ଚିପକ୍‌ରେ ଚିତ୍‌ପଟାଙ୍ଗ ଚେନ୍ନାଇ ସୁପର କିଙ୍ଗ୍‌ସ; ୨୫ ରନରେ ମ୍ୟାଚ୍ ଜିତିଲା ଦିଲ୍ଲୀ

ଚେନ୍ନାଇ: ଆଇପିଏଲ ୨୦୨୫ ମହାସମର । ଶନିବାର ସଂଧ୍ୟାରେ ଦିଲ୍ଲୀ କ୍ୟାପିଟାଲ୍ସର ଦମଦାର ବିଜୟ । ୨୫ ରନରେ ଚେନ୍ନାଇକୁ ମାତ୍ ଦେଲା ଦଳ । ଚଳିତ ସିଜିନରେ ଡିସି ର ଏହା ଲଗାତାର ତୃତୀୟ ଜିତ୍ । ପ୍ରଥମେ ବ୍ୟାଟିଂ କରି ସିଏସକେକୁ ୧୮୪ ରନ ର ଟାର୍ଗେଟ୍ ଦେଇଥିଲା ଦିଲ୍ଲୀ ଟିମ୍ । ଚିପକର ସ୍ଲୋ-ପିଚ୍‌ରେ ବଡ଼ ବିଜୟ ଲକ୍ଷ୍ୟକୁ ପିଛା କରି ଚେନ୍ନାଇ ଶେଷ ପରାସ୍ତ ହୋଇଛି । ସିଏସକେର ଏହା କ୍ରମାଗତ ତୃତୀୟ ପରାଜୟ ।ଶନିବାର ଚେନ୍ନାଇ ସୁପର କିଙ୍ଗସ ଓ ଦିଲ୍ଲୀ କ୍ୟାପିଟାଲ୍ ମଧ୍ୟରେ ୧୭ତମ ମ୍ୟାଚ୍ ଖେଳାଯାଇଛି । ଡିସି ଟିସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲା । ଦଳ ପକ୍ଷରୁ ଜ୍ୟାକ୍ ଫ୍ରିଜର ଓ  କେ.ଏଲ ରାହୁଲ ବ୍ୟାଟିଂ ପାଇଁ ପଡ଼ିଆକୁ ଓହ୍ଲାଇଥିଲେ । ମାତ୍ର ସିଏସକେର ଘାତକ ବୋଲିଂରେ ଦିଲ୍ଲୀକୁ ପ୍ରାରମ୍ଭିକ ଝଟକା ଲାଗିଥିଲା । ପ୍ରଥମ ଓଭରରେ ଜ୍ୟାକ୍ ଫ୍ରିଜର ଖଲିଲ୍ ଅହମ୍ମଦଙ୍କ ଶିକାର ହୋଇଥିଲେ । ଏହାପରେ ଦ୍ବିତୀୟ ଓଭରରୁ ଚେନ୍ନାଇ ବୋଲରଙ୍କ ଉପରେ ପ୍ରହାର ଆରମ୍ଭ କରିଥିଲେ ପୋରେଲ୍ । ସେ ୨୦ଟି ବଲ୍ ଖେଳି ୩୩ ରନ ସଂଗ୍ରହ କରିଥିଲେ । ପରେ ରାହୁଲ ଦେଖାଇଥିଲେ କରିସ୍ମା । ସେ ଡିସି ପାଇଁ ଚମତ୍କାର ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି । ସ୍ଲୋ ପିଚ୍‌ରେ ୭୭ ରନ୍‌ର ପାଳି ଖେଳି ସିଏସକେକୁ ବ୍ୟାକ୍ ଫୁଟକୁ ଠେଲି ଦେଇଥିଲେ । ସେହିପରି ଅଧିନାୟକ ଅକ୍ଷର ପଟେଲ୍, ସମୀର ରିଜଭୀ ଓ ଖ୍ରୀଷ୍ଟନ ଷ୍ଟବ୍ସ କ୍ରମାଗତ ଭାବେ ୨୧, ୨୦ ଓ ୨୪

ଚିପକ୍‌ରେ ଚିତ୍‌ପଟାଙ୍ଗ ଚେନ୍ନାଇ ସୁପର କିଙ୍ଗ୍‌ସ; ୨୫ ରନରେ ମ୍ୟାଚ୍ ଜିତିଲା ଦିଲ୍ଲୀ

ଚେନ୍ନାଇ: ଆଇପିଏଲ ୨୦୨୫ ମହାସମର । ଶନିବାର ସଂଧ୍ୟାରେ ଦିଲ୍ଲୀ କ୍ୟାପିଟାଲ୍ସର ଦମଦାର ବିଜୟ । ୨୫ ରନରେ ଚେନ୍ନାଇକୁ ମାତ୍ ଦେଲା ଦଳ । ଚଳିତ ସିଜିନରେ ଡିସି ର ଏହା ଲଗାତାର ତୃତୀୟ ଜିତ୍ । ପ୍ରଥମେ ବ୍ୟାଟିଂ କରି ସିଏସକେକୁ ୧୮୪ ରନ ର ଟାର୍ଗେଟ୍ ଦେଇଥିଲା ଦିଲ୍ଲୀ ଟିମ୍ । ଚିପକର ସ୍ଲୋ-ପିଚ୍‌ରେ ବଡ଼ ବିଜୟ ଲକ୍ଷ୍ୟକୁ ପିଛା କରି ଚେନ୍ନାଇ ଶେଷ ପରାସ୍ତ ହୋଇଛି । ସିଏସକେର ଏହା କ୍ରମାଗତ ତୃତୀୟ ପରାଜୟ ।

