ଦିଲ୍ଲୀରେ ସାଂଘାତିକ ପ୍ରଦୂଷଣ, କୁତ୍ରିମ ବର୍ଷା କରାଇବାକୁ କେନ୍ଦ୍ରକୁ ଚିଠି ଲେଖିଲେ ପରିବେଶ ମନ୍ତ୍ରୀ

ନୂଆଦିଲ୍ଲୀ ୧୯/୧୧: ଧୂଳି ଧୂଆଁରେ କଲବଲ ସମଗ୍ର ଉତ୍ତର ଭାରତ । ଦିନକୁ ଦିନ ବାୟୁର ଗୁଣବତ୍ତା ଖରାପ ହେବାକୁ ଲାଗିଛି । ସ୍ଥିତିରେ କୌଣସି ସୁଧାର ଆସୁନି । ଏଭଳି ସ୍ଥିତିରେ ଦିଲ୍ଲୀ ସରକାର ମଧ୍ୟ ହାତ ଟେକି ଦେଇଛନ୍ତି । ଏବେ କେବଳ କୁତ୍ରିମ ବର୍ଷା ଭରସା ।ପ୍ରଦୂଷଣରୁ ମୁକ୍ତି ପାଇଁ କୁତ୍ରିମ ବର୍ଷା କରାଇବାକୁ ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡିଛନ୍ତି । କହିଛନ୍ତି ଏବେ କେବଳ କୁତ୍ରିମ ବର୍ଷା ଦ୍ବାରା ରାଜଧାନୀରେ ପ୍ରଦୂଷଣ ସ୍ତର ଓ ବାୟୁର ଗୁଣବତ୍ତାରେ ଉନ୍ନତି ଆସିପାରିବ ।ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ କହିଛନ୍ତି ଧୂଳି ଓ ଧୂଆଁରୁ ମୁକ୍ତି ପାଇଁ ଏକମାତ୍ର ବିକଳ୍ପ କୁତ୍ରିମ ବର୍ଷା । ଏହା ଏକ ମେଡିକାଲ ଏମରଜେନ୍ସି ପରିସ୍ଥିତି । ପ୍ରଦୂଷଣ ସ୍ତରକୁ କମାଇବାକୁ ପ୍ରଧାନମନ୍ତ୍ରୀ ନରେଦ୍ର ମୋଦି ହସ୍ତକ୍ଷେପ କରିବା ଦରକାର । ଏହା ତାଙ୍କର ନୈତିକ ଦାୟିତ୍ବ ଅଟେ । ପ୍ରଦୂଷଣ ନିୟନ୍ତ୍ରଣ ପାଇଁ କେନ୍ଦ୍ର ପଦକ୍ଷେପ ନେବା ଉଚିତ । ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ ମଧ୍ୟ ନିନ୍ଦା କରିଛନ୍ତି  ଦିଲ୍ଲୀ ପରିବେଶ ମନ୍ତ୍ରୀ । ସେ କହିଛନ୍ତି ଅଗଷ୍ଟ,ସେପ୍ଟେମ୍ବର,ଅକ୍ଟୋବର ଓ ଆଜିକୁ ମିଶାଇ ମୁଁ ୪ଟି ଚିଠି ପଠାଇ ସାରିଲିଣି । ତା ପରେ ବି କୁତ୍ରିମ ବର୍ଷା କରିବା ନେଇ କୌଣସି ବୈଠକ ଡକାଯାଇନି । ପ୍ରଧାନମନ୍ତ୍ରୀ ତାଙ୍କର ପରିବେଶ ମନ୍ତ୍ରୀଙ୍କୁ କୁତ୍

ଦିଲ୍ଲୀରେ ସାଂଘାତିକ ପ୍ରଦୂଷଣ, କୁତ୍ରିମ ବର୍ଷା କରାଇବାକୁ କେନ୍ଦ୍ରକୁ ଚିଠି ଲେଖିଲେ ପରିବେଶ ମନ୍ତ୍ରୀ

