ଭାରତରେ ଜମୁଛି ଆପଲର ବ୍ୟବସାୟ: ରେକର୍ଡ ରପ୍ତାନୀ କଲା କମ୍ପାନୀ
ନୂଆଦିଲ୍ଲୀ: ଭାରତରେ ଜମୁଛି ଆପଲର ବ୍ୟବସାୟ। କେବଳ ବିକ୍ରି ନୁହେଁ, ଏଠାରେ କମ୍ପାନୀର ଆଇଫୋନ ପ୍ରଡକ୍ସନ ଓ ରପ୍ତାନୀ ବି ଭଲ ହେଉଛି। ଯାହାର ପ୍ରଭାବ ସାରା ବିଶ୍ୱରେ ଦେଖିବାକୁ ମିଳିଛି। ଏବେ ସବୁଠି ମେଡ ଇନ ଇଣ୍ଡିଆ ଆଇଫୋନ। ଆପଲ ଭାରତରେ ଆଇଫୋନ ପ୍ରଡକ୍ସନ କରି ମେଡ ଇନ ଇଣ୍ଡିଆ ଆଇଫୋନକୁ ରପ୍ତାନୀ କରି ନୂଆ ରେକର୍ଡ କରିଛି। କାରଣ ଗତ ୬ ମାସରେ କମ୍ପାନୀ ଏତେ ରପ୍ତାନୀ କରିଛି ଯେ ଯାହା ପୂର୍ବରୁ କେବେ ହୋଇ ନଥିଲା। ଆମେରିକା ଓ ଚୀନ ମଧ୍ୟରେ ତିକ୍ତତା ଲାଗି ରହିଥିବାରୁ ଆମେରିକୀୟ କମ୍ପାନୀ ଆପଲ ଏବେ ଚୀନ ଉପରେ ନିର୍ଭରଶୀଳ ନହେବାକୁ ଚାହୁଁଛି। ଏଥିପାଇଁ କମ୍ପାନୀ ଭାରତରେ ଏହାର ଉତ୍ପାଦନ ୟୁନିଟକୁ ବୃଦ୍ଧି କରିବାରେ ଲାଗିଛି। ଯାହା ବେଶ୍ ସଫଳ ମଧ୍ୟ ହୋଇଛି। ରିପୋର୍ଟ ଅନୁସାରେ, କମ୍ପାନି ଭାରତରେ ଆଇଫୋନ ତିଆରି କରି ରପ୍ତାନୀରେ ନୂଆ ରେକର୍ଡ କରୁଛି। ଏପ୍ରିଲରୁ ସେପ୍ଟେମ୍ବର, କେବଳ ୬ ମାସରେ ୬ ବିଲିୟନ ଡଲାର ବା ପ୍ରାୟ ୫୦,୪୫୪ କୋଟି ଟଙ୍କାର ମେଡ ଇନ ଇଣ୍ଡିଆ ଆଇଫୋନ ରପ୍ତାନୀ କରିଛି। ଯାହା ଗତ ବର୍ଷର ସମାନ ଅବଧିରେ ହୋଇଥିବା ରପ୍ତାନୀ ଠାରୁ ୩୩ ପ୍ରତିଶତ ଅଧିକ। ରପ୍ତାନୀର ଏହି ତଥ୍ୟ ଦେଖିଲେ ଜଣାପଡ଼ୁଛି, ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରପ୍ତାନୀ ୧୦ ବିଲିୟନ ଡଲାର ବା ପ୍ରାୟ ୮୪, ୦୮୬ କୋଟି ଟଙ୍କା ପର୍ଯ୍ୟନ୍ତ ପହଞ୍ଚିପାରେ। ଯେଉଁଥିରୁ କେବଳ ୧.୭ ବିଲିୟନ ଡଲାର ବା ୧୪ ହଜାର ୨୯୨ କୋଟି ଟଙ୍କାର ଆଇଫୋନ ଟାଟା ଇ
ନୂଆଦିଲ୍ଲୀ: ଭାରତରେ ଜମୁଛି ଆପଲର ବ୍ୟବସାୟ। କେବଳ ବିକ୍ରି ନୁହେଁ, ଏଠାରେ କମ୍ପାନୀର ଆଇଫୋନ ପ୍ରଡକ୍ସନ ଓ ରପ୍ତାନୀ ବି ଭଲ ହେଉଛି। ଯାହାର ପ୍ରଭାବ ସାରା ବିଶ୍ୱରେ ଦେଖିବାକୁ ମିଳିଛି। ଏବେ ସବୁଠି ମେଡ ଇନ ଇଣ୍ଡିଆ ଆଇଫୋନ। ଆପଲ ଭାରତରେ ଆଇଫୋନ ପ୍ରଡକ୍ସନ କରି ମେଡ ଇନ ଇଣ୍ଡିଆ ଆଇଫୋନକୁ ରପ୍ତାନୀ କରି ନୂଆ ରେକର୍ଡ କରିଛି। କାରଣ ଗତ ୬ ମାସରେ କମ୍ପାନୀ ଏତେ ରପ୍ତାନୀ କରିଛି ଯେ ଯାହା ପୂର୍ବରୁ କେବେ ହୋଇ ନଥିଲା।
