ଇସ୍ରାଏଲ୍‌ରେ ମିସାଇଲ୍ ମାଡ଼ କଲା ହୁତି; ନେତାନ୍ୟାହୁ କହିଲେ, ଏଥର ସମ୍ଭାଳିବ

ନୂଆଦିଲ୍ଲୀ: ଇସ୍ରାଏଲ୍‌ରେ ମିସାଇଲ ମାଡ଼ କରିବାରେ ସଫଳ ହେଲା ୟେମେନ୍‌ର ହୁତି ସଂଗଠନ। ମିସାାଇଲ୍ ଡିଟେକ୍ଟ କରିପାରିଲାନି ନେତନ୍ୟାହୁଙ୍କ ରାଡାର। ଇରାନ ସମର୍ଥିତ ହୁତି ଭୂପୃଷ୍ଠରୁ  ଭୂ ପୃଷ୍ଠକୁ ଲକ୍ଷ୍ୟଭେଦ କରି ପାରୁଥିବା ମିସାଇଲ୍ ଇସ୍ରାଏଲ୍‌ରେ ମାଡ଼ କରିଛି। ମିସାଇଲ୍‌ଟି ୨ ହଜାର କିମି ଅତିକ୍ରମ କରି ରବିବାର ସକାଳେ ସେଣ୍ଟ୍ରାଲ୍‌ ଇସ୍ରାଏଲରେ ପଡ଼ିଛି। ସିଏନଏନ ରିପୋର୍ଟ ଅନୁସାରେ, ମିସାଇଲ ଯେଉଁ ସ୍ଥାନରେ ପଡ଼ିଛି ସେହି ସ୍ଥାନ ଶତ୍ରୁ ଟାର୍ଗେଟ୍‌ ପାଇଁ ସୁରକ୍ଷିତ। ଘଟଣାକୁ ନେଇ ହୁତି କହିଛି ଯେ ମିସାଇଲ୍‌ଟି ଇସ୍ରାଏଲ୍‌ ମିସାଇଲରୋଧୀ ସିଷ୍ଟମକୁ ଫେଲ୍ କରିବାରେ ସଫଳ ହୋଇଛି।  ଅନ୍ୟପଟେ ଇସ୍ରାଏଲ୍ କହିଛି ଯେ ମିସାଇଲକୁ ଆକାଶରେ ହିଁ ନଷ୍ଟ କରି ଦିଆଯାଇଛି। ଏଥିରେ କାହାର କିଛି କ୍ଷତି ହୋଇ ନାହିଁ ବୋଲି ଇସ୍ରାଏଲ୍ କହିଛି। ତେବେ ଏଥିପାଇଁ ହୁତିଙ୍କୁ ବହୁ ମୂଲ୍ୟ ଦେବାକୁ ପଡିବ ବୋଲି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଚେତାବନୀ ଦେଇଛନ୍ତି। ରୟଟର୍ସର ରିପୋର୍ଟ ଅନୁସାରେ, ସ୍ଥାନୀୟ ସମୟ  ୬.୩୫ରେ ସାଇରନ ବାଜିଥିଲା। ଏହାର ମୁହୂର୍ତ୍ତଙ୍କ ମଧ୍ୟରେ ତେଲ୍‌ ଅଭିବ୍‌ର ସେଣ୍ଟ୍ରାଲ ଜୋନ୍‌ରେ ମିସାଇଲ୍ ମାଡ଼ ହୋଇଥିଲା। ଲୋକମାନେ ଭୟଭୀତ ହୋଇ ଆଶ୍ରୟସ୍ଥଳରେ ପଶି ଯାଇଥିଲେ। 

ଇସ୍ରାଏଲ୍‌ରେ ମିସାଇଲ୍ ମାଡ଼ କଲା ହୁତି; ନେତାନ୍ୟାହୁ କହିଲେ, ଏଥର ସମ୍ଭାଳିବ

ନୂଆଦିଲ୍ଲୀ: ଇସ୍ରାଏଲ୍‌ରେ ମିସାଇଲ ମାଡ଼ କରିବାରେ ସଫଳ ହେଲା ୟେମେନ୍‌ର ହୁତି ସଂଗଠନ। ମିସାାଇଲ୍ ଡିଟେକ୍ଟ କରିପାରିଲାନି ନେତନ୍ୟାହୁଙ୍କ ରାଡାର। ଇରାନ ସମର୍ଥିତ ହୁତି ଭୂପୃଷ୍ଠରୁ  ଭୂ ପୃଷ୍ଠକୁ ଲକ୍ଷ୍ୟଭେଦ କରି ପାରୁଥିବା ମିସାଇଲ୍ ଇସ୍ରାଏଲ୍‌ରେ ମାଡ଼ କରିଛି। ମିସାଇଲ୍‌ଟି ୨ ହଜାର କିମି ଅତିକ୍ରମ କରି ରବିବାର ସକାଳେ ସେଣ୍ଟ୍ରାଲ୍‌ ଇସ୍ରାଏଲରେ ପଡ଼ିଛି। ସିଏନଏନ ରିପୋର୍ଟ ଅନୁସାରେ, ମିସାଇଲ ଯେଉଁ ସ୍ଥାନରେ ପଡ଼ିଛି ସେହି ସ୍ଥାନ ଶତ୍ରୁ ଟାର୍ଗେଟ୍‌ ପାଇଁ ସୁରକ୍ଷିତ। 

ଘଟଣାକୁ ନେଇ ହୁତି କହିଛି ଯେ ମିସାଇଲ୍‌ଟି ଇସ୍ରାଏଲ୍‌ ମିସାଇଲରୋଧୀ ସିଷ୍ଟମକୁ ଫେଲ୍ କରିବାରେ ସଫଳ ହୋଇଛି।  ଅନ୍ୟପଟେ ଇସ୍ରାଏଲ୍ କହିଛି ଯେ ମିସାଇଲକୁ ଆକାଶରେ ହିଁ ନଷ୍ଟ କରି ଦିଆଯାଇଛି। ଏଥିରେ କାହାର କିଛି କ୍ଷତି ହୋଇ ନାହିଁ ବୋଲି ଇସ୍ରାଏଲ୍ କହିଛି। ତେବେ ଏଥିପାଇଁ ହୁତିଙ୍କୁ ବହୁ ମୂଲ୍ୟ ଦେବାକୁ ପଡିବ ବୋଲି ଇସ୍ରାଏଲ୍ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଚେତାବନୀ ଦେଇଛନ୍ତି। 

ରୟଟର୍ସର ରିପୋର୍ଟ ଅନୁସାରେ, ସ୍ଥାନୀୟ ସମୟ  ୬.୩୫ରେ ସାଇରନ ବାଜିଥିଲା। ଏହାର ମୁହୂର୍ତ୍ତଙ୍କ ମଧ୍ୟରେ ତେଲ୍‌ ଅଭିବ୍‌ର ସେଣ୍ଟ୍ରାଲ ଜୋନ୍‌ରେ ମିସାଇଲ୍ ମାଡ଼ ହୋଇଥିଲା। ଲୋକମାନେ ଭୟଭୀତ ହୋଇ ଆଶ୍ରୟସ୍ଥଳରେ ପଶି ଯାଇଥିଲେ।