ଚୀନ ଯିବେ NSA ଅଜିତ ଡୋଭାଲ, ୫ ବର୍ଷ ପରେ ହେବ ଖାସ୍ ବୈଠକ

ନୂଆଦିଲ୍ଲୀ ୧୬।୧୨: ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲ ଆଗାମୀ କିଛି ସପ୍ତାହ ମଧ୍ୟରେ ଚୀନ୍‌ ଯାତ୍ରା କରିପାରନ୍ତି। ସୀମା ପ୍ରସଙ୍ଗରେ ବିଶେଷ ପ୍ରତିନିଧି (ଏସଆର) ବାର୍ତ୍ତାର ନୂଆ ସଂସ୍କରଣରେ ଭାରତୀୟ ପ୍ରତିନିଧି ମଣ୍ଡଳର ସେ ପ୍ରତିନିଧିତ୍ୱ କରିବେ। ଏହା ପୂର୍ବରୁ ଏସଆର ବାର୍ତ୍ତା ଡିସେମ୍ବର ୨୦୧୯ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା। ତେବେ ବାର୍ତ୍ତାକୁ ପୁଣି ଆରମ୍ଭ କରିବା ପାଇଁ ଅକ୍ଟୋବର ୨୩ ତାରିଖ ଦିନ କାଜାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ହୋଇଥିବା ବୈଠକରେ ସ୍ଥିରିକୃତ ହୋଇଥିଲା। ସୂତ୍ର ଅନୁସାରେ ଏନଏସଏ ଡୋଭାଲ  ଏସଆର ବାର୍ତ୍ତାରେ ଯୋଗ ଦେବା ପାଇଁ ସମ୍ଭବତଃ ଖୁବ୍ ଶୀଘ୍ର ଚୀନ ଯାତ୍ରା କରିପାରନ୍ତି। ଏସଆର ବାର୍ତ୍ତା ଚଳିତମାସ ଶେଷ ଅଥବା ଜାନୁୟାରୀ ମାସ ଆରମ୍ଭରେ ହୋଇପାରେ। ହେଲେ ଏସଆର ବାର୍ତ୍ତା କେଉଁଠାରେ ଅନୁଷ୍ଠିତ ହେବ ସେ ନେଇ  ପର୍ଯ୍ୟନ୍ତ ଅଧିକାରୀକ ଭାବେ କିଛି କୁହାଯାଇ ନାହିଁ। ଭାରତ ଓ ଚୀନ ଗତ ୫ ଡିସେମ୍ବରର କୁଟନୈତିକ ବାର୍ତ୍ତାରେ ଏସଆର ବାର୍ତ୍ତା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ବାର୍ତ୍ତା ନିମନ୍ତେ ଭାରତ ପକ୍ଷରୁ ସ୍ୱତନ୍ତ୍ର ପ୍ରତିନିଧି ଭାବେ ଏନଏସଏ ଡୋଭାଲ ଯିବେ। ଅପରପଟେ ଚୀନ୍ ପକ୍ଷରୁ ବାର୍ତ୍ତାରେ ବିଦେଶ ମନ୍ତ୍ରୀ ବାଙ୍ଗ ୟୀ ଅଂଶଗ୍ରହଣ କରିବେ। ପୂର୍ବ ଲଦ୍ଦାଖ ସୀମା ବିବାଦ ଯୋଗୁ ଗତ ୫ ବର୍ଷରେ ଏସଆର ବାର୍ତ୍ତାର

