ବି. ଆର୍. ଆମ୍ବେଡକରଙ୍କ ଜୟନ୍ତୀ ପାଳିତ
ଭଞ୍ଜନଗର,୧୪।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଉନ ହଲରେ ସୋମବାର ସନ୍ଧ୍ୟାରେ ଭାରତ ରତ୍ନ ବାବା ସାହେବ ଡ. ଭୀମରାଓ ଆମ୍ବେଡକରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଓଡିଶା ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ଶିକ୍ଷକ କଲ୍ୟାଣ ମହାସଂଘ ଭଞ୍ଜନଗର ଶାଖା, ଗଞ୍ଜାମ ଜିଲା ପଛୁଆ ବର୍ଗ, ସଂଖ୍ୟା ଲଘୁ, ଦଳିତ ସମାଜ ଓ ଆଦିବାସୀ ବିଚାର ମଞ୍ଚ ପକ୍ଷରୁ ମିଳିତ ଭାବେ ଏହି କାର୍ଯ୍ୟକ୍ରମ ହୋଇଥିଲା। ଏଥିରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ […] The post ବି. ଆର୍. ଆମ୍ବେଡକରଙ୍କ ଜୟନ୍ତୀ ପାଳିତ appeared first on Dharitri Odia News.
ଭଞ୍ଜନଗର,୧୪।୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଟାଉନ ହଲରେ ସୋମବାର ସନ୍ଧ୍ୟାରେ ଭାରତ ରତ୍ନ ବାବା ସାହେବ ଡ. ଭୀମରାଓ ଆମ୍ବେଡକରଙ୍କ ଜୟନ୍ତୀ ପାଳିତ ହୋଇଯାଇଛି। ଓଡିଶା ରାଜ୍ୟ ଅନୁସୂଚିତ ଜାତି ଓ ଜନଜାତି ଶିକ୍ଷକ କଲ୍ୟାଣ ମହାସଂଘ ଭଞ୍ଜନଗର ଶାଖା, ଗଞ୍ଜାମ ଜିଲା ପଛୁଆ ବର୍ଗ, ସଂଖ୍ୟା ଲଘୁ, ଦଳିତ ସମାଜ ଓ ଆଦିବାସୀ ବିଚାର ମଞ୍ଚ ପକ୍ଷରୁ ମିଳିତ ଭାବେ ଏହି କାର୍ଯ୍ୟକ୍ରମ ହୋଇଥିଲା।
ଏଥିରେ ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ଶିକ୍ଷୟିତ୍ରୀ ସୁନନ୍ଦା ବେହେରା ସ୍ବାାଗତ ସଙ୍ଗୀତ ଗାନ କରିଥିବା ବେଳେ ଶିକ୍ଷକ ପ୍ରସନ କୁମାର ବେହେରା ସ୍ବାଗତ ଭାଷଣ ଦେଇଥିଲେ। ବରିଷ୍ଠ ଆଇନଜୀବୀ ସୋମନାଥ ନାୟକ, ରାଜ୍ୟ ଏସ୍ଏସ୍ଟି ଶିକ୍ଷକ କଲ୍ୟାଣ ମହାସଙ୍ଘ ସଭାପତି ବଂଶୀଧର ନାୟକ, ଏନ୍ଏସି ଅଧ୍ୟକ୍ଷ ଗୋପବନ୍ଧୁ ମହାପାତ୍ର, ନରେନ୍ଦ୍ର ମୋଦି ବିଚାରମଞ୍ଚ ସଭାପତି ଅମର ଜ୍ୟୋତି ପଟ୍ଟନାୟକ, ଭଞ୍ଜନଗର ଏବିଇଓ ସୂର୍ଯ୍ୟ ନାୟକ, ଭଞ୍ଜନଗର ବାର ଆସୋସିଏଶନ ସଭାପତି ଲକ୍ଷ୍ମୀକାନ୍ତ ମହାପାତ୍ର, ଘୁମୁସର ସଂଗ୍ରାମ ସମିତି ଆବାହକ ଦେବୀ ପ୍ରସାଦ ବିଷୋୟୀ, ପ୍ରସନ୍ନ ସେଠୀ, ଅଭିମନ୍ୟୁ ନାଇକ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ଏହା ପୂର୍ବରୁ ବିଧାୟକ ପ୍ରଦ୍ୟୁମ୍ନ କୁମାର ନାୟକ ଭେଜିପୁଟ ଠାରେ ଅନୁଷ୍ଟିତ ହନୁମାନ ଜୟନ୍ତୀ ସମାରୋହରେ ଯୋଗଦେଇ ଆୟୋଜିତ ଶୋଭାଯାତ୍ରାରେ ଭାଗ ନେଇଥିଲେ। ଏଥିସହ ଭଞ୍ଜନଗର ସହର ପାତ୍ର କଲୋନୀରେ ହେବାକୁ ଥିବା ଶ୍ରୀଜଗନ୍ନାଥ କଲ୍ୟାଣ ମଣ୍ଡପର ଶିଳାନ୍ୟାସ ମଧ୍ୟ କରିଥିଲେ। ଡ.ବି ଆର୍ ଆମ୍ବେଡକରଙ୍କ ଜୟନ୍ତୀ ସମାରୋହକୁ ପରିଚାଳନା କରିବାରେ ଶିକ୍ଷକ ନେତା ସୁଧୀର ବେହେରା, ବୃନ୍ଦାବନ ସେଠୀ, କାଳୀ ଚରଣ ନାଇକ, ଦିବାକର ସେଠୀ, ବଂଶୀଧର ଦଣ୍ଡିଆ ପ୍ରମୁଖ ସହଯୋଗ କରିଥିଲେ।
The post ବି. ଆର୍. ଆମ୍ବେଡକରଙ୍କ ଜୟନ୍ତୀ ପାଳିତ appeared first on Dharitri Odia News.