ନୂଆଦିଲ୍ଲୀ ୧୯/୧୧: ଧୂଳି ଧୂଆଁରେ କଲବଲ ସମଗ୍ର ଉତ୍ତର ଭାରତ । ଦିନକୁ ଦିନ ବାୟୁର ଗୁଣବତ୍ତା ଖରାପ ହେବାକୁ ଲାଗିଛି । ସ୍ଥିତିରେ କୌଣସି ସୁଧାର ଆସୁନି । ଏଭଳି ସ୍ଥିତିରେ ଦିଲ୍ଲୀ ସରକାର ମଧ୍ୟ ହାତ ଟେକି ଦେଇଛନ୍ତି । ଏବେ କେବଳ କୁତ୍ରିମ ବର୍ଷା ଭରସା ।ପ୍ରଦୂଷଣରୁ ମୁକ୍ତି ପାଇଁ କୁତ୍ରିମ ବର୍ଷା କରାଇବାକୁ ଦିଲ୍ଲୀର ପରିବେଶ ମନ୍ତ୍ରୀ ଗୋପାଳ ରାୟ କେନ୍ଦ୍ର ସରକାରଙ୍କ ହସ୍ତକ୍ଷେପ ଲୋଡିଛନ୍ତି । କହିଛନ୍ତି ଏବେ କେବଳ କୁତ୍ରିମ ବର୍ଷା ଦ୍ବାରା ରାଜଧାନୀରେ ପ୍ରଦୂଷଣ ସ୍ତର ଓ ବାୟୁର ଗୁଣବତ୍ତାରେ ଉନ୍ନତି ଆସିପାରିବ ।

ଦିଲ୍ଲୀ ପରିବେଶ ମନ୍ତ୍ରୀ ଗୋପାଳ କହିଛନ୍ତି ଧୂଳି ଓ ଧୂଆଁରୁ ମୁକ୍ତି ପାଇଁ ଏକମାତ୍ର ବିକଳ୍ପ କୁତ୍ରିମ ବର୍ଷା । ଏହା ଏକ ମେଡିକାଲ ଏମରଜେନ୍ସି ପରିସ୍ଥିତି । ପ୍ରଦୂଷଣ ସ୍ତରକୁ କମାଇବାକୁ ପ୍ରଧାନମନ୍ତ୍ରୀ ନରେଦ୍ର ମୋଦି ହସ୍ତକ୍ଷେପ କରିବା ଦରକାର । ଏହା ତାଙ୍କର ନୈତିକ ଦାୟିତ୍ବ ଅଟେ । ପ୍ରଦୂଷଣ ନିୟନ୍ତ୍ରଣ ପାଇଁ କେନ୍ଦ୍ର ପଦକ୍ଷେପ ନେବା ଉଚିତ । 

ସାମ୍ବାଦିକ ସମ୍ମିଳନୀରେ କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ ମଧ୍ୟ ନିନ୍ଦା କରିଛନ୍ତି  ଦିଲ୍ଲୀ ପରିବେଶ ମନ୍ତ୍ରୀ । ସେ କହିଛନ୍ତି ଅଗଷ୍ଟ,ସେପ୍ଟେମ୍ବର,ଅକ୍ଟୋବର ଓ ଆଜିକୁ ମିଶାଇ ମୁଁ ୪ଟି ଚିଠି ପଠାଇ ସାରିଲିଣି । ତା ପରେ ବି କୁତ୍ରିମ ବର୍ଷା କରିବା ନେଇ କୌଣସି ବୈଠକ ଡକାଯାଇନି । ପ୍ରଧାନମନ୍ତ୍ରୀ ତାଙ୍କର ପରିବେଶ ମନ୍ତ୍ରୀଙ୍କୁ କୁତ୍ରିମ ବର୍ଷା ଉପରେ ଏକ ମିଟିଂ ଡାକିବାକୁ କହିବା ଉଚିତ । କୁତ୍ରିମ ବର୍ଷା ପାଇଁ ସମାଧାନ କିମ୍ବା ସ୍ପଷ୍ଟ ରାସ୍ତା ଦିଅନ୍ତୁ । ଯଦି କେନ୍ଦ୍ର ସରକାର କାର୍ଯ୍ୟ କରିପାରୁନାହାନ୍ତି ସେମାନଙ୍କ ମନ୍ତ୍ରୀ ଇସ୍ତଫା ଦେଇଦିଅନ୍ତୁ ।

ରାଜଧାନୀ ଦିଲ୍ଲୀ ଦେଶର ସବୁଠାରୁ ପ୍ରଦୂଷିତ ସହରରେ ପରିଣତ ହୋଇସାରିଛି । ମଙ୍ଗଳବାର ଜାତୀୟ ରାଜଧାନୀର ଏୟାର କ୍ବାଲିଟି ଇଣ୍ଡେକ୍ସ ୫ଶହ ଛୁଇଁଛି । ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡିଛି । ପ୍ରଦୂଷଣକୁ ଦୃଷ୍ଟିରେ ରଖି ସବୁ ସ୍କୁଲ କଲେଜକୁ ବନ୍ଦ ରଖାଯାଇଛି । ଘରୋଇ ଅଫିସର କର୍ମଚାରୀଙ୍କୁ ୱାକ ଫ୍ରମ ହୋମ୍‌ କରିବାକୁ କୁହାଯାଇଛି । ବୟସ୍କ ଓ ଛୋଟ ପିଲାଙ୍କୁ ଘରୁ ନବାହାରିବାକୁ କୁହାଯାଇଛି ।