ପ୍ରାରମ୍ଭିକ ଝଟ୍‌କା ସତ୍ତ୍ବେ ଚେନ୍ନାଇକୁ ୧୬୭ ରନ୍‌ର ଟାର୍ଗେଟ୍ ଦେଲା ଲକ୍ଷ୍ନୌ; ପନ୍ତଙ୍କ ଫିଫ୍ଟି

ଲକ୍ଷ୍ନୌ: ଚଳିତ ଆଇପିଏଲ୍ ମହାସମରରେ ରିଷଭ ପନ୍ତଙ୍କ ପ୍ରଥମ ଅର୍ଦ୍ଧଶତକ । ୩୦ତମ ଲିଗ୍ ମ୍ୟାଚ୍‌ରେ ଅଧିନାୟକତ୍ବ ଇନିଂସ ଖେଳିଛନ୍ତି ପନ୍ତ । ଇଡେନ ମାର୍କରମ, ସନ୍ ମାର୍ଶ ଓ ନିକୋଲାସ୍ ପୁରନ୍ ଆଉଟ୍ ପରେ ଏକାକୀ ଚେନ୍ନାଇ ସୁପର କିଙ୍ଗସ ସହିତ ଲଢ଼ିଥିଲେ । ତାଙ୍କୁ ସାଥ୍ ଦେଇଥିଲେ ଆୟୁଷ ବଦୋନୀ ଓ ଅବଦୁଲ୍ ସମାଦ । ରିଷଭ ପନ୍ତ ୪୯ଟି ବଲ୍ ଖେଳି ୬୩ ରନ୍ ସଂଗ୍ରହ କରିଛନ୍ତି । ଫଳରେ ଦଳୀୟ ସ୍କୋର ନିର୍ଦ୍ଧାରିତ କୋଟିଏ ଓଭରରେ ୧୬୬ ରନ୍‌ରେ ପହଞ୍ଚିଛି । ତେବେ ସିଏସକେକୁ ଏହି ମ୍ୟାଚ୍ ଜିତିବାକୁ ହେଲେ ୧୬୭ ରନ୍ ସଂଗ୍ରହ କରିବାକୁ ପଡ଼ିବ ।  ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଏକାନା କ୍ରିକେଟ୍ ଷ୍ଟାଡିୟମରେ ଆଜି ଲକ୍ଷ୍ନୌ ସୁପର ଜାଏଣ୍ଟସ ବନାମ ଚେନ୍ନାଇ ସୁପର କିଙ୍ଗସ୍ ମ୍ୟାଚ୍ ଖେଳାଯାଉଛି ।  ଟସ୍ ହାରିବା ପରେ, ଲକ୍ଷ୍ନୌ ଟିମ୍ ଚେନ୍ନାଇ ସମ୍ମୁଖରେ ୧୬୭ ରନ୍‌ର ଟାର୍ଗେଟ ରଖିଛି । ଆଇପିଏଲର ୩୦ତମ ଲିଗ୍ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍‌ସ ଅଧିନାୟକ ଏମଏସ ଧୋନି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମ ଓଭରରେ ହିଁ ଲକ୍ଷ୍ନୌକୁ ପ୍ରାରମ୍ଭିକ ଝଟକା ଲାଗିଥିଲା । ୬ ରନ୍ କରି ଇଡେନ୍ ମାର୍କରମ ଖଲିଲ୍ ଅହମ୍ମଦଙ୍କ ଶିକାର ହୋଇଥିଲେ । ଏହା ପରେ ଚତୁର୍ଥ ଓଭରରେ ନିକୋଲାସ ପୁରନ୍ ୮ ରନ୍ କରି ଆଉଟ୍ ହୋଇଥିଲେ। ସେହିପରି ୧୦ମ ଓଭରରେ ରବୀନ୍ଦ୍ର ଜାଡେଜାଙ୍କ ଶିକାର ହୋଇଥିଲେ ମିଚେଲ ମାର୍ଶ । ସେ ମାତ୍ର ୩୦ ରନ୍ କରି

ପ୍ରାରମ୍ଭିକ ଝଟ୍‌କା ସତ୍ତ୍ବେ ଚେନ୍ନାଇକୁ ୧୬୭ ରନ୍‌ର ଟାର୍ଗେଟ୍ ଦେଲା ଲକ୍ଷ୍ନୌ; ପନ୍ତଙ୍କ ଫିଫ୍ଟି

