‘ସ୍ତ୍ରୀ-୨’ର ନୂଆ ରେକର୍ଡ, ୧୦ ଦିନରେ ୫୦୦ କୋଟି ଟଙ୍କାର କଲେକ୍ସନ
ନୂଆଦିଲ୍ଲୀ: ବକ୍ସ ଅଫିସ୍ରେ ଧମାଲ କରୁଛି ଶ୍ରଦ୍ଧା କପୂର ଏବଂ ରାଜକୁମାର ରାଓଙ୍କ ଅଭିନୀତ ହରର କମେଡି ଫିଲ୍ମ ‘ସ୍ତ୍ରୀ-୨’ । ଦର୍ଶକଙ୍କୁ ମନୋରଞ୍ଜନ କରିବା ସହ ଗୋଟିଏ ପରେ ଗୋଟିଏ ରେକର୍ଡ କରିବାରେ ଲାଗିଛି ଫିଲ୍ମ । ପ୍ରଥମ ଦିନରୁ ହିଁ କଲେକ୍ସନରେ ରେକର୍ଡ କରିଥିବା ‘ସ୍ତ୍ରୀ-୨’ ୧୦ମ ଦିନରେ ନୂଆ ରେକର୍ଡ କରିଛି। କାରଣ ୧୦ମ ଦିନରେ ଫିଲ୍ମ ଗ୍ଲୋବାଲ ବକ୍ସ ଅଫିସରେ କରିଛି ୫୦୦ କୋଟି ଟଙ୍କାରୁ ଅଧିକ ଆୟ। ୧୦ମ ଦିନରେ ୫୦୦ କୋଟି ଟଙ୍କାର ଗ୍ଲୋବାଲ କଲେକ୍ସନ:ବକ୍ସ ଅଫିସରେ ସଫଳ ହୋଇଛି ଫିଲ୍ମ ‘ସ୍ତ୍ରୀ-୨’। ଦର୍ଶକଙ୍କୁ ଖୁବ୍ ଏଣ୍ଟଟରଟେନ କରୁଛି ଫିଲ୍ମ। ରିଲିଜର ପ୍ରଥମ ଦିନରୁ ରେକର୍ଡ କରୁଥିବା ଫିଲ୍ମ, ୧୦ ଦିନରେ ପହଞ୍ଚିଛି। ଆଉ କଲେକ୍ସନରେ କରିଛି ନୂଆ ରେକର୍ଡ। ୧୦ମ ଦିନରେ ଫିଲ୍ମ ଗ୍ଲୋବାଲ ବକ୍ସ ଅଫିସ୍ରେ ୫୦୦ କୋଟି ଟଙ୍କାରୁ ଅଧିକ କଲେକ୍ସନ କରିଛନ୍ତି।ମୁଭି ବ୍ୟାନର ମ୍ୟାଡକ ତରଫରୁ ସେୟାର କରାଯାଇଥିବା ତଥ୍ୟ ଅନୁଯାୟୀ, ‘ସ୍ତ୍ରୀ-୨’ ୧୦ ଦିନରେ ଗ୍ଲୋବାଲ ବକ୍ସ ଅଫିସ୍ରେ ୫୦୫ କୋଟି ଟଙ୍କାର କଲେକ୍ସନ କରିଛି। ସେହିଭଳି ୧୦ ଦିନରେ ୩୩.୮ କୋଟି ଟଙ୍କା ଆୟ ସହ ଭାରତୀୟ ବକ୍ସ ଅଫିସରେ ଫିଲ୍ମ ଏପର୍ଯ୍ୟନ୍ତ ୩୦୦ କୋଟି ଟଙ୍କାର ଆୟ କରିଛି।View this post on InstagramA post shared by Shraddha ✶ (@shraddhakapoor)ସୂଚନାଥାଉକି, ଅମର କୌଶିକଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରର ତ
ନୂଆଦିଲ୍ଲୀ: ବକ୍ସ ଅଫିସ୍ରେ ଧମାଲ କରୁଛି ଶ୍ରଦ୍ଧା କପୂର ଏବଂ ରାଜକୁମାର ରାଓଙ୍କ ଅଭିନୀତ ହରର କମେଡି ଫିଲ୍ମ ‘ସ୍ତ୍ରୀ-୨’ । ଦର୍ଶକଙ୍କୁ ମନୋରଞ୍ଜନ କରିବା ସହ ଗୋଟିଏ ପରେ ଗୋଟିଏ ରେକର୍ଡ କରିବାରେ ଲାଗିଛି ଫିଲ୍ମ । ପ୍ରଥମ ଦିନରୁ ହିଁ କଲେକ୍ସନରେ ରେକର୍ଡ କରିଥିବା ‘ସ୍ତ୍ରୀ-୨’ ୧୦ମ ଦିନରେ ନୂଆ ରେକର୍ଡ କରିଛି। କାରଣ ୧୦ମ ଦିନରେ ଫିଲ୍ମ ଗ୍ଲୋବାଲ ବକ୍ସ ଅଫିସରେ କରିଛି ୫୦୦ କୋଟି ଟଙ୍କାରୁ ଅଧିକ ଆୟ।
୧୦ମ ଦିନରେ ୫୦୦ କୋଟି ଟଙ୍କାର ଗ୍ଲୋବାଲ କଲେକ୍ସନ:
ବକ୍ସ ଅଫିସରେ ସଫଳ ହୋଇଛି ଫିଲ୍ମ ‘ସ୍ତ୍ରୀ-୨’। ଦର୍ଶକଙ୍କୁ ଖୁବ୍ ଏଣ୍ଟଟରଟେନ କରୁଛି ଫିଲ୍ମ। ରିଲିଜର ପ୍ରଥମ ଦିନରୁ ରେକର୍ଡ କରୁଥିବା ଫିଲ୍ମ, ୧୦ ଦିନରେ ପହଞ୍ଚିଛି। ଆଉ କଲେକ୍ସନରେ କରିଛି ନୂଆ ରେକର୍ଡ। ୧୦ମ ଦିନରେ ଫିଲ୍ମ ଗ୍ଲୋବାଲ ବକ୍ସ ଅଫିସ୍ରେ ୫୦୦ କୋଟି ଟଙ୍କାରୁ ଅଧିକ କଲେକ୍ସନ କରିଛନ୍ତି।
ମୁଭି ବ୍ୟାନର ମ୍ୟାଡକ ତରଫରୁ ସେୟାର କରାଯାଇଥିବା ତଥ୍ୟ ଅନୁଯାୟୀ, ‘ସ୍ତ୍ରୀ-୨’ ୧୦ ଦିନରେ ଗ୍ଲୋବାଲ ବକ୍ସ ଅଫିସ୍ରେ ୫୦୫ କୋଟି ଟଙ୍କାର କଲେକ୍ସନ କରିଛି। ସେହିଭଳି ୧୦ ଦିନରେ ୩୩.୮ କୋଟି ଟଙ୍କା ଆୟ ସହ ଭାରତୀୟ ବକ୍ସ ଅଫିସରେ ଫିଲ୍ମ ଏପର୍ଯ୍ୟନ୍ତ ୩୦୦ କୋଟି ଟଙ୍କାର ଆୟ କରିଛି।
ସୂଚନାଥାଉକି, ଅମର କୌଶିକଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଚଳଚ୍ଚିତ୍ରର ତାରକା ନିଜ ଅଭିନୟରେ ଦଶର୍କଙ୍କ ହୃଦୟ ଜିତିଛନ୍ତି। ଫିଲ୍ମରେ ଶ୍ରଦ୍ଧା କପୂର, ରାଜକୁମାର ରାଓ, ପଙ୍କଜ ତ୍ରିପାଠୀ ଏବଂ ଅପାରଶକ୍ତି ଖୁରାନାଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିଛି। ଆହୁରି ମଧ୍ୟ ଫିଲ୍ମରେ ନମ୍ରତା ଭାଟିଆ, ଅକ୍ଷୟ କୁମାର ଏବଂ ବରୁଣ ଧବନଙ୍କ କ୍ୟାମିଓ ରୋଲରେ ନଜର ଆସିଛନ୍ତି।