ବେଦାନ୍ତ ଗୋଷ୍ଠୀଗତ ବିକାଶ ପ୍ରତି ସମର୍ପିତ

ଭୁବନେଶ୍ୱର,୧୮।୨ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ବେଦାନ୍ତ ଗ୍ରୁପ୍‌ର ସାମାଜିକ ପ୍ରତିଷ୍ଠାନ ‘ଅନିଲ ଅଗ୍ରୱାଲ ଫାଉଣ୍ଡେଶନ ବା ଏଏଏଫ୍‌’ ଏବଂ ରାୟଗଡ଼ା ଜିଲା ପ୍ରଶାସନ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏପରିକି ରାୟଗଡ଼ା ଜିଲାରେ ପ୍ରାରମ୍ଭିକ ଶୈଶବ ଯତ୍ନ ଓ ଶିକ୍ଷାର ଉନ୍ନତି ପାଇଁ ଫାଉଣ୍ଡେଶନ ରାୟଗଡ଼ା ଏବଂ କାଶୀପୁର ବ୍ଲକ୍‌ର ୧୦୦ଟି ଅଙ୍ଗନଓ୍ବାଡି କେନ୍ଦ୍ରକୁ ଅତ୍ୟାଧୁନିକ ‘ନନ୍ଦଘର’ରେ ପରିଣତ କରିବ ବୋଲି ବୁଝାମଣାପତ୍ରରେ ଉଲ୍ଲେଖ କରାଯାଇଛି। ଏହାଦ୍ୱାରା ଅଙ୍ଗନଓ୍ବାଡି […] The post ବେଦାନ୍ତ ଗୋଷ୍ଠୀଗତ ବିକାଶ ପ୍ରତି ସମର୍ପିତ appeared first on Dharitri Odia News.

ବେଦାନ୍ତ ଗୋଷ୍ଠୀଗତ ବିକାଶ ପ୍ରତି ସମର୍ପିତ

ଭୁବନେଶ୍ୱର,୧୮।୨ (ଅଭୟ ଦାଶ): ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ବେଦାନ୍ତ ଗ୍ରୁପ୍‌ର ସାମାଜିକ ପ୍ରତିଷ୍ଠାନ ‘ଅନିଲ ଅଗ୍ରୱାଲ ଫାଉଣ୍ଡେଶନ ବା ଏଏଏଫ୍‌’ ଏବଂ ରାୟଗଡ଼ା ଜିଲା ପ୍ରଶାସନ ମଧ୍ୟରେ ଏକ ଦ୍ୱିପାକ୍ଷିକ ବୁଝାମଣା ନିକଟରେ ହୋଇଯାଇଛି। ଏପରିକି ରାୟଗଡ଼ା ଜିଲାରେ ପ୍ରାରମ୍ଭିକ ଶୈଶବ ଯତ୍ନ ଓ ଶିକ୍ଷାର ଉନ୍ନତି ପାଇଁ ଫାଉଣ୍ଡେଶନ ରାୟଗଡ଼ା ଏବଂ କାଶୀପୁର ବ୍ଲକ୍‌ର ୧୦୦ଟି ଅଙ୍ଗନଓ୍ବାଡି କେନ୍ଦ୍ରକୁ ଅତ୍ୟାଧୁନିକ ‘ନନ୍ଦଘର’ରେ ପରିଣତ କରିବ ବୋଲି ବୁଝାମଣାପତ୍ରରେ ଉଲ୍ଲେଖ କରାଯାଇଛି। ଏହାଦ୍ୱାରା ଅଙ୍ଗନଓ୍ବାଡି କେନ୍ଦ୍ରଗୁଡ଼ିକୁ ମହିଳା ଓ ଶିଶୁଙ୍କ ବିକାଶ ପାଇଁ ଅତ୍ୟାଧୁନିକ କେନ୍ଦ୍ରରେ ପରିଣତ କରାଯିବ । ସେହିଭଳି ଏହି ବୁଝାମଣାପତ୍ର ସ୍ବାକ୍ଷର ଉତ୍ସବରେ ଉଭୟ ଏଏଏଫ୍‌ର ଅଧିକାରୀ ଏବଂ ରାୟଗଡ଼ା ଜିଲାପାଳ ପାରୁଲ ପଟୱାରି, ଜିଲା ସମାଜ କଲ୍ୟାଣ ଅଧିକାରୀ ମିନତୀ ଦେଓ ପ୍ରମୁଖ ଉପସ୍ଥିତ ଥିଲେ।
ପ୍ରଥମ ପର୍ଯ୍ୟାୟରେ କାଶୀପୁର ବ୍ଲକ୍‌ର ୧୫ଟି ଅଙ୍ଗନଓ୍ବାଡି କେନ୍ଦ୍ରକୁ ଅତ୍ୟାଧୁନିକ ନନ୍ଦଘରରେ ପରିଣତ ସହିତ ଶିଶୁମାନଙ୍କର ପ୍ରାକ୍‌ ଶୈଶବର ବିକାଶ ପାଇଁ ଉନ୍ନତ ଭିତ୍ତିିଭୂମି ଯୋଗାଇ ଦିଆଯିବ। ପରବର୍ତ୍ତୀ ସମୟରେ ରାୟଗଡ଼ା ବ୍ଲକ୍‌ର ଅବଶିଷ୍ଟ ୮୫ଟି କେନ୍ଦ୍ରକୁ ବିକାଶ କରାଯିବ।ବେଦାନ୍ତ ଆଲୁମିନିୟମର ସିଓଓ ସୁନୀଲ ଗୁପ୍ତା କହିଛନ୍ତି, ଆମେ ଗୋଷ୍ଠୀଗତ ବିକାଶ ପ୍ରତି ସମର୍ପିତ ଅଛୁ। ଯାହା ବେଦାନ୍ତର ମୂଳ ମୂଲ୍ୟବୋଧ ଉପରେ ଆଧାରିତ ରହିଛି, ଯାହା କମ୍ପାନୀର କାର୍ଯ୍ୟକ୍ଷମ ଅଞ୍ଚଳ ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ସକାରାତ୍ମକ ଏବଂ ସ୍ଥାୟୀ ପ୍ରଭାବ ସୃଷ୍ଟି କରିଥାଏ।
ବିଶେଷକରି ନନ୍ଦଘର କାର୍ଯ୍ୟକ୍ରମ,ଯାହା ବେଦାନ୍ତର ପ୍ରମୁଖ ସାମାଜିକ ପ୍ରଭାବ ପ୍ରକଳ୍ପ, ମହିଳାମାନଙ୍କୁ ସଶକ୍ତ କରିବାରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ ଏବଂ ପ୍ରାରମ୍ଭିକ ଶୈଶବ ଶିକ୍ଷାର ମୂଳଦୁଆକୁ ମଧ୍ୟ ମଜଭୁତ କରିଥାଏ ା ରାୟଗଡ଼ାର ଜିଲା କର୍ତ୍ତୃପକ୍ଷଙ୍କ ସହ ଭାଗୀଦାରିକରି ଆମେ ବେଶ୍‌ ଉତ୍ସାହିତ ଅଛୁ।

The post ବେଦାନ୍ତ ଗୋଷ୍ଠୀଗତ ବିକାଶ ପ୍ରତି ସମର୍ପିତ appeared first on Dharitri Odia News.