ଲକ୍ଷ୍ନୌ: ଚଳିତ ଆଇପିଏଲ୍ ମହାସମରରେ ରିଷଭ ପନ୍ତଙ୍କ ପ୍ରଥମ ଅର୍ଦ୍ଧଶତକ । ୩୦ତମ ଲିଗ୍ ମ୍ୟାଚ୍‌ରେ ଅଧିନାୟକତ୍ବ ଇନିଂସ ଖେଳିଛନ୍ତି ପନ୍ତ । ଇଡେନ ମାର୍କରମ, ସନ୍ ମାର୍ଶ ଓ ନିକୋଲାସ୍ ପୁରନ୍ ଆଉଟ୍ ପରେ ଏକାକୀ ଚେନ୍ନାଇ ସୁପର କିଙ୍ଗସ ସହିତ ଲଢ଼ିଥିଲେ । ତାଙ୍କୁ ସାଥ୍ ଦେଇଥିଲେ ଆୟୁଷ ବଦୋନୀ ଓ ଅବଦୁଲ୍ ସମାଦ । ରିଷଭ ପନ୍ତ ୪୯ଟି ବଲ୍ ଖେଳି ୬୩ ରନ୍ ସଂଗ୍ରହ କରିଛନ୍ତି । ଫଳରେ ଦଳୀୟ ସ୍କୋର ନିର୍ଦ୍ଧାରିତ କୋଟିଏ ଓଭରରେ ୧୬୬ ରନ୍‌ରେ ପହଞ୍ଚିଛି । ତେବେ ସିଏସକେକୁ ଏହି ମ୍ୟାଚ୍ ଜିତିବାକୁ ହେଲେ ୧୬୭ ରନ୍ ସଂଗ୍ରହ କରିବାକୁ ପଡ଼ିବ ।  

ଲକ୍ଷ୍ନୌର ଅଟଳ ବିହାରୀ ବାଜପେୟୀ ଏକାନା କ୍ରିକେଟ୍ ଷ୍ଟାଡିୟମରେ ଆଜି ଲକ୍ଷ୍ନୌ ସୁପର ଜାଏଣ୍ଟସ ବନାମ ଚେନ୍ନାଇ ସୁପର କିଙ୍ଗସ୍ ମ୍ୟାଚ୍ ଖେଳାଯାଉଛି ।  ଟସ୍ ହାରିବା ପରେ, ଲକ୍ଷ୍ନୌ ଟିମ୍ ଚେନ୍ନାଇ ସମ୍ମୁଖରେ ୧୬୭ ରନ୍‌ର ଟାର୍ଗେଟ ରଖିଛି । ଆଇପିଏଲର ୩୦ତମ ଲିଗ୍ ମ୍ୟାଚରେ ଚେନ୍ନାଇ ସୁପର କିଙ୍ଗ୍‌ସ ଅଧିନାୟକ ଏମଏସ ଧୋନି ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ପ୍ରଥମ ଓଭରରେ ହିଁ ଲକ୍ଷ୍ନୌକୁ ପ୍ରାରମ୍ଭିକ ଝଟକା ଲାଗିଥିଲା । ୬ ରନ୍ କରି ଇଡେନ୍ ମାର୍କରମ ଖଲିଲ୍ ଅହମ୍ମଦଙ୍କ ଶିକାର ହୋଇଥିଲେ । ଏହା ପରେ ଚତୁର୍ଥ ଓଭରରେ ନିକୋଲାସ ପୁରନ୍ ୮ ରନ୍ କରି ଆଉଟ୍ ହୋଇଥିଲେ। ସେହିପରି ୧୦ମ ଓଭରରେ ରବୀନ୍ଦ୍ର ଜାଡେଜାଙ୍କ ଶିକାର ହୋଇଥିଲେ ମିଚେଲ ମାର୍ଶ । ସେ ମାତ୍ର ୩୦ ରନ୍ କରିଥିଲେ । ହେଲେ ଅଧିନାୟକ ରିଷଭ ପନ୍ତ ଗୋଟିଏ ପାର୍ଶ୍ବରେ ଛିଡ଼ା ହୋଇଥିଲେ । ତାଙ୍କୁ ସାଥ୍ ଦେଇଥିଲେ ଆୟୁଷ ବଦୋନୀ ଓ ଅବଦୁଲ୍ ସମାଦ । ଆଜିର ମ୍ୟାଚରେ ପନ୍ତ ୬୩ ରନ୍ କରିଛନ୍ତି । ଚଳିତ ଆଇପିଏଲରେ ଏହା ତାଙ୍କର ପ୍ରଥମ ଅର୍ଦ୍ଧଶତକ । ତେବେ ନିର୍ଦ୍ଧାରିତ କୋଟିଏ ଓଭରରେ ଏଲଏସଜି ଚେନ୍ନାଇ ସାମ୍ନାରେ ୧୬୭ ରନ୍‌ର ଟାର୍ଗେଟ୍ ଦେଇଛି । ସେପଟେ ସିଏସକେ ପକ୍ଷରୁ ଜାଡେଜା ଓ ପଥିରାଣା ଦୁଇଟି ଲେଖାଏଁ ଓ୍ବିକେଟ୍ ନେଇଛନ୍ତି ।...