ଶନିବାର ଚେନ୍ନାଇ ସୁପର କିଙ୍ଗସ ଓ ଦିଲ୍ଲୀ କ୍ୟାପିଟାଲ୍ ମଧ୍ୟରେ ୧୭ତମ ମ୍ୟାଚ୍ ଖେଳାଯାଇଛି । ଡିସି ଟିସ୍ ଜିତି ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲା । ଦଳ ପକ୍ଷରୁ ଜ୍ୟାକ୍ ଫ୍ରିଜର ଓ  କେ.ଏଲ ରାହୁଲ ବ୍ୟାଟିଂ ପାଇଁ ପଡ଼ିଆକୁ ଓହ୍ଲାଇଥିଲେ । ମାତ୍ର ସିଏସକେର ଘାତକ ବୋଲିଂରେ ଦିଲ୍ଲୀକୁ ପ୍ରାରମ୍ଭିକ ଝଟକା ଲାଗିଥିଲା । ପ୍ରଥମ ଓଭରରେ ଜ୍ୟାକ୍ ଫ୍ରିଜର ଖଲିଲ୍ ଅହମ୍ମଦଙ୍କ ଶିକାର ହୋଇଥିଲେ । ଏହାପରେ ଦ୍ବିତୀୟ ଓଭରରୁ ଚେନ୍ନାଇ ବୋଲରଙ୍କ ଉପରେ ପ୍ରହାର ଆରମ୍ଭ କରିଥିଲେ ପୋରେଲ୍ । ସେ ୨୦ଟି ବଲ୍ ଖେଳି ୩୩ ରନ ସଂଗ୍ରହ କରିଥିଲେ । ପରେ ରାହୁଲ ଦେଖାଇଥିଲେ କରିସ୍ମା । ସେ ଡିସି ପାଇଁ ଚମତ୍କାର ଅର୍ଦ୍ଧଶତକୀୟ ଇନିଂସ ଖେଳିଛନ୍ତି । ସ୍ଲୋ ପିଚ୍‌ରେ ୭୭ ରନ୍‌ର ପାଳି ଖେଳି ସିଏସକେକୁ ବ୍ୟାକ୍ ଫୁଟକୁ ଠେଲି ଦେଇଥିଲେ । ସେହିପରି ଅଧିନାୟକ ଅକ୍ଷର ପଟେଲ୍, ସମୀର ରିଜଭୀ ଓ ଖ୍ରୀଷ୍ଟନ ଷ୍ଟବ୍ସ କ୍ରମାଗତ ଭାବେ ୨୧, ୨୦ ଓ ୨୪ ରନର ଇନିଂସ ଖେଳି ଦଳଗତ ସ୍କୋରକୁ ୧୮୩ରେ ପହଞ୍ଚାଇଥିଲେ । 

ଦ୍ବିତୀୟ ଇନିଂସରେ ୧୮୪ ରନର ଟାର୍ଗେଟ୍ କୁ ପିଛା କରିଥିଲା ଚେନ୍ନାଇ ସୁପର କିଙ୍ଗସ । ରଚିନ ରବିନ୍ଦ୍ରା ଏବଂ ଡେଭନ କନଓ୍ବେଙ୍କ ଓପନିଂ ଯୋଡ଼ି ପଡ଼ିଆକୁ ଓହ୍ଲାଇଥିଲେ । ମାତ୍ର ଦ୍ବିତୀୟ ଓଭରେ ମୁକେଶ କୁମାର ରଚିନଙ୍କୁ ଆଉଟ୍ କରି ଘରୋଇ ଷ୍ଟାଡିମୟରେ ଚେନ୍ନାଇକୁ ଶକ୍ତ ଝଟକା ଦେଇଥିଲେ । ଏହାପରେ ଆସିଥିଲେ ଅଧିନାୟକ ଋତୁରାଜ ଗାଏକ୍ବାଡ୍ । ହେଲେ ଦଳକୁ ସଂକଟରୁ ଉଦ୍ଧାର କରିପାରିନଥିଲେ । ମାତ୍ର ୫ ରନ୍ କରି ସେ ଆଉଟ୍ ହୋଇଯାଇଥିଲେ । ଏହାପରେ କନଓ୍ବେ ୧୩ ରନ୍ କରି ଡଗଆଉଟକୁ ଫେରିଥିଲେ । ବିଜୟ ଶଙ୍କର ଓ ମହେନ୍ଦ୍ର ସିଂହ ଧୋନି ଶେଷ ପର୍ଯ୍ୟନ୍ତ ରହିଥିଲେ ମଧ୍ୟ ଦଳକୁ ଜିତାଇବାରେ ସକ୍ଷମ ହୋଇନଥିଲେ । ସିଏସକେ ନିର୍ଦ୍ଧାରିତ ୨୦ ଓଭରରେ ୫ ଓ୍ବିକେଟ୍ ହରାଇ ୧୫୮ ରନ କରିଥିଲା । ବିଜୟ ଶଙ୍କରଙ୍କ ଅର୍ଦ୍ଧଶତକ ବେକାର ହୋଇଛି । ଫଳରେ ଦିଲ୍ଲୀ କ୍ୟାପିଟାଲ୍ ୨୫ ରନରେ ବିଜୟୀ ହୋଇଛି । କେ.ଏଲ୍ ରାହୁଲ ମ୍ୟାନ୍ ଅଫି ଦି ପ୍ଲେୟାର ହୋଇଛନ୍ତି ।...