ଆମେରିକା ଓ ଚୀନ ମଧ୍ୟରେ ତିକ୍ତତା ଲାଗି ରହିଥିବାରୁ ଆମେରିକୀୟ କମ୍ପାନୀ ଆପଲ ଏବେ ଚୀନ ଉପରେ ନିର୍ଭରଶୀଳ ନହେବାକୁ ଚାହୁଁଛି। ଏଥିପାଇଁ କମ୍ପାନୀ ଭାରତରେ ଏହାର ଉତ୍ପାଦନ ୟୁନିଟକୁ ବୃଦ୍ଧି କରିବାରେ ଲାଗିଛି। ଯାହା ବେଶ୍ ସଫଳ ମଧ୍ୟ ହୋଇଛି। ରିପୋର୍ଟ ଅନୁସାରେ, କମ୍ପାନି ଭାରତରେ ଆଇଫୋନ ତିଆରି କରି ରପ୍ତାନୀରେ ନୂଆ ରେକର୍ଡ କରୁଛି। ଏପ୍ରିଲରୁ ସେପ୍ଟେମ୍ବର, କେବଳ ୬ ମାସରେ ୬ ବିଲିୟନ ଡଲାର ବା ପ୍ରାୟ ୫୦,୪୫୪ କୋଟି ଟଙ୍କାର ମେଡ ଇନ ଇଣ୍ଡିଆ ଆଇଫୋନ ରପ୍ତାନୀ କରିଛି। ଯାହା ଗତ ବର୍ଷର ସମାନ ଅବଧିରେ ହୋଇଥିବା ରପ୍ତାନୀ ଠାରୁ ୩୩ ପ୍ରତିଶତ ଅଧିକ।
ରପ୍ତାନୀର ଏହି ତଥ୍ୟ ଦେଖିଲେ ଜଣାପଡ଼ୁଛି, ଚଳିତ ଆର୍ଥିକ ବର୍ଷ ଶେଷ ସୁଦ୍ଧା ରପ୍ତାନୀ ୧୦ ବିଲିୟନ ଡଲାର ବା ପ୍ରାୟ ୮୪, ୦୮୬ କୋଟି ଟଙ୍କା ପର୍ଯ୍ୟନ୍ତ ପହଞ୍ଚିପାରେ। ଯେଉଁଥିରୁ କେବଳ ୧.୭ ବିଲିୟନ ଡଲାର ବା ୧୪ ହଜାର ୨୯୨ କୋଟି ଟଙ୍କାର ଆଇଫୋନ ଟାଟା ଇଲେକ୍ଟ୍ରୋନିକ୍ସର କର୍ଣ୍ଣାଟକ ସ୍ଥିତ କାରଖାନାରୁ ରପ୍ତାନୀ ହୋଇଛି। ଗତ ବର୍ଷ ଟାଟା ୱିଷ୍ଟ୍ରନ କର୍ପ ଠାରୁ ଏହି ୟୁନିଟ କିଣିଥିଲା।
କାଉଣ୍ଟରପଏଣ୍ଟ ରିସର୍ଚ୍ଚ ଏହାର ଏକ ରିପୋର୍ଟରେ କହିଛି ଯେ, ଆପଲ ଗତ ବର୍ଷ ପ୍ରଥମ ଥର ରପ୍ତାନୀରେ ୧୦ ମିଲିୟନ ୟୁନିଟ ଛୁଇଁଛି। ଏଥିରେ ସ୍ଥାନୀୟ ସବସିଡି, ଦକ୍ଷ ୱାର୍କଫୋର୍ସ ଏବଂ ଭାରତର ଟେକ୍ନୋଲୋଜିକାଲ କ୍ଷମତା ଆପଲକୁ ବେଶ୍ ସହଯୋଗ କରୁଛି। ୨୦୧୭ରେ ଆଇଫୋନ ଏସଇ ସହ ଭାରତରେ ଆଇଫୋନ୍ ଉତ୍ପାଦନ ଆରମ୍ଭ କରିଥିଲା। ବର୍ତ୍ତମାନ ଭାରତରେ ଫକ୍ସକନ, ୱିଷ୍ଟ୍ରନ ଏବଂ ପେଗାଟ୍ରନ ଆଇଫୋନ ନିର୍ମାଣ କରୁଛନ୍ତି।