ଡୋମିନିକାର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ
ଡୋମିନିକା,୨୧।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଡୋମିନିକା ଏହାର ସର୍ବୋଚ୍ଚ ଜାତୀୟ ସମ୍ମାନ ‘ଡୋମିନିକା ଆଓ୍ବାର୍ଡ ଅଫ୍ ଅନ୍ର’ରେ ସମ୍ମାନିତ କରିଛି। ରାଷ୍ଟ୍ରପତି ସିଲଭାନି ବର୍ଟନ ମୋଦିଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି। ଫେବୃୟାରୀ ୨୦୨୧ରେ ପ୍ରଧାନମନ୍ତ୍ରୀ ଡୋମିନିକାକୁ ୭୦ ହଜାର ଡୋଜ୍ କରୋନା ଟିକା ଆଷ୍ଟ୍ରାଜେନେକା ଯୋଗାଇ ଦେଇଥିଲେ। ଏହାକୁ ନେଇ ଡୋମିନିକା ସରକାର ତାଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିବାକୁ ନିଷ୍ପତ୍ତି ନେଇଥିଲେ। କରୋନା ମହାମାରୀ ସମୟରେ ବିଶ୍ୱର ବିଭିନ୍ନ ଦେଶ ସହ ଭାରତ […] The post ଡୋମିନିକାର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ appeared first on Dharitri Odia News.
ଡୋମିନିକା,୨୧।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଡୋମିନିକା ଏହାର ସର୍ବୋଚ୍ଚ ଜାତୀୟ ସମ୍ମାନ ‘ଡୋମିନିକା ଆଓ୍ବାର୍ଡ ଅଫ୍ ଅନ୍ର’ରେ ସମ୍ମାନିତ କରିଛି। ରାଷ୍ଟ୍ରପତି ସିଲଭାନି ବର୍ଟନ ମୋଦିଙ୍କୁ ଏହି ସମ୍ମାନରେ ସମ୍ମାନିତ କରିଛନ୍ତି। ଫେବୃୟାରୀ ୨୦୨୧ରେ ପ୍ରଧାନମନ୍ତ୍ରୀ ଡୋମିନିକାକୁ ୭୦ ହଜାର ଡୋଜ୍ କରୋନା ଟିକା ଆଷ୍ଟ୍ରାଜେନେକା ଯୋଗାଇ ଦେଇଥିଲେ। ଏହାକୁ ନେଇ ଡୋମିନିକା ସରକାର ତାଙ୍କୁ ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ କରିବାକୁ ନିଷ୍ପତ୍ତି ନେଇଥିଲେ।
କରୋନା ମହାମାରୀ ସମୟରେ ବିଶ୍ୱର ବିଭିନ୍ନ ଦେଶ ସହ ଭାରତ ମାରାତ୍ମକ ମହାମାରୀ ସହ ସଂଘର୍ଷ କରୁଥିଲା। ଏହି ସମୟରେ ମୋଦି ଅନେକ ଦେଶକୁ ସହାୟତା କରିବାକୁ ଆଗେଇ ଆସିଥିଲେ। ସେ ମହାମାରୀ ସହ ସଂଘର୍ଷ କରୁଥିବା ଅନ୍ୟ ଦେଶକୁ ଟିକା ଏବଂ ଔଷଧ ଯୋଗାଇ ଦେଇଥିଲେ। ଏହି କାର୍ଯ୍ୟକୁ ଦୃଷ୍ଟିରେ ରଖି କମନଓ୍ବେଲଥ୍ ଅଫ୍ ଡୋମିନିକା ପ୍ରଧାନମନ୍ତ୍ରୀଙ୍କୁ ସର୍ବୋଚ୍ଚ ଜାତୀୟ ସମ୍ମାନ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଥିଲେ।
ଡୋମିନିକାର ସର୍ବୋଚ୍ଚ ଜାତୀୟ ସମ୍ମାନରେ ସମ୍ମାନିତ ହେବା ପରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହି ସମ୍ମାନ କେବଳ ମୋର ନୁହେଁ ଭାରତର ୧୪୦ କୋଟି ଲୋକଙ୍କ ପାଇଁ, ସେମାନଙ୍କର ମୂଲ୍ୟବୋଧ ଏବଂ ପରମ୍ପରା ପାଇଁ। ଆମେ ଦୁଇଟି ଗଣତାନ୍ତ୍ରିକ ରାଷ୍ଟ୍ର ଏବଂ ଆମେ ଦୁହେଁ ସମଗ୍ର ବିଶ୍ୱ ପାଇଁ ମହିଳା ସଶକ୍ତିକରଣର ଆଦର୍ଶ ଅଟୁ।
କହିରଖୁଛୁ, ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କୁ ଅନେକ ଦେଶ ନିଜର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ କରିଛି। କିଛି ଦିନ ପୂର୍ବେ ନାଇଜେରିଆ ତାଙ୍କୁ ଦେଶର ଦ୍ୱିତୀୟ ସର୍ବୋଚ୍ଚ ପୁରସ୍କାରରେ ସମ୍ମାନିତ କରିଥିଲେ।
The post ଡୋମିନିକାର ସର୍ବୋଚ୍ଚ ସମ୍ମାନରେ ସମ୍ମାନିତ ହେଲେ ପ୍ରଧାନମନ୍ତ୍ରୀ appeared first on Dharitri Odia News.