିୟନେୟାର’ ଗୀତ ‘ଜୟ ହୋ’ ମିଳିତ ଭାବେ ଗାନ କରିଥିଲେ। ପରେ ଆତସବାଜି ସହ ଉଦ୍ଘାଟନୀ ଉତ୍ସବର ପରିସମାପ୍ତି ହୋଇଥିଲା।
The post ଆଇପିଏଲ୍ ରଙ୍ଗାରଙ୍ଗ ଉତ୍ସବରେ ମନ ମୋହିଲେ ଅକ୍ଷୟ, ଟାଇଗର ଓ ରହମନ appeared first on Dharitri Odia News.