ଟିମ୍‌ ଇଣ୍ଡିଆ କୋଚ୍‌ ହେବା ପରେ ଦେଶବାସୀଙ୍କୁ ବଡ଼ ପ୍ରତିଶ୍ରୁତି ଦେଲେ ଗମ୍ଭୀର, ଜାଣନ୍ତୁ କ’ଣ କହିଲେ…

ନୂଆଦିଲ୍ଲୀ,୯।୭: ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍‌ ଗୌତମ ଗମ୍ଭୀର ଟିମ୍‌ ଇଣ୍ଡିଆର ନୂଆ ମୁଖ୍ୟ କୋଚ୍‌ ଭାବେ ନିଯୁକ୍ତ ହୋଇଛନ୍ତି। ମଙ୍ଗଳବାର ବିସିସିଆଇ ସଚିବ ଅମିତ ଶାହ ଏନେଇ ଘୋଷଣା କରିଛନ୍ତି। ୪୨ ବର୍ଷୀୟ ଏହି କ୍ରିକେଟରଙ୍କ ନିଯୁକ୍ତି ନେଇ ଘୋଷଣା ହେବା ପରେ ଗମ୍ଭୀର ନିଜର ପ୍ରତିକ୍ରିୟା ଦେଇଛନ୍ତି। ଗମ୍ଭୀର କହିଛନ୍ତି, ଭାରତ ମୋର ପରିଚୟ, ନିଜ ଦେଶର ସେବା କରିବା ମୋ’ ଜୀବନର ସବୁଠାରୁ ବଡ଼ ସୌଭାଗ୍ୟ ରହିଆସିଛି। ଭିନ୍ନ ଭୂମିକାରେ ଭାରତୀୟ ଟିମ୍‌କୁ ଫେରି […] The post ଟିମ୍‌ ଇଣ୍ଡିଆ କୋଚ୍‌ ହେବା ପରେ ଦେଶବାସୀଙ୍କୁ ବଡ଼ ପ୍ରତିଶ୍ରୁତି ଦେଲେ ଗମ୍ଭୀର, ଜାଣନ୍ତୁ କ’ଣ କହିଲେ… appeared first on Dharitri Odia News.

ଟିମ୍‌ ଇଣ୍ଡିଆ କୋଚ୍‌ ହେବା ପରେ ଦେଶବାସୀଙ୍କୁ ବଡ଼ ପ୍ରତିଶ୍ରୁତି ଦେଲେ ଗମ୍ଭୀର, ଜାଣନ୍ତୁ କ’ଣ କହିଲେ…

ନୂଆଦିଲ୍ଲୀ,୯।୭: ପୂର୍ବତନ ଓପନିଂ ବ୍ୟାଟ୍ସମ୍ୟାନ୍‌ ଗୌତମ ଗମ୍ଭୀର ଟିମ୍‌ ଇଣ୍ଡିଆର ନୂଆ ମୁଖ୍ୟ କୋଚ୍‌ ଭାବେ ନିଯୁକ୍ତ ହୋଇଛନ୍ତି। ମଙ୍ଗଳବାର ବିସିସିଆଇ ସଚିବ ଅମିତ ଶାହ ଏନେଇ ଘୋଷଣା କରିଛନ୍ତି। ୪୨ ବର୍ଷୀୟ ଏହି କ୍ରିକେଟରଙ୍କ ନିଯୁକ୍ତି ନେଇ ଘୋଷଣା ହେବା ପରେ ଗମ୍ଭୀର ନିଜର ପ୍ରତିକ୍ରିୟା ଦେଇଛନ୍ତି।

ଗମ୍ଭୀର କହିଛନ୍ତି, ଭାରତ ମୋର ପରିଚୟ, ନିଜ ଦେଶର ସେବା କରିବା ମୋ’ ଜୀବନର ସବୁଠାରୁ ବଡ଼ ସୌଭାଗ୍ୟ ରହିଆସିଛି। ଭିନ୍ନ ଭୂମିକାରେ ଭାରତୀୟ ଟିମ୍‌କୁ ଫେରି ନିଜକୁ ସମ୍ମାନିତ ଅନୁଭବ କରୁଛି। ହେଲେ ଏବେ ବି ମୋର ଲକ୍ଷ୍ୟ ପୂର୍ବଭଳି ଭାରତୀୟଙ୍କୁ ଗୌରବାନ୍ବିତ କରିବା ରହିବ। ନୀଳ ରଙ୍ଗର ଜର୍ସି ପିନ୍ଧି ଥିବା ଖେଳାଳିଙ୍କ ଉପରେ ୧୪୦ କୋଟି ଭାରତୀୟଙ୍କ ସ୍ବପ୍ନ ରହିଛି ଏବଂ ମୁଁ ସେହି ସ୍ବପ୍ନକୁ ସାକାର କରିବା ଲାଗି ନିଜ ତରଫରୁ ସବୁପ୍ରକାର ଚେଷ୍ଟା କରିବି ବୋଲି ସେ କହିଛନ୍ତି।

ପ୍ରକାଶ ଯେ, ଟି୨୦ ବିଶ୍ୱକପ୍‌ ପରେ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ସମାପ୍ତ ହୋଇଥିଲା। ଏବେ ଗମ୍ଭୀର ତାଙ୍କ ସ୍ଥାନରେ ନିଯୁକ୍ତି ପାଇଛନ୍ତି। ଭାରତୀୟ ଦଳ ଚାମ୍ପିୟନ ହେବାର ୧୧ ଦିନ ପରେ ଏନେଇ ଘୋଷଣା କରିଛନ୍ତି।

The post ଟିମ୍‌ ଇଣ୍ଡିଆ କୋଚ୍‌ ହେବା ପରେ ଦେଶବାସୀଙ୍କୁ ବଡ଼ ପ୍ରତିଶ୍ରୁତି ଦେଲେ ଗମ୍ଭୀର, ଜାଣନ୍ତୁ କ’ଣ କହିଲେ… appeared first on Dharitri Odia News.