ଚୀନ ଯିବେ NSA ଅଜିତ ଡୋଭାଲ, ୫ ବର୍ଷ ପରେ ହେବ ଖାସ୍ ବୈଠକ

ନୂଆଦିଲ୍ଲୀ ୧୬।୧୨: ଜାତୀୟ ସୁରକ୍ଷା ପରାମର୍ଶଦାତା (ଏନଏସଏ) ଅଜିତ ଡୋଭାଲ ଆଗାମୀ କିଛି ସପ୍ତାହ ମଧ୍ୟରେ ଚୀନ୍‌ ଯାତ୍ରା କରିପାରନ୍ତି। ସୀମା ପ୍ରସଙ୍ଗରେ ବିଶେଷ ପ୍ରତିନିଧି (ଏସଆର) ବାର୍ତ୍ତାର ନୂଆ ସଂସ୍କରଣରେ ଭାରତୀୟ ପ୍ରତିନିଧି ମଣ୍ଡଳର ସେ ପ୍ରତିନିଧିତ୍ୱ କରିବେ। ଏହା ପୂର୍ବରୁ ଏସଆର ବାର୍ତ୍ତା ଡିସେମ୍ବର ୨୦୧୯ରେ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା। ତେବେ ବାର୍ତ୍ତାକୁ ପୁଣି ଆରମ୍ଭ କରିବା ପାଇଁ ଅକ୍ଟୋବର ୨୩ ତାରିଖ ଦିନ କାଜାନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ମଧ୍ୟରେ ହୋଇଥିବା ବୈଠକରେ ସ୍ଥିରିକୃତ ହୋଇଥିଲା। 

ସୂତ୍ର ଅନୁସାରେ ଏନଏସଏ ଡୋଭାଲ  ଏସଆର ବାର୍ତ୍ତାରେ ଯୋଗ ଦେବା ପାଇଁ ସମ୍ଭବତଃ ଖୁବ୍ ଶୀଘ୍ର ଚୀନ ଯାତ୍ରା କରିପାରନ୍ତି। ଏସଆର ବାର୍ତ୍ତା ଚଳିତମାସ ଶେଷ ଅଥବା ଜାନୁୟାରୀ ମାସ ଆରମ୍ଭରେ ହୋଇପାରେ। ହେଲେ ଏସଆର ବାର୍ତ୍ତା କେଉଁଠାରେ ଅନୁଷ୍ଠିତ ହେବ ସେ ନେଇ  ପର୍ଯ୍ୟନ୍ତ ଅଧିକାରୀକ ଭାବେ କିଛି କୁହାଯାଇ ନାହିଁ। ଭାରତ ଓ ଚୀନ ଗତ ୫ ଡିସେମ୍ବରର କୁଟନୈତିକ ବାର୍ତ୍ତାରେ ଏସଆର ବାର୍ତ୍ତା ସମ୍ପର୍କରେ ଆଲୋଚନା କରିଥିଲେ। ଏହି ବାର୍ତ୍ତା ନିମନ୍ତେ ଭାରତ ପକ୍ଷରୁ ସ୍ୱତନ୍ତ୍ର ପ୍ରତିନିଧି ଭାବେ ଏନଏସଏ ଡୋଭାଲ ଯିବେ। ଅପରପଟେ ଚୀନ୍ ପକ୍ଷରୁ ବାର୍ତ୍ତାରେ ବିଦେଶ ମନ୍ତ୍ରୀ ବାଙ୍ଗ ୟୀ ଅଂଶଗ୍ରହଣ କରିବେ। 

ପୂର୍ବ ଲଦ୍ଦାଖ ସୀମା ବିବାଦ ଯୋଗୁ ଗତ ୫ ବର୍ଷରେ ଏସଆର ବାର୍ତ୍ତାର ଆୟୋଜନ କରାଯାଇ ନଥିଲା।  ଭାରତ ଓ ଚୀନ ମଧ୍ୟରେ ପୂର୍ବ ଲଦ୍ଦାଖରେ ସୈନ୍ୟ ଗତିରୋଧ ମେ ୨୦୨୦ରେ ହୋଇଥିଲା। ତେବେ ଜୁନ ୨୦୨୦ରେ ଗଲୱାନ ଘାଟିରେ ହୋଇଥିବା ସୈନ୍ୟ ସଂଘର୍ଷ ପରେ ଦୁଇ ଦେଶଙ୍କ ସମ୍ପର୍କରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ଏକ ବୁଝାମଣାରେ ଏହି ଗତିରୋଧ ଦେପସାଙ୍ଗ ଓ ଡେମଚୋକରୁ ସୈନ୍ୟ ଅପସାରଣ ପ୍ରକ୍ରିୟା ପୁରା ହେବା  ସହ ସମାପ୍ତ ହୋଇଛି। ସୈନ୍ୟ ଅପସାରଣ ବୁଝାମଣାକୁ ଅକ୍ଟୋବର ୨୧ରେ ଚୂଡ଼ାନ୍ତ ରୂପ ଦିଆଯାଇଥିଲା।