ବିଜେପିରେ ମିଶିଲେ ପର୍ଶୁରାମ ଧଡ଼ା

ଭଦ୍ରକ : ବିଜେଡି ଛାଡି ବିଜେପିରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା I ଆଜି ରାଜ୍ୟ କାର୍ଯ୍ୟାଳୟରେ ପହଁଚି ବିଧିବଦ୍ଧ ଭାବେ ବିଜେପିରେ ଯୋଗଦେଇଛନ୍ତି। ତାଙ୍କ ସହ ବିଜେଡିର କେତେକ ସ୍ଥାନୀୟ ନେତା ବି ବିଜେପିରେ ମିଶିଛନ୍ତି। ଆଜି ସେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ,ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଓ ବିଜେପି ସହ-ପ୍ରଭାରୀ ଲତା ଉସେଣ୍ଡିଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ଏହାସହ ପର୍ଶୁରାମଙ୍କର ଘରବାହୁଡ଼ା ହୋଇଛି ବୋଲି […]

ବିଜେପିରେ ମିଶିଲେ ପର୍ଶୁରାମ ଧଡ଼ା
ବିଜେପିରେ ମିଶିଲେ ପର୍ଶୁରାମ ଧଡ଼ା

ଭଦ୍ରକ : ବିଜେଡି ଛାଡି ବିଜେପିରେ ସାମିଲ ହେଲେ ସୋର ବିଧାୟକ ପର୍ଶୁରାମ ଧଡ଼ା I ଆଜି ରାଜ୍ୟ କାର୍ଯ୍ୟାଳୟରେ ପହଁଚି ବିଧିବଦ୍ଧ ଭାବେ ବିଜେପିରେ ଯୋଗଦେଇଛନ୍ତି। ତାଙ୍କ ସହ ବିଜେଡିର କେତେକ ସ୍ଥାନୀୟ ନେତା ବି ବିଜେପିରେ ମିଶିଛନ୍ତି। ଆଜି ସେ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ,ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ ଓ ବିଜେପି ସହ-ପ୍ରଭାରୀ ଲତା ଉସେଣ୍ଡିଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ବିଜେପିରେ ସାମିଲ ହୋଇଛନ୍ତି। ଏହାସହ ପର୍ଶୁରାମଙ୍କର ଘରବାହୁଡ଼ା ହୋଇଛି ବୋଲି କହିଛନ୍ତି ମନମୋହନ ସାମଲ।

ସୂଚନାନୁସାରେ,ଶ୍ରୀ ପର୍ଶୁରାମ ଧଡ଼ା ୨୦୦୯ରେ ବିଜେପି ଟିକେଟରେ ସୋର ଆସନରୁ ଲଢ଼ି ମାତ୍ର ୩୬୦ ଟି ଭୋଟରେ ପରାଜିତ ହୋଇଥିଲେ I ଏହାପରେ ୨୦୧୪ ଓ ୨୦୧୯ ରେ ସୋରରୁ ବିଜେଡି ଟିକେଟରେ ଲଢ଼ି ଜିତିଥିଲେ I ତେବେ ଚଳିତ ଥର ବିଜେଡି ପର୍ଶୁରାମଙ୍କୁ ଟିକେଟ ନଦେଇ ତାଙ୍କ ସ୍ଥାନରେ ମାଧବ ଧଡାଙ୍କୁ ପ୍ରାର୍ଥୀ କରିଥିବାରୁ,ଅସନ୍ତୁଷ୍ଟ ହୋଇ ସେ କିଛିଦିନ ପୂର୍ବରୁ ଦଳ ଛାଡିଥିଲେ I