ବିଜେଡି ଗଡ଼ ପତନ ପାଇଁ ଭାଜପା କରୁଛି ଏମିତି ରଣନୀତି

ଚିକିଟି,୧୦ା୪(ପ୍ରକାଶ ଚନ୍ଦ୍ର ସାହୁ):ଗଞ୍ଜାମ ଜିଲାର ଚିକିଟି ନିର୍ବାଚନମଣ୍ଡଳୀ ବିଜେଡି ଗଡ଼ ଭାବରେ ପରିଚିତ। ମନ୍ତ୍ରୀ ଉଷା ଦେବୀ ଦୀର୍ଘ ୨୪ବର୍ଷ ଧରି ଅକ୍ତିଆର କରି ରହିଥିବା ଏହି ଆସନ ପାଇଁ ତାଙ୍କ ସୁପୁତ୍ର ଚିନ୍ମୟାନନ୍ଦ ଶ୍ରୀରୁପ ଦେଓଙ୍କୁ ଚଳିତ ବର୍ଷ ସାଧାରଣ ନିର୍ବାଚନ ପାଇଁ ବିଧାୟକ ପ୍ରାର୍ଥୀ ଭାବେ ଦଳୀୟ ଟିକଟ ମିଳିଛି। ମେ ୧୩ ତାରିଖରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବିଜେଡିର ଗଡ଼କୁ ପତନ ପାଇଁ ଭାଜପାର ପ୍ରୟାସ ଜାରି ରହିଛି। ବର୍ତ୍ତମାନ ବିଜେଡି […] The post ବିଜେଡି ଗଡ଼ ପତନ ପାଇଁ ଭାଜପା କରୁଛି ଏମିତି ରଣନୀତି appeared first on Dharitri Odia News.

ବିଜେଡି ଗଡ଼ ପତନ ପାଇଁ ଭାଜପା କରୁଛି ଏମିତି ରଣନୀତି

ଚିକିଟି,୧୦ା୪(ପ୍ରକାଶ ଚନ୍ଦ୍ର ସାହୁ):ଗଞ୍ଜାମ ଜିଲାର ଚିକିଟି ନିର୍ବାଚନମଣ୍ଡଳୀ ବିଜେଡି ଗଡ଼ ଭାବରେ ପରିଚିତ। ମନ୍ତ୍ରୀ ଉଷା ଦେବୀ ଦୀର୍ଘ ୨୪ବର୍ଷ ଧରି ଅକ୍ତିଆର କରି ରହିଥିବା ଏହି ଆସନ ପାଇଁ ତାଙ୍କ ସୁପୁତ୍ର ଚିନ୍ମୟାନନ୍ଦ ଶ୍ରୀରୁପ ଦେଓଙ୍କୁ ଚଳିତ ବର୍ଷ ସାଧାରଣ ନିର୍ବାଚନ ପାଇଁ ବିଧାୟକ ପ୍ରାର୍ଥୀ ଭାବେ ଦଳୀୟ ଟିକଟ ମିଳିଛି। ମେ ୧୩ ତାରିଖରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ବିଜେଡିର ଗଡ଼କୁ ପତନ ପାଇଁ ଭାଜପାର ପ୍ରୟାସ ଜାରି ରହିଛି। ବର୍ତ୍ତମାନ ବିଜେଡି ଓ ଭାଜପା ନିଜ ନିଜ ସମର୍ଥକଙ୍କୁ ଧରି ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରଚାର ଆରମ୍ଭ ହୋଇଛି। ନିର୍ବାଚନମଣ୍ଡଳୀରେ ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ସ୍ଥିତି ଯାହା ଥିଲା ଏବେ ସ୍ଥିତି ବଦଳି ଯାଇଛି। ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଭାଜପାରେ ଯୋଗଦାନ ପରେ ଭାଜପା କର୍ମୀଙ୍କ ମହଲରେ ବିଦ୍ରୋହର ସ୍ବର ଉଠିଥିବା ଦେଖିବାକୁ ମିଳୁଛି। ଏହି ନିର୍ବାଚନମଣ୍ଡଳୀ ଚିକିଟି ବ୍ଲକର ୧୭ ପଞ୍ଚାୟତ ଓ ପାତ୍ରପୁର ବ୍ଲକର ୨୪ଟି ପଞ୍ଚାୟତକୁ ମିଶାଇ ମୋଟ ୪୧ଟି ପଞ୍ଚାୟତ ନେଇ ଗଠିତ ହୋଇଛି। ୨୦୦୦ ମସିହାରୁ ଆଜି ଯାଏ ଦୀର୍ଘ ୨୪ ବର୍ଷ ହେଲା ଚିକିଟି ଓ ପାତ୍ରପୁର ବ୍ଲକରେ ଉଷା ଦେବୀ କ୍ଷମତାରେ ରହି ନିଜ ସ୍ଥିତି ଜାହିର କରିଥିବା ବେଳେ ଗତ ପଞ୍ଚାୟତ ନିର୍ବାଚନରେ ପାତ୍ରପୁର ପଞ୍ଚାୟତ ସମିତି ସମେତ ଗୋଟିଏ ଜିଲା ପରିଷଦ ଆସନ ଭାଜପା ଝୁଲାରେ ପଡିବା ପରେ ଏଠି ସମୀକରଣ ବଦଳିବା ଅନୁମାନ କରାଯାଉଛି। ଭାଜପା ଓ ବିଜେଡି ମଧ୍ୟରେ କଡ଼ା ଟକ୍କର ହେବାକୁ ବସିଥିବା ବେଳେ କଂଗ୍ରେସ ଓ ଫରୱାର୍ଡ଼ ବ୍ଲକ ପ୍ରାର୍ଥୀ ୨୦୨୪ ନିର୍ବାଚନ ପାଇଁ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବା ଅନୁମାନ କରାଯାଇଛି। ୨୦୧୯ ନିର୍ବାଚନରେ ଭାଜପା ପ୍ରାର୍ଥୀ ମନୋରଞ୍ଜନ ଦ୍ୟାନ ସାମନ୍ତରା ୨୦ ହଜାର ଭୋଟରେ ହାରିଥିଲେ। ବିଜେଡିର ଭୋଟ ହାର କମି ଆସୁଥିବା ବେଳେ ମନୋରଞ୍ଜନ ଦ୍ୟାନ ସାମନ୍ତରାଙ୍କ ନିଜ ବଡ଼ ଭାଇ ରବୀନ୍ଦ୍ର ଦ୍ୟାନ ସାମନ୍ତରା କଂଗ୍ରେସରୁ ପ୍ରାର୍ଥୀ ହେବା ଏବଂ ଫରୱାର୍ଡ ବ୍ଲକରୁ ଯୁବ ଖବରଦାତା ବିଭୂଧେନ୍ଦ୍ର ପାଢ଼ୀ ବିଧାୟକ ପ୍ରାର୍ଥୀ ଭାବେ ପୁଣି ଲଢ଼ୁଛନ୍ତି। ଗତ ନିର୍ବାଚନଗୁଡିକରେ ଅନ୍ୟ ଦଳଗୁଡିକ ଭୋଟ ହାର ବହୁତ କମ ରହିଥିବା ବେଳେ ଏହି ନିର୍ବାଚନରେ ୪ ଜଣ ଯୁବ ପ୍ରାର୍ଥୀ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହେଉଥିବାରୁ ଆଗକୁ ନିର୍ବାଚନ ରୋଚକ ହେବା ଏବଂ ସମୀକରଣ ବଦଳିବା ବହୁତ ସମ୍ଭାବନା ରହିଥିବା ରାଜନୀତିକ ସମୀକ୍ଷକ ଅନୁମାନ କରିଛନ୍ତି। ଚଳିତବର୍ଷ ସାଧାରଣ ନିର୍ବାଚନରେ ଚିକିଟି ବ୍ଲକର ୧୭ଗୋଟି ପଞ୍ଚାୟତରେ ମୋଟ ୧ଲକ୍ଷ ୧ ହାଜର ୮୫୨ ଭୋଟ ରହିଥିବା ବେଳେ ସେଥିମଧ୍ୟରୁ ପୁରୁଷ ଭୋଟର ସଂଖ୍ୟା ୫୧୪୭୯ ଓ ମହିଳା ଭୋଟର ସଂଖ୍ୟା ୫୦ହଜାର ୩୬୯ ଓ ୪ଜଣ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି, ଏଥିପାଇଁ ୧୦୯ବୁଥ୍‌ରେ ନିଜର ମତଦାନ କରିବେ।

The post ବିଜେଡି ଗଡ଼ ପତନ ପାଇଁ ଭାଜପା କରୁଛି ଏମିତି ରଣନୀତି appeared first on Dharitri